37.1 C
Bhubaneswar
Sunday, June 1, 2025
Homeଦେଶ ବିଦେଶବର୍ଷିୟାନ ଅଭିନେତା ରିଷି କପୁରଙ୍କ ପରଲୋକ

ବର୍ଷିୟାନ ଅଭିନେତା ରିଷି କପୁରଙ୍କ ପରଲୋକ

ନୂଆଦିଲ୍ଲୀ : ବର୍ଷିୟାନ ଅଭିନେତା ରିଷି କପୁରଙ୍କ ପରଲୋକ । ୬୭ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲ୍‌ରେ ଆଖି ବୁଜିଲେ ରିଷି । ଗତକାଲି ବିଳମ୍ବିତ ରାତିରେ ସେ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ।
୨୦୧୮ମସିହାରେ ତାଙ୍କୁ କ୍ୟାନସର ହେବାର ଜଣାପଡିଥିଲା। ଏହାପରେ ସେ ନ୍ୟୁୟର୍କରେ ଏକ ବର୍ଷ ପର୍ଯ୍ୟନ୍ତ ଚିକିତ୍ସା କରାଇବା ପରେ ମୁମ୍ବାଇ ଫେରିଥିଲେ। ନିଜ ଘରକୁ ଫେରିବା ପରେ ସେ ଟ୍ୱିଟ କରି କହିଥିଲେ, “ବ୍ୟାକ ହୋମ, ୧୧ ମାସ ୧୧ ଦିନ ! ଆପଣ ସମସ୍ତଙ୍କୁ ଧନ୍ୟବାଦ!” ଚଳିତ ବର୍ଷ ଫେବୃଆରୀରେ ମଧ୍ୟ ହଠାତ ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ଏହାକୁ ନେଇ ସେ କହିଥିଲେ, ମତେ ଇଂଫେକ୍ସନ ହୋଇଥିଲା ଏବଂ ଏହାର ଚିକିତ୍ସା ଜାରି ରହିଛି। ଏଥିରେ ବିଚଳିତ ହେବାର କିଛି କଥା ନାହିଁ। କାରଣ ପ୍ରଦୂଷଣ କାରଣରୁ ଇଂଫେକ୍ସନ ହୋଇଥିଲା। ଗତ ଫେବୃଆରୀରେ ସେ ଦୁଇଥର ମେଡିକାଲରେ ଭର୍ତ୍ତି ହୋଇଥିଲେ ।
https://onakhabar.com/2020/04/29/bollywood-actor-irfan-khan-dies-at-54/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking