28.3 C
Bhubaneswar
Friday, May 16, 2025
Homeଓଡିଶାଘରକୁ ଫେରିବା ପାଇଁ ୧୨୦୦ କି.ମି ସାଇକେଲରେ ଯାତ୍ରା

ଘରକୁ ଫେରିବା ପାଇଁ ୧୨୦୦ କି.ମି ସାଇକେଲରେ ଯାତ୍ରା

ଓଡ଼ଗାଁ : ରୋଜଗାର ପାଇଁ ଓଡ଼ଗାଁରୁ ବିହାରର ପୂର୍ଣ୍ଣିଆ ଜିଲ୍ଲା ବନମଥି ଯାଇଥିବା ଦୁଇଜଣ ମନ୍ଦିର ମିସ୍ତ୍ରୀ ସାଇକେଲ ଯୋଗେ ଆଜି ଗାଁକୁ ଫେରିଛନ୍ତି । ଏହି ଦୁଇ ମିସ୍ତ୍ରୀ ହେଲେ ଓଡ଼ଗାଁ ଛାମୁସାହିର ସୋମନାଥ ସେନାପତି(୩୬) ଓ ରବିଗାଡିଆର ମୁରଲୀ ସ୍ୱାଇଁ(୨୦) । ସାରା ଦେଶରେ ଲକ୍ ଡାଉନ୍ ଘୋଷଣା ପରେ ମାଲିକ କାମ ବନ୍ଦ କରିଦେବାରୁ ସେମାନେ ରୋଜଗାର ହରାଇ ଅସୁବିଧାରେ ଥିଲେ । ୨ଟି ସାଇକେଲ କିଣି ୨୦ ତାରିଖ ଭୋରରୁ ସୋମନାଥ ଓ ମୁରଲୀ ଓଡ଼ିଶା ଅଭିମୁଖେ ବାହାରିଥିଲେ । ଭାଗଲପୁର, ଆସନସୋଲ, ପୁରୁଲିଆ, ଟାଟା ହୋଇ ରାଞ୍ଚିରେ ପହଞ୍ଚିଥିଲେ । ସଟ୍ ଡାଉନ୍ କାରଣରୁ ସେଠାରୁ ବାଲେଶ୍ୱର ନଯାଇ ରାଉରକେଲା, ଝାରସୁଗୁଡା, ସମ୍ବଲପୁର, ବୌଦ୍ଧ, ଦଶପଲ୍ଲା, ମହିପୁର ହୋଇ ମୋଟ ୧୨ଶହ କିମି ଅତିକ୍ରମ କରି ବୁଧବାର ମଧ୍ୟାହ୍ନରେ ସ୍ଥାନୀୟ ଏନଏସି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଏନଏସି ତରଫରୁ ସେମାନଙ୍କ ସାଇକେଲକୁ ବିଶୋଧିତ କରାଯାଇ ଉଭୟଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ ପଠାଯାଇଛି । ସୋମନାଥଙ୍କୁ ଓଡ଼ଗାଁ କଲ୍ୟାଣୀ ମଣ୍ଡପ ସଂଗରୋଧ କେନ୍ଦ୍ର ଏବଂ ମୁରଲୀଙ୍କୁ ରବିଗାଢିଆ ପଞ୍ଚାୟତ ସଂଗରୋଧ କେନ୍ଦ୍ରକୁ ପଠାଇ ଦିଆଯାଇଛି । ଏହି ଦୀର୍ଘ ପଥ ଅତିକ୍ରମ କରିବା ପାଇଁ ଗୋଟିଏ ଦିନରେ ସେମାନଙ୍କୁ ପ୍ରାୟ ୧୨୫ କିମିରୁ ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡିଥିବା କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking