ଯାଜପୁର : ଆଜି ଅରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମାନ୍ୟବର ସାଂସଦ, ଶ୍ରୀମତୀ ଶର୍ମିଷ୍ଠା ସେଠୀ ଯାଜପୁର ଜିଲ୍ଲାରେ ଯାଇଥିବା ଜାତୀୟ ରାଜ ମାର୍ଗର ସ୍ଥିତି ସମ୍ୱନ୍ଧରେ ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଚ୍ଥନ୍ତି । ଏହି ବୈଠକରେ ମାନ୍ୟବର ବିଧାୟକ, କୋରେଇ ଶ୍ରୀଯୁକ୍ତ ଅଶୋକ କୁମାର ବଳ, ମାନ୍ୟବର ବିଧାୟକ, ବଡଚଣା ଶ୍ରୀଯୁକ୍ତ ଅମର ପ୍ରସାଦ ଶତପଥୀ, ମାନ୍ୟବର ବିଧାୟକ, ଧର୍ମଶାଳା ଶ୍ରୀଯୁକ୍ତ ରଣବ କୁମାର ବଳବନ୍ତରାୟ, ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ , । ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର, ଆରକ୍ଷୀ ଅଧିକ୍ଷକ, ଯାଜପୁର ଶ୍ରୀ ଭିନିତ ଅଗ୍ରୱାଲ, ପ୍ରକଳ୍ପର ନିର୍ଦ୍ଦେଶକ, ଜାତୀୟ ରାଜ ମାର୍ଗ ପ୍ରାଧିକରଣ, କେନ୍ଦୁଝର ଶ୍ରୀ ମହେଶ ହାମି, ପ୍ରକଳ୍ପ ନିର୍ଦ୍ଦେଶକ, ଜାତୀୟ ରାଜ ମାର୍ଗ ପ୍ରାଧିକରଣ, ଚଣ୍ଡିଖୋଲ ଶ୍ରୀ ଜେପି ବର୍ମା, ଜାତୀୟ ରାଜ ମାର୍ଗ ପ୍ରାଧିକରଣ ଓ ଆଇ.ଇ. କନସଲଟାଣ୍ଟ (ଆର୍ ଆଣ୍ଡ୍ ଇ) ଶ୍ରୀ ଜେ. ସାହୁ, ପ୍ରକଳ୍ପ ନିର୍ଦ୍ଦେଶକ, ଏନ୍ଏଚ୍ଆଇ, ଭୁବନେଶ୍ୱର ଓ ଢେଙ୍କାନାଳ ଏନ୍. ସିଂ ପ୍ରମୁଖ ଯୋଗଦେଇ ସମୀକ୍ଷାରେ ଅଂଶ ଗ୍ରହଣ କରିଥିଲେ ।
ପ୍ରକାଶରୁ ଜଣାପଡିଛି କି , ଗତ ୧୮ ତାରିଖରେ ଯାଜୁର ଜିଲ୍ଲାର ରସୁଲପୁର ଠାରେ ଏନ୍.ଏଚ୍.-୬ ରେ ଏକ ସେତୁ ହଠାତ୍ ଭାଙ୍ଗିଯିବା ଅଞ୍ଚଳରେ ମାନ୍ୟବର ସାଂସଦ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଥିଲେ । ଏହି ଉପଲକ୍ଷେ ଯାଜୁର ଜିଲ୍ଲାରେ ଥିବା ଜାତୀୟ ରାଜ ମାର୍ଗ ଗୁଡିକର ସ୍ଥିତି ଅନୁଧ୍ୟାନ କରିବା ଓ ରାଜ ମାର୍ଗ ଗୁଡିକର ରକ୍ଷଣା ବେକ୍ଷଣ କାର୍ୟ୍ୟ, ବିଭିନ୍ନ ଜନ ସମାଗମ ରାଜ ମାର୍ଗ ସ୍ଥାନ ଗୁଡିକରେ ଟ୍ରାକିଂ ବ୍ୟବସ୍ଥାର ସୁପରିଚାଳନା, ଆବଶ୍ୟକ ପଡୁଥିବା ସ୍ଥାନରେ ରାଜ ମାର୍ଗ ତଳେ ଯାଇଥିବା ରାସ୍ତା ନିର୍ମାଣ ଆଦି ସମ୍ୱନ୍ଧରେ ବିସ୍ତୃତ ସମୀକ୍ଷା କରିଥିଲେ । ରସୁଲୁର ଠାରେ ଯେଭଳି ଦୁର୍ଘଟଣା ଘଟିଲା ସେଭଳି ଦୁର୍ଘଟଣା ଭବିଷ୍ୟତରେ ଯେଭଳି ଯାଜପୁର ଜିଲ୍ଲାରେ ଯାଇଥିବା ରାଜ ମାର୍ଗ ଥରେ ନ ଘଟେ ସେଥ୍ରିତି ଖୁବ୍ ଯତ୍ନବାନ ହୋଇ ଆବଶ୍ୟକ ଡୁଥିବା କାର୍ୟ୍ୟ ଗୁଡିକୁ ଯଥାଶିଘ୍ର ମାନ୍ୟବର ବିଧାୟକ ମାନଙ୍କ ସହ ବିଚାର ବିମର୍ଶ କରି ଆସନ୍ତା ଅକ୍ଟୋବର ମାସ ସୁଦ୍ଧା ଶେଷ କରିବାକୁ ସାଂସଦ ତାଗିଦ କରିଥିଲେ । ଚଣ୍ଡିଖୋଲ-ଡୁବୁରୀ ରାସ୍ତା, ଚ୍ଥତିଆ-ଚଟିଘର-ଅମରାବତୀ ଅଣ୍ଡରାସ୍ ରାସ୍ତା, ଅଧିନରେ ଥିବା ୪୭.୫୨ କି.ମି. ରାସ୍ତାର ଉନ୍ନତିକରଣ କାର୍ୟ୍ୟ, ଚଣ୍ଡିଖୋଲ-ଭଦ୍ରକ, ବନ୍ଦାଳୋ-ବଡଚଣା ରାସ୍ତା ଗୁଡିକ ସହ ।ଜପୁର ଜିଲ୍ଲାରେ ରାଜ ମାର୍ଗ ପଥ ଓ ସେତୁ ଅଚ୍ଥି ସେଗୁଡିକର ସବିଶେଷ ତଥ୍ୟ ମାନ୍ୟବର ସାଂସଦଙ୍କୁ ପ୍ରଦାନ କରିବାକୁ ରାଜ ମାର୍ଗ ପ୍ରକଳ୍ପ ନିର୍ଦ୍ଦେଶକ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଜିଲ୍ଲା
ତଥା ଜିଲ୍ଲାରେ ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋର ଯାଜୁର ଯାଇଥିବା ଜାତୀୟ ରାଜ ମାର୍ଗର ପ୍ରକଳ୍ପ ନିର୍ଦ୍ଦେଶକମାନେ ରାଜ ମାର୍ଗର ଉନ୍ନତିକରଣ କାର୍ୟ୍ୟ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହୋଗ ପ୍ରଦାନ କରାଯିବ ବୋଲି ସୂଚନା ଦେବା ସହ ରାଜ୍ୟ ପରିବହନ କମିଶନରଙ୍କ ପରାମର୍ଶ କ୍ରମେ ଆବଶ୍ୟକ ର୍କ୍ୟା ଗୁଡିକୁ ସଂପାଦିତ କରାଯିବ ବୋଲି କହିଥିଲେ ।
ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆଞ୍ଚଳିକ ରିବହନ ଅଧିକାରୀ, ଯାଜୁର ଶ୍ରୀ ନିଳକଣ୍ଠ ପ୍ରଧାନ ସଂପୃକ୍ତ ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଊପସ୍ଥିତ ଥିଲେ ।