ନୁଆଦିଲ୍ଲୀ : ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ବିଷୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଲେଷ୍ଟେଷ୍ଟେୟାର ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ରୋହିତ ଶର୍ମା ପ୍ରଥମ ଦିନରେ ବ୍ୟାଟିଂ କରିଥିଲେ, କିନ୍ତୁ ଦ୍ୱିତୀୟ ଇନିଂସରେ ସେ ବ୍ୟାଟିଂ କରି ନଥିଲେ। ଏପରି ପରିସ୍ଥିତିରେ ତାଙ୍କ ବିଷୟରେ ଏକ ବଡ଼ ଖବର ଆସିଛି। ତେବେ ବର୍ତ୍ତମାନ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ ଅର୍ଥାତ୍ ବିସିସିଆଇ ସ୍ପଷ୍ଟ କରିଛି ଯେ ରୋହିତ କାହିଁକି ୱାର୍ମ ଅପ୍ ମ୍ୟାଚ୍ରେ ବ୍ୟାଟିଂ କରିବାକୁ ଆସି ନାହାଁନ୍ତି।
କାରଣ ରୋହିତ ଶର୍ମା କରୋନା ସଂକ୍ରମିତ ହୋଇଛନ୍ତି। ଏହାପୂର୍ବରୁ ରବିଚନ୍ଦ୍ରନ ଅଶ୍ୱିନ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହି କାରଣରୁ ସେ ବାକି ଖେଳାଳିଙ୍କ ସହ ଲଣ୍ଡନ ଯାଇ ନଥିଲେ। ପରବର୍ତ୍ତି ସମୟରେ ସେ ଇଂଲଣ୍ଡରେ ଯାଇ ଟିମ୍ ସହିତ ଯୋଗ ଦେଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ ଗତ ସପ୍ତାହରେ ଲଣ୍ଡନରେ ପହଞ୍ଚିଥିବା ବିରାଟ କୋହଲି ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତେବେ ବର୍ତ୍ତମାନ ସେ ମଧ୍ୟ ସୁସ୍ଥ ଅଛନ୍ତି।
UPDATE – #TeamIndia Captain Mr Rohit Sharma has tested positive for COVID-19 following a Rapid Antigen Test (RAT) conducted on Saturday. He is currently in isolation at the team hotel and is under the care of the BCCI Medical Team.
— BCCI (@BCCI) June 25, 2022