32.1 C
Bhubaneswar
Monday, May 20, 2024
Homeଅପରାଧଏମିତି ଏକ ଗୀତ; ଯାହା ଲୋକଙ୍କୁ ଦେଖାଉଥିଲା ମୃତ୍ୟୁର ବାଟ; ଶୁଣିବା ପରେ ଲୋକେ କରୁଥିଲେ...

ଏମିତି ଏକ ଗୀତ; ଯାହା ଲୋକଙ୍କୁ ଦେଖାଉଥିଲା ମୃତ୍ୟୁର ବାଟ; ଶୁଣିବା ପରେ ଲୋକେ କରୁଥିଲେ ଆତ୍ମହତ୍ୟା

ନୂଆଦିଲ୍ଲୀ: ଯେତେବେଳେ ଆମେ ଆମ ଜୀବନରେ ଉଦାଶ ରହୁଛେ ବା ଚିନ୍ତିତ ରହୁଛେ, ତେବେ ମନକୁ ହାଲକା କରିବା ପାଇଁ ଆମ ବନ୍ଧୁ ବା ସମ୍ପର୍କୀୟ ଗୀତ ଶୁଣିବା ପାଇଁ ପରାମର୍ଶ ଦେଇଥାଆନ୍ତି, ଅନ୍ୟମାନଙ୍କ କ୍ଷେତ୍ରରେ ମଧ୍ୟ ଆମେ ସମାନ କାମ କରୁଥାଉ। କିନ୍ତୁ ଆପଣ କେବେ ଗୀତ ଶୁଣି ଲୋକେ ମରିବା କଥା ଶୁଣିବା ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁ‌ଥିଲେ ବି ଏମିତି କିଛି ଘଟଣା ଘଟିଥିଲା। ଏମିତି ଏକ ଗୀତ ଥିଲା, ଆଉ ତାକୁ ଶୁଣିବା ପରେ ଅନେକ ଲୋକ ମରିଥିଲେ ତ କିଛି ସରଳ ହୃଦୟର ମଣିଷ ଆତ୍ମହତ୍ୟା କରିବାକୁ ବି ପଛାଇନଥିଲେ। ଆସନ୍ତୁ ଆଜି ଜାଣିବା ଏମିତି ଏକ ଗୀତ ବିଶୟରେ ଯିଏ, ଲୋକଙ୍କୁ ଦେଖାଉଥିଲା ମୃତ୍ୟୁର ବାଟ।

ହଙ୍ଗେରୀର ଜଣେ ଗୀତିକରୀ ‘ଗ୍ଳୁମି ସଣ୍ଡେ’ ନାମରେ ଗୋଟିଏ ଗୀତ ଲେଖିଥିଲେ। ପ୍ରଥମରୁ ତ କିଛି ଲୋକ ଏହି ଗୀତକୁ ରେକର୍ଡ କରିବାକୁ ମନା କରିଦେଇଥିଲେ, ହେଲେ ଏହି ଗୀତ ଯେତେବେଳେ ରିଲିଜ୍‌ ହେଲା, ସେତେବେଳେ ଲୋକମାନେ ଆତ୍ମହତ୍ୟା କରିବା ଭଳି ପଦକ୍ଷେପ ନେଇଥିଲେ। ୧୯୩୩ ମସିହାରେ ହଙ୍ଗେରୀର ଜଣେ ଗୀତିକାର ରେଜସୋ ସେରେସ ‘ଗ୍ଳୁମି ସଣ୍ଡେ’ ନାମରେ ଏକ ଗୀତ ଲେଖିଥିଲେ। ଏହି ଗୀତଟି ଏମିତି ଲେଖା ହୋଇଥିଲା ଯେ, ଲୋକେ ଏହାକୁ ଶୁଣିବା ପରେ ଆତ୍ମହତ୍ୟା କରିବାକୁ ଲାଗିଲେ। କିଛି ଲୋକ କହିଲେ ଯେ, ସେରେସଙ୍କୁ ତାଙ୍କ ପ୍ରେମିକା ଛାଡ଼ି ଚାଲିଯିବା ପରେ, ସେ ଦୁଃଖରେ ଭାଙ୍ଗିପଡ଼ି ଏହି ଗୀତଟି ଲେଖିଥିଲେ ତ ଆଉ କିଛି ଲୋକ କହୁଥିଲେ ଯେ, ଯୁଦ୍ଧର ବିଭିଷିକାକୁ ନେଇ ଗୀତଟି ଲେଖା ହୋଇଛି। କିନ୍ତୁ ଗୀତଟି ଏମିତି ପରିବେଷଣ କରାଯାଇଥିଲା ଯେ, ଲୋକମାନେ ଏହାକୁ ଶୁଣିବା ପରେ ଦୁଃଖ ଆଉ ଦରଦରେ ଭାଙ୍ଗିପଡ଼ୁଥିଲେ, ଆଉ ଆତ୍ମହତ୍ୟା କରିଦେଉଥିଲେ। ଏହି ଗୀତଟିକୁ ‘ହଙ୍ଗେରି୍ରାନ୍‌ ସୁଇସାଇଟ୍‌ ସଙ୍ଗ’ ବୋଲି କୁହାଯାଏ।

ଆରମ୍ଭରୁ ଅନେକ ନିର୍ମାତା ଏହି ଗୀତକୁ ରେକର୍ଡ କରିବାକୁ ମନା କରିଦେଇଥିଲେ। ସେମାନଙ୍କର ଧାରଣା ଥିଲା ଯେ, ଏହି ଗୀତଟି ଅତ୍ୟନ୍ତ ଉଦାସୀନ। ଅବଶ୍ୟ, ଏହି ଗୀତଟି ରେକର୍ଡ ହୋଇ ଦୁଇ ବର୍ଷରୁ ଅଧିକ ସମୟ ପରେ ୧୯୩୩ରେ  ମୁକ୍ତିଲାଭ କରିଥିଲା। ଗୀତ ପ୍ରସାରଣର କିଛି ଦିନ ମଧ୍ୟରେ ଦେଶରେ ଆତ୍ମହତ୍ୟା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଲା। ଅନେକ ଲୋକ ଏହି ଗୀତକୁ ନିଜ ଆତ୍ମହତ୍ୟା ନୋଟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଟାଇମ୍ ମାଗାଜିନ୍ ଅନୁଯାୟୀ, ସେହି ସମୟରେ ‘ଗ୍ଳୁମି ସଣ୍ଡେ’ ଗୀତ କାରଣରୁ ପ୍ରାୟ ୧୭ଜଣ ଆତ୍ମହତ୍ୟା କରିଥିଲେ।

ଗୀତଟି ଏତେ ଲୋକପ୍ରିୟ ହେଲା ଯେ, ଏହାକୁ ଇଂରାଜୀରେ ଅନୁବାଦ କରାଯାଇଥିଲା, ପ୍ରସିଦ୍ଧ ଜାଜ୍ ଗାୟକ ବିଲି ହଲିଡେ ଏହି ଗୀତକୁ ଗାଇଥିଲେ। ଆତ୍ମହତ୍ୟା ଘଟଣାକୁ ରୋକିବା ପାଇଁ ଏହି ଗୀତଟିକୁ ଅନ୍ୟ ପ୍ରଣାଳୀରେ ରଚନା କରାଯାଇଥିଲା। କିନ୍ତୁ ଆତ୍ମହତ୍ୟା ମାମଲାରେ ବୃଦ୍ଧି ହେତୁ ୧୯୪୧ ମସିହାରେ ଏହି ଗୀତ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। କିନ୍ତୁ ୨୦୦୩ ମସିହାରେ, ଏହି ଗୀତ ଉପରୁ ପ୍ରତିବନ୍ଧକକୁ ଉଠାଇଦିଆଯାଇଥିଲା। ଆଶ୍ଚର୍ଯ୍ୟର କଥା, ଜାନୁଆରୀ ୧୯୬୮ ରେ ଏହି ଗୀତ ଲେଖିଥିବା ଗୀତିକାର ରେଜସୋ ସେରେସୋ ମଧ୍ୟ ବୁଡାପେଷ୍ଟରେ ଆତ୍ମହତ୍ୟା କରିଥିଲେ।

ସେରେସ୍ ପୂର୍ବରୁ ଆପାର୍ଟମେଣ୍ଟର ଝରକା ପାଖରୁ ଡେଇଁପଡି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଡାକ୍ତରଖାନାରେ ସେରେସ୍ ତାରରେ ନିଜ ଗଳା କାଟି ଆତ୍ମହତ୍ୟା କରିଥିଲେ। ଏହି ଗୀତର ପ୍ରଥମ ମୃତ୍ୟୁ ବର୍ଲିନରେ ହୋଇଥିଲା, ଯେଉଁଥିରେ ଜଣେ ଝିଅ ଆତ୍ମହତ୍ୟା କରିଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଆଜି ପର୍ଯ୍ୟନ୍ତ ଏହି ଗୀତରେ କ’ଣ ଥିଲା ତାହା ସ୍ପଷ୍ଟ ହୋଇନାହିଁ, ଯାହାକୁ ଲୋକମାନେ ଶୁଣିବା ପରେ ଆତ୍ମହତ୍ୟା କରୁଥିଲେ। ଏ ଗୀତ ଓ ଲୋକଙ୍କ ମୃତ୍ୟୁ ଆଜି ବି ରହସ୍ୟଘେରରେ ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking