29.1 C
Bhubaneswar
Monday, May 4, 2026
Homeଓଡିଶାଉନ୍ନୟନ କମିଶନରଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ କ୍ଷମତା ଏବଂ ସ୍ଥିର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମର ସମୀକ୍ଷା

ଉନ୍ନୟନ କମିଶନରଙ୍କ ଦ୍ୱାରା ଓଡ଼ିଶା ରାଜ୍ୟ କ୍ଷମତା ଏବଂ ସ୍ଥିର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମର ସମୀକ୍ଷା

ଭୁବନେଶ୍ୱର: ଆଜି ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଶ୍ୱ ବ୍ୟାଙ୍କ ପାଣ୍ଠି ସହାୟତାରେ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ରାଜ୍ୟ କ୍ଷମତା ଏବଂ ସ୍ଥିର ଅଭିବୃଦ୍ଧି ନୀତି କାର୍ଯ୍ୟକ୍ରମ (ଓଡ଼ିଶା ଷ୍ଟେଟ୍ କାପାବିଲିଟି ଏଣ୍ଡ ରେଜିଲିଏଣ୍ଟ ଗ୍ରୋଥ୍ ପଲିସି ପ୍ରୋଗ୍ରାମ) ର ତିନୋଟି ଉପାଦାନ ଅନ୍ତର୍ଗତ ପ୍ରଗତି ସଂପର୍କରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ରାଜ୍ୟ ପରିଚାଳନା କମିଟି ବୈଠକରେ କାର୍ଯ୍ୟ ସମୀକ୍ଷା କରିଥିଲେ । ଲୋକ ସେବା ଭବନସ୍ଥିତ ଯୋଜନା ଓ ସଂଯୋଜନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଇଲେକ୍ଟ୍ରୋନିକ୍ସ ଏବଂ  ଆଇଟି ବିଭାଗ ପ୍ରମୁଖ ଶାସନ ସଚିବ, ଯୋଜନା ଓ ସଂଯୋଜନ  ବିଭାଗର ସ୍ୱତନ୍ତ୍ର ଶାସନ ସଚିବ,  ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ,  ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶକ, ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟର  ନିର୍ଦ୍ଦେଶକ ,  ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ତଥା ନୋଡାଲ ଅଧିକାରୀ, ଅର୍ଥ ବିଭାଗ,  ଉପ-ମହାନିର୍ଦ୍ଦେଶକ; ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା, ଭୁବନେଶ୍ୱର , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, କୃଷି ବିଭାଗ, ଅର୍ଥ ଓ ପରିସଂଖ୍ୟାନ ବିଭାଗର ଅନ୍ୟ ପଦାଧିକାରୀ, ଏହି ପ୍ରକଳ୍ପର ସ୍ୱାଧୀନ ଯାଂଚକାରୀ ସଂସ୍ଥା  ସିଇଏଫଟି- ଏକ୍ସଆଇଏମ୍, ଭୁବନେଶ୍ୱରରର ଅଧିକାରୀମାନେ ଉପସ୍ଥିତ ଥିଲେ।

ଓଡିଶା ଅର୍ଥନୀତି ଓ  ପରିସଂଖ୍ୟାନ ନିର୍ଦ୍ଦେଶାଳୟର  ନିର୍ଦ୍ଦେଶକ ପ୍ରକଳ୍ପ ଅନ୍ତର୍ଗତ ରାଜ୍ୟ ପରିସଂଖ୍ୟାନ ପ୍ରଣାଳୀ ଉପାଦାନକୁ ସୁଦୃଢ଼ କରିବା ଦିଗରେ ୨୦୨୫-୨୬ ବର୍ଷରେ କାର୍ଯ୍ୟ ସଫଳତା ଓ ଜାରି ରହିଥିବା କାର୍ଯ୍ୟ ଅଗ୍ରଗତି ସଂପର୍କରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ । ପ୍ରମୁଖ ସଫଳତାଗୁଡ଼ିକ ମଧ୍ୟରେ ,  ତଥ୍ୟ ପ୍ରସାରଣ ନୀତି ଏବଂ ସରକାରୀ ପରିସଂଖ୍ୟାନ ପାଇଁ କାର୍ଯ୍ୟାନ୍ୱୟନ ନିର୍ଦ୍ଦେଶାବଳୀ ପ୍ରକାଶନ, ମୂଲ୍ୟ ପରିସଂଖ୍ୟାନ ସଂଗ୍ରହ ପାଇଁ ସିଏପିଆଇ  ପ୍ରଯୁକ୍ତିବିଦ୍ୟା ପ୍ରଚଳନ, ସମସ୍ତ ପରିସଂଖ୍ୟାନ କାର୍ଯ୍ୟକଳାପକୁ କୋଡିଫାଇଂ କରିବା ପାଇଁ ଜେନେରିକ ପରିସଂଖ୍ୟାନ ବ୍ୟବସାୟ ପ୍ରକ୍ରିୟା ମଡେଲ ଗ୍ରହଣ ଇତ୍ୟାଦି । ଏହା ବ୍ୟତୀତ, ଅର୍ଥ ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ ତରଫରୁ ପ୍ରମୁଖ (କୋର)  ଡାଟାସେଟ୍ ପାଇଁ ଏକ ଡାଟା କ୍ୟାଟାଲଗ୍ ପ୍ରକାଶନ, ୨୦୨୫-୨୬ ବର୍ଷ ପାଇଁ କଳ୍ପନା କରାଯାଇଥିବା ନୂତନ ପରିସଂଖ୍ୟାନ ଉତ୍ପାଦ ପ୍ରକାଶନ ପାଇଁ କାର୍ଯ୍ୟ କରୁଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ  ଆଗାମୀ  ମାର୍ଚ୍ଚ, ୨୦୨୬ ସୁଦ୍ଧା କାର୍ଯ୍ୟ ସମାପ୍ତ କରିବାକୁ ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶକଙ୍କୁ  ନିର୍ଦ୍ଦେଶ ଦେଇଥିଲେ ।

ଅର୍ଥ ବିଭାଗର ଯୁଗ୍ମ ଶାସନ ସଚିବ ଏବଂ ଇଏପି  ପାଇଁ ନୋଡାଲ ଅଧିକାରୀ, ଅର୍ଥ ବିଭାଗ  କମିଟିକୁ ତିନୋଟି ମୁଖ୍ୟ ଫଳାଫଳ କ୍ଷେତ୍ରର ସ୍ଥିତି ବିଷୟରେ ଅବଗତ କରାଇଥିଲେ, ଯେଉଁଥିରେ ଓକାକ୍ , ଇଲେକ୍ଟ୍ରୋନିକ୍ସ ଓ ଆଇଟି  ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଉଥିବା ଆବଶ୍ୟକ ପରିସ୍ଥିତି  ଅନୁସାରେ ସାମାଜିକ ସୁରକ୍ଷା  ପାଇଁ ସେବା ପ୍ରଦାନ, ବିପର୍ଯ୍ୟୟ କ୍ଷତି ହ୍ରାସ କରିବା ପାଇଁ ଓସଡମା, ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗକୁ ସୁଦୃଢ କରିବା ଅନ୍ତର୍ଭୁକ୍ତ । ଓକାକର ସିଇଓ ସୂଚନା ଦେଇଥିଲେ ଯେ ସାମାଜିକ ସୁରକ୍ଷା ବିତରଣ ପ୍ଲାଟଫର୍ମ (ଏସପିଡିପି) ର ବିକାଶ ସମ୍ପୂର୍ଣ୍ଣ ହୋଇଛି ଏବଂ ଏହାର  ବ୍ୟବହାର କରିବା ପାଇଁ ସରକାରୀ ଅଧିକାରୀମାନଙ୍କ ପାଇଁ ତାଲିମ ଏବଂ ସାମାଜିକୀକରଣ କାର୍ଯ୍ୟକ୍ରମ ଜାରି ରହିଛି ଏବଂ ସମୟସୀମା ସୁଦ୍ଧା ଏହା ହାସଲ  କରାଯିବ।ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ଆର୍ଥିକ ବର୍ଷ ୨୦୨୫ -୨୬ ଶେଷ ସୁଦ୍ଧା ବିତ୍ତୀୟ ସହାୟତା ପାଇଁ ଧାର୍ଯ୍ୟ କରାଯାଇଥିବା ସଂଯୁକ୍ତ ସୂଚକ (ଡିଏଲ୍ଆଇ) ଗୁଡ଼ିକର ଲକ୍ଷ୍ୟ  ହାସଲ ପାଇଁ କାର୍ଯ୍ୟ କରିବାକୁ ଓକାକ୍  ଏବଂ ଓସଡମା  ଉଭୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking