19.1 C
Bhubaneswar
Wednesday, December 25, 2024
Homeଓଡିଶାଖୋଲିଲା ଯବାନଙ୍କ ମୃତ୍ୟୁର କାରଣ : ମେଜରଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା

ଖୋଲିଲା ଯବାନଙ୍କ ମୃତ୍ୟୁର କାରଣ : ମେଜରଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା

କାଶୀନଗର: ଗଜପତି ଜିଲ୍ଲା କାଶୀନଗର ଏନ୍‌ଏସି ୧୨ ନମ୍ବର ୱାର୍ଡବାସିନ୍ଦା ତଥା ଆର୍ମିରେ କାର୍ଯ୍ୟରତ ଯବାନ୍ ୱାଇ.ବାସୁଦେବ ଗତ ଅଗଷ୍ଟ ୨୬ ତାରିଖରେ ବିଷପିଇ ଆତ୍ମହତ୍ୟା କରିଥିଲେ । ଥାନାରେ ଏକ ୟୁଡି କେସ୍ କରାଯାଇଥିଲା । ତେବେ ସେତେବେଳେ ଆତ୍ମହତ୍ୟାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ି ନଥିବା ବେଳେ ଏବେ ତାହା ଆକସ୍ମିକ ଭାବେ ପଦାକୁ ଆସିଛି । ମୃତ ଯବାନଙ୍କ ପରିବାର ଲୋକେ ଏକ ଫଟୋ ପାଇବା ପାଇଁ ତାଙ୍କର ବ୍ୟାଗ୍ ଖୋଲିଥିବା ବେଳେ ସେଥିରୁ ଏକ ମୋବାଇଲ୍ ଓ ଡାଏରୀ ପାଇଥିଲେ । ମୋବାଇଲ୍ ଖୋଲିବା ବେଳେ ସେଥିରେ ଯବାନ ବିଷ ପିଇବା ପୂର୍ବରୁ ତାର କାରଣ ସମ୍ପର୍କରେ ବକ୍ତବ୍ୟ ରେକର୍ଡ କରିଥିବା ଜଣାପଡିଥିଲା । ମେସେଜ ଜରିଆରେ ନିଜ ପତ୍ମୀଙ୍କ ସହ ସିକନ୍ଦରାବାଦରୁ ସେ କରିଥିବା କଥାବାର୍ତ୍ତାର ସୂଚନା ବି ମିଳିଥିଲା ସେଥିରୁ ।

ଯବାନଙ୍କ ମାଆ ୱାଇ.ପଦ୍ମାବତୀ ପାଇଥିବା ଉକ୍ତ ପ୍ରମାଣ ଆଧାରରେ ଥାନାରେ ପୁଣି ଏକ ଏଫ୍‌ଆଇଆର୍ ଦେଇଛନ୍ତି । ସେଥିରେ ସେ ଦର୍ଶାଇଛନ୍ତି ଯେ ତାଙ୍କ ପୁଅ ରାଜସ୍ଥାନରେ କାମ କରୁଥିବା ବେଳେ ତାଙ୍କ ବୋହୂ ପି.ଗାୟତ୍ରୀଙ୍କ ଅଭିଯୋଗ ଆଧାରରେ ସୁବେଦାର ମେଜର୍ (ଏସ୍‌ଏମ୍‌) ପି.ସି. ନାଇଡୁ ତାଙ୍କ ପୁଅକୁ ନିର୍ଯାତନା ଦେଉଥିଲେ । ସେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷାମନ୍ତ୍ରୀ ପ୍ରଭୃତିଙ୍କୁ ଜଣାଇବା ପରେ ତାଙ୍କ ପୁଅକୁ ସିକନ୍ଦରାବାଦ ବଦଳି କରାଯାଇଥିଲା । ତେବେ ସିକନ୍ଦରାବାଦର ହାବିଲଦାର ମେଜର୍ (ଏସ୍‌ବିଏମ୍‌) ବଲବନ୍ତ ସିହଂ ବି ତାଙ୍କ ପୁଅକୁ ବହୁ ନିର୍ଯାତନା ଦେଉଥିଲେ ।

ଉକ୍ତ ହାବିଲଦାର ମେଜର୍ ହିଁ ତାଙ୍କ ପୁଅ ଆତ୍ମହତ୍ୟାର ମୁଖ୍ୟ କାରଣ ବୋଲି ତା ବିଷ ପିଇବା ପୂର୍ବର ଜମାନବନ୍ଦୀରେ କହିଛି । ମେସେଜ୍ ଜରିଆରେ ସେ ତାଙ୍କ ପତ୍ନୀ ସହିତ କରିଥିବା କଥାବାର୍ତ୍ତାରୁ ସ୍ପଷ୍ଟ ହୋଇଛି ଯେ, ଉଭୟଙ୍କ ମଧ୍ୟରେ ଆଦୌ ଭଲ ସମ୍ପର୍କ ନଥିଲା। ତାଙ୍କ ବହୁର ପରିବାର ଲୋକେ ପୁଅ ନାଆଁରେ ରାଜମହେନ୍ଦ୍ରି କୋର୍ଟରେ ଏକ ମିଛ କେସ୍ ବି କରିଛନ୍ତି । ଉକ୍ତ କେସ୍ ମଧ୍ୟ ତାଙ୍କ ପୁଅର ମାନସିକ ସନ୍ତୁଳନ ହରାଇବାର ଅନ୍ୟ ଏକ କାରଣ ।  ୱାଇ. ପଦ୍ମାବତୀ ବି ଜଣାଇଛନ୍ତି ଯେ, ସେ ପାଇଥିବା ପ୍ରମାଣ ଆଧାରରେ ଥାନାରେ ପୁଣି ଏକ ଏଫ୍‌ଆଇଆର୍ ଦେଇ ନ୍ୟାୟ ପ୍ରାର୍ଥନା କରିଛନ୍ତି । ଦୋଷୀମାନେ ଦଣ୍ଡ ପାଲେ ତାଙ୍କ ପୁଅର ଆତ୍ମାକୁ ଶାନ୍ତି ମିଳିବ । କାଶୀନଗର ଥାନାରେ ଦିଆଯାଇଥିବା ଏଫ୍‌ଆଇଆର୍ ସମ୍ପର୍କରେ ଥାନା ଅଧିକାରୀ କହିଛନ୍ତି ଯେ, ପ୍ରମାଣ ମିଳିଥିବା ଆଧାରରେ ତଦନ୍ତ ଆରମ୍ଭ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking