24.5 C
Bhubaneswar
Thursday, January 16, 2025
Homeଦେଶ ବିଦେଶରୋପ୍‌ୱେ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ଉଦ୍ଧାର ବେଳେ ତଳକୁ ଖସି ମହିଳାଙ୍କ ମୃତ୍ୟୁ

ରୋପ୍‌ୱେ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ଉଦ୍ଧାର ବେଳେ ତଳକୁ ଖସି ମହିଳାଙ୍କ ମୃତ୍ୟୁ

ରାଞ୍ଚି: ଝାଡ଼ଖଣ୍ଡ ଦେଓଘରର ତ୍ରିକୂଟ ପର୍ବତରେ ଦୁଇଟି କେବୁଲ୍ କ୍ୟାବିନ୍ ମଧ୍ୟରେ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହା ସହ ଘଣ୍ଟା ଘଣ୍ଟା କାଳ ୪୮ ଜଣ ପର‌୍ୟ୍ୟଟକ ରୋପ୍ୱେରେ ଫସି ରହିଥିଲେ। ଦୁର୍ଘଟଣା ପରେ ଥର ଥର କରି ପର‌୍ୟ୍ୟଟକଙ୍କୁ ସ୍ଥାନୀୟ ବାସିନ୍ଦା, ପ୍ରଶାସନ, ସେନା ଓ ଏନ୍ଡିଆର୍ଏଫ୍(ନ୍ୟାସନାଲ ଡିଜାଷ୍ଟର ରେସ୍ପନ୍ସ ଫୋର୍ସ) ଟିମ୍ ଉଦ୍ଧାର କରିବା ଜାରି ରଖିଛନ୍ତି। ଆଜି ଉଦ୍ଧାରକାର‌୍ୟ୍ୟ ଚାଲିଥିବା ବେଳେ ଜଣେ ମହିଳା ତଳକୁ ଖସି ପଡ଼ିପୁଣି ପ୍ରାଣ ହରାଇଥିବାରୁ ମୃତ୍ୟୁ ସଂଖ୍ୟ ୪କୁ ବୃଦ୍ଧି ପାଇଥିବା କୁହାଯାଇଛି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କ ମୃତ୍ୟୁ ଘଟିଛି।
ମିଳିଥିବା ସୂଚନା ମୁତାବକ, ଝୌସାଗଡ଼ିରୁ ଆସିଥିବା ମହିଳାଙ୍କୁ ଉଦ୍ଧାର କରାଯାଉଥିବା ବେଳେ ସେ ଧରିଥିବା ଦୌଡ଼ି ଛିଡ଼ିଯାଇଥିଲା। ଏତେ ଉଚ୍ଚରୁ ତଳେ ପଡ଼ିବା ପରେ ମହିଳା ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ ହୋଇଥିଲେ ବି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଗତକାଲି ମଧ୍ୟ ଉଦ୍ଧାର ସମୟରେ ଜଣେ ଯୁବକ ତଳକୁ ଖସିପଡ଼ି ମୃତ୍ୟୁବରଣ କରିଥିଲେ। ତେବେ ଗତକାଲି ରାତି ହୋଇଯିବାରୁ ଉଦ୍ଧାରକାର‌୍ୟ୍ୟ ବନ୍ଦ ହୋଇଥିଲା। ଏହାପରେ ଫସିଥିବା ପର‌୍ୟ୍ୟଟଙ୍କ ପାଖକୁ ଡ୍ରୋନ୍ ସାହାଯ୍ୟରେ ସେମାନଙ୍କ ପାଖକୁ ଖାଦ୍ୟ ଓ ପାନୀୟ ପଠାଯାଇଥିଲା। ଆଜି ସକାଳ ୭.୫୦ରେ ପୁଣି ଥରେ ଫସି ରହିଥିବା ପର‌୍ୟ୍ୟଟଙ୍କୁ ଉଦ୍ଧାର କରିବା ପାଇଁ ଅଭିଯାନ ଆରମ୍ଭ କରିଥିଲା ବାୟୁସେନା। ୧୫ଜଣଙ୍କ ମଧ୍ୟରୁ ପ୍ରଥମେ ୫ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସକାଳ ୮.୪୦ ଭିତରେ ଅନ୍ୟ ୨ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଏହା ପରେ ପରେ ୩ଜଣ ପର‌୍ୟ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ କେବୁଲ କାର ଭିତରେ ୫ଜଣ ଫସି ରହିଥିବା ଜଣାପଡ଼ିଛି। ତୁରନ୍ତ ସେମାନଙ୍କୁ ମଧ୍ୟ ଉଦ୍ଧାର କରାଯିବ ବୋଲି କହିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking