31.1 C
Bhubaneswar
Thursday, May 29, 2025
Homeବ୍ରେକୀଙ୍ଗମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜଣେ ମୃତ ଜଣେ ଗୁରୁତର

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଜଣେ ମୃତ ଜଣେ ଗୁରୁତର

ମୟୂରଭଞ୍ଜ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟଣାସ୍ଥଳରେ ଜଣେ ମୃତ, ଜଣେ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଭାଲିଆଡହର ଛକ ଠାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ ଓ ଇଟା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା। ମୃତକ ହେଲେ ବଙ୍ଗରିପୋଷି ଥାନା ଅଧିନ ପୁରୁଣାପାଣି ଗ୍ରାମର ଶମ୍ଭୁ ଦେହୁରୀ। ସୂଚନା ଅନୁସାରେ ବଙ୍ଗରିପୋଷି ପଟୁ ଶମ୍ଭୁ ଦେହୁରୀ ବାଇକ ଚଳାଇ ବାରିପଦା ଅଭିମୁଖେ ଯାଉଥିବା ବେଳେ କଳାବାଡ଼ିଆରୁ ବଙ୍ଗରିପୋଷି ଯାଉଥିବା ଇଟା ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାଇକ ଚାଳକଙ୍କର ମୃତ୍ୟୁ ହୋଇଯାଇଛି। ଖବରପାଇ ବାଙ୍ଗରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ମୃତଦେହ ଜବତ କରି ବାଙ୍ଗରିପୋଷି ପ୍ରାଥମିକ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି। ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଓ ଲେବର ଫେରାର ଥିବା ବେଳେ,ଦୁର୍ଘଟଣାଗ୍ରସ୍ତ ବାଇକ ଓ ଟ୍ରକକୁ ଜବତ କରି ଅଧିକ ତଦନ୍ତଜାରୀ ରଖିଛି ବାଙ୍ଗରିପୋଷି ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking