34.3 C
Bhubaneswar
Monday, June 22, 2026
Homeଦେଶ ବିଦେଶପୁତ୍ର ସନ୍ତାନର ପିତା ହେଲେ ରୋହିତ ଶର୍ମା

ପୁତ୍ର ସନ୍ତାନର ପିତା ହେଲେ ରୋହିତ ଶର୍ମା

ମୁମ୍ବାଇ: ଟିମ୍ ଇଣ୍ଡିଆର ଟେଷ୍ଟ୍ ଓ ଦିନିକିଆ କ୍ୟାପ୍‌ଟେନ୍ ରୋହିତ ଶର୍ମା ଦ୍ୱିତୀୟ ଥର ପିତା ହୋଇଛନ୍ତି। ରୋହିତଙ୍କ ପତ୍ନୀ ରିତିକା ସଜଦେହ ଶୁକ୍ରବାର ବିଳମ୍ବିତ ରାତିରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ରୋହିତ ଦ୍ୱିତୀୟ ସନ୍ତାନ ଜନ୍ମ ପାଇଁ ଟିମ୍ ଇଣ୍ଡିଆର ବ୍ରେକ୍ ନେଇଥିଲେ। ସେ ଟିମ୍ ସହିତ ଅଷ୍ଟ୍ରେଲିଆ ଗସ୍ତ ମଧ୍ୟ କରିନଥିଲେ। ତେବେ ପୁତ୍ର ସନ୍ତାନ ଜନ୍ମ ପରେ ନଭେମ୍ବର ୨୨ରୁ ପର୍ଥରେ ଆରମ୍ଭ ହେବାକୁ ଥିବା ପ୍ରଥମ ଟେଷ୍ଟ୍‌ରେ ଖେଳିପାରନ୍ତି ବୋଲି କୁହାଯାଉଛି। ତେବେ ଦେଖିବାର ଅଛି ସେ ପ୍ରଥମ ଟେଷ୍ଟ୍ ପୂର୍ବରୁ ଅଷ୍ଟ୍ରେଲିଆ ଗସ୍ତ କରୁଛନ୍ତି କି ପରିବାର ସହିତ କିଛି ସମୟ ବିତାଉଛନ୍ତି। ସନ୍ତାନ ଜନ୍ମ ନେଇ ସେ ପ୍ରଥମ କିମ୍ବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ମିସ୍ କରିପାରନ୍ତି ବୋଲି ପୂର୍ବରୁ ରୋହିତ ଜଣାଇସାରିଥିଲେ। ଯଦିଓ ରୋହିତ ଟିମ୍ ସହିତ ଅଷ୍ଟ୍ରେଲିଆ ଯାଇନାହାନ୍ତି, ତେବେ ସେ ଏହି ସିରିଜ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ମୁମ୍ବାଇରେ ସେ ନେଟ୍ସରେ ଅଭ୍ୟାସ ଚଳାଇଥିବାର ଏକ ଭିଡିଓ ନିକଟରେ ଦେଖିବାକୁ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking