19.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଗୁଇନ୍ଦା ରିପୋର୍ଟକୁ ସାର୍ବଜନୀନ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ୍ କଲେ ରିଜିଜୁ

ଗୁଇନ୍ଦା ରିପୋର୍ଟକୁ ସାର୍ବଜନୀନ କରିବା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ୍ କଲେ ରିଜିଜୁ

ନୂଆଦିଲ୍ଲୀ: ନ୍ୟାୟିକ ନିଯୁକ୍ତିକୁ ନେଇ ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ବଢୁଥିବା ଝଗଡା ମଧ୍ୟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ପୁଣି ଥରେ କଲେଜିଅମଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ବିଚାରପତି ନିଯୁକ୍ତି ସଂପର୍କରେ ସରକାରଙ୍କ ଆପତ୍ତିକୁ ସାର୍ବଜନୀନ କରାଯିବା ବେଶ ଚିନ୍ତାର ବିଷୟ ।

ଗତ ସପ୍ତାହରେ ଭାରତର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଥିବା କଲେଜିୟମ ୩ ବିଚାରପତିଙ୍କ  ପଦୋନ୍ନତି ପ୍ରସଙ୍ଗରେ  ସରକାରଙ୍କ ଆପତ୍ତିକୁ ସୁପ୍ରିମକୋର୍ଟ ୱେବସାଇଟରେ ଅପଲୋଡ କରି ସାର୍ବଜନୀନ କରିଥିଲେ । ସର୍ବୋଚ୍ଚ ନ୍ୟାୟାଳୟ ଗୁଇନ୍ଦା ଏଜେନ୍ସି – ଗବେଷଣା ଏବଂ ବିଶ୍ଳେଷଣ ୱିଙ୍ଗ (ର’) ଏବଂ ଗୁଇନ୍ଦା ବିଭାଗ (ଆଇବି)ର ଦସ୍ତାବିଜକୁ ସାର୍ବଜନୀନ କରିଥିଲେ । ପ୍ରଥମ ଥର ପାଇଁ କଲେଜିଅମ ଏପରି କରିଥିଲେ ।

ରିଜିଜୁ ମଙ୍ଗଳବାର ଦିନ କହିଛନ୍ତି ଯେ ର’ ଏବଂ ଗୁଇନ୍ଦା ବ୍ୟୁରୋ ରିପୋର୍ଟକୁ ସାର୍ବଜନୀନ କରିବା ଗଭୀର ଚିନ୍ତାର ବିଷୟ । କିନ୍ତୁ ଉଚିତ ସମୟରେ ଏ ସଂପର୍କରେ ସେ ନିଜର ପ୍ରତିକ୍ରିୟା ରଖିବେ ।  ସେ ଏହାକୁ ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ରଖିବେ କି ବୋଲି ପଚରାଯିବାରୁ ଆଇନ ମନ୍ତ୍ରୀ କହିଥିଲେ, “ମୁଖ୍ୟ ବିଚାରପତି ଏବଂ ମୁଁ ପ୍ରାୟତଃ ସାକ୍ଷାତ କରୁ। ଆମେ ସବୁବେଳେ ଯୋଗାଯୋଗରେ ଥାଉ । ସେ ନ୍ୟାୟପାଳିକାର ମୁଖ୍ୟ, ମୁଁ ସରକାର ଏବଂ ନ୍ୟାୟପାଳିକା ମଧ୍ୟରେ ସେତୁ ବୋଲି । ଏହା ଏକ ବିବାଦୀୟ ପ୍ରସଙ୍ଗ… ଆସନ୍ତୁ ଏହାକୁ ଆଉ ଗୋଟିଏ ଦିନ ପାଇଁ ଛାଡିଦେବା । ”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking