29.1 C
Bhubaneswar
Saturday, July 27, 2024
Homeଅପରାଧପୁଲିସ ପୋଷାକରେ ଡକାୟତି ଘଟଣା, ୨ ଗିରଫ

ପୁଲିସ ପୋଷାକରେ ଡକାୟତି ଘଟଣା, ୨ ଗିରଫ

ଫିରିଙ୍ଗିଆ : ପୁଲିସ ପୋଷାକରେ ମାରଣାସ୍ତ୍ର ଦେଖାଇ ଗଞ୍ଜେଇ ଲୁଟ୍ ଓ ଡକାୟତି କରିବା ଅଭିଯୋଗରେ ଦୁଇଜଣ ପେସାଦାର ଡକାୟତଙ୍କୁ ଗୋଛାପଡ଼ା ପୁଲିସ ଗିରଫ କରିଛି । ଗିରଫ ଦୁଇ ଡକାୟତ ହେଲେ ବରଗଡ଼ ସହରର ବିଜୟ ମରାଇ ଓ ଆଶିଷ ଦାସ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ ଗତ ମାର୍ଚ୍ଚ ୧୧ ତାରିଖ ଦିନ ଫିରିଙ୍ଗିଆ ବ୍ଲକ ଗୋଛାପଡ଼ା ଥାନା ଲୋଇସିଂ ପଞ୍ଚାୟତ ଅନ୍ତର୍ଗତ କଟିମାସ୍କା ଗାଁର ହରିଶ୍ଚନ୍ଦ୍ର ମଲିକଙ୍କ ଘରକୁ ପୁଲିସ ପୋଷାକରେ ଯାଇ ଗଞ୍ଜେଇ ଜବତକରିବା ବାହାନାରେ ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ କିଛି ଟଙ୍କା ଓ ସୁନା ଲୁଟ୍ କରି ଫେରାର୍ ହୋଇଯାଇଥିଲେ । ଏହି ଘଟଣାକୁ ନେଇ ଘଟଣାକୁ ନେଇ ଲୁଟର ଶିକାର ହୋଇଥିବା ହରିଶ୍ଚନ୍ଦ୍ର ମଲିକ ଲିଖିତ ଅଭିଯୋଗ କରିଥିଲେ । ହରିଶ୍ଚନ୍ଦ୍ରଙ୍କ ଏତଲା ଆଧାରରେ ଗୋଛାପଡ଼ା ଥାନାରେ ଏକ ଡକାୟତି ମାମଲା ରୁଜୁ କରାଯିବା ସହ ଡକାୟତଙ୍କୁ ଧରିବା ପାଇଁ ଥାନା ଅଧିକାରୀ ପ୍ରଭାତ କୁମାର ବେହେରାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରଖିଥିଲା । ତେବେ ଅଭିଯୁକ୍ତଙ୍କ ମୋବାଇଲ୍ ଟ୍ରାକିଂ କରି ବରଗଡ଼ ସହରରୁ ଦୁହିଁଙ୍କୁ ଗିରଫ କରିଛି ପୁଲିସ । ଅନ୍ୟପଟେ ଅଭିଯୁକ୍ତ ଦ୍ୱୟ ପେସାଦାର ଡକାୟତ ବୋଲି ଜଣାପଡ଼ିଥିବା ବେଳେ ଓଡ଼ିଶାର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ଏକାଧିକ ଚୋରି ରାହାଜାନି ମାମଲା ରହିଥିବା ପୁଲିସ ସୂଚନା ଦେଇଛି । ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ଗୋଛାପଡା ଥାନା ଅଧିକାରୀ ପ୍ରଭାତ କୁମାର ବେହେରା ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking