26.1 C
Bhubaneswar
Friday, March 29, 2024
Homeଓଡିଶାବିଶ୍ୱ ଶ୍ରମିକ ଦିବସ ରେ କଳିଙ୍ଗ ନଗର ଶିଳ୍ପାଞ୍ଚଳ ର ଶ୍ରମିକ ଆଖିରେ ଲୁହ

ବିଶ୍ୱ ଶ୍ରମିକ ଦିବସ ରେ କଳିଙ୍ଗ ନଗର ଶିଳ୍ପାଞ୍ଚଳ ର ଶ୍ରମିକ ଆଖିରେ ଲୁହ

ଯାଜପୁର : ଦେଶର ଶିଳ୍ପ ରାଜଧାନୀ ବୋଲାଉଥିବା କଳିଙ୍ଗ ନଗର ଶିଳ୍ପାଞ୍ଚଳ ରେ ବିଶ୍ୱ ଶ୍ରମିକ ଦିବସ ପାଳନ ତ ଦୂରର କଥା 14 ଗୋଟି କାରଖାନା ରେ ଲକ୍ଷାଧିକ ଶ୍ରମିକ କର୍ମଚାରୀ ମାନଙ୍କ ଦୁଃଖ ଓ ଦୁର୍ଦଶା କହିଲେ ନସରେ | ଶିଳ୍ପାଞ୍ଚଳ ରେ ଏକ ମାତ୍ର ରାଷ୍ଟ୍ରାୟତ ଉଦ୍ୟୋଗ ଓ ଟାଟା ଷ୍ଟିଲ, ଜିନ୍ଦଲ ସ୍ଟେନଲେସ, ମେସକୋ ଷ୍ଟିଲ,ଏବଂ ଭୀସା ଷ୍ଟିଲ ସମେତ 14 ଗୋଟି କାରଖାନା ରେ କାର୍ଯ୍ୟରତ ଲକ୍ଷାଧିକ ଶ୍ରମିକ, କର୍ମଚାରୀ ଲକଡାଉନ ଓ ସର୍ଟଡାଉନ ମଧ୍ୟରେ ଆର୍ଥିକ ଅନାଟନ ରେ ଗତି କରୁଛନ୍ତି | ଜିଲ୍ଲା ପ୍ରଶାସନ ଙ୍କ ନିର୍ଦ୍ଧେଶ କୁ ଶିଳ୍ପପତିମାନେ ନମାନି କର୍ମଚାରୀ ମାନଙ୍କ ପ୍ରତି ମାନସିକ ନିର୍ଯାତନା ଆରମ୍ଭ କରି ଦେଇଛନ୍ତି ବୋଲି ଆଇ.ଏନ.ଟି.ୟୁ.ସି ର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି |ନୀଳାଚଳ ଇସ୍ପାତ କାରଖାନା କୁ ଲକଡାଉନ ର ସୁଯୋଗ ନେଇ ବେଆଇନ ଭାବେ ବନ୍ଦ କରି ତିନ ମାସ ଧରି କର୍ମଚାରୀ ମାନଙ୍କୁ ଦରମା ଦେଉନାହିଁ | ମେସକୋ ଷ୍ଟିଲ କର୍ମଚାରୀ ମାନଙ୍କୁ ଦରମା ନଦେଇ କାରଖାନା କୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛି | ଟାଟା ଷ୍ଟିଲ କତୃପକ୍ଷ କର୍ମଚାରୀ ମାନଙ୍କୁ ମେସେଜ ଦ୍ୱାରା କାମ ନକଲେ କାର୍ଯ୍ୟନୁଷ୍ଟାନ ସହିତ ଦରମା ନଦେବା କୁ ଧମକ ଦେଉଛି | ଜିନ୍ଦଲ କତୃପକ୍ଷ ଠିକ ସେହିପରି ଠିକାଦାର ମାନଙ୍କ ଦ୍ୱାରା କାମ ନାହିଁ ତ ଦରମା ନାହିଁ ପଦ୍ଧତି ଅନୁସରଣ କରିଛି | ଶ୍ରମ ବିଭାଗ ରେ ପଡି ରହିଥିବା ପାଉଣା ସମ୍ପର୍କିତ ବିବାଦୀୟ ଅଭିଯୋଗ ଫଇସଲା ନକରିବା ଯୋଗୁ ଶ୍ରମିକ ଆର୍ଥିକ ଚିନ୍ତା ରେ ପଡି ମଇ ଦିବସ କୁ ଭୁଲିବା ସହିତ ନିଜ ଆଖିର ଲୁହ ପେଟର ଭୋକ କଥା ବାରମ୍ବାର କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ହେଲେ ଏହା ପୋଥି ବାଇଗଣ ସଦୃଶ୍ୟ ପରିଲକ୍ଷିତ ହୋଇଛି, | ଏଥିପ୍ରତି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କଳିଙ୍ଗ ନଗର ଶିଳ୍ପାଞ୍ଚଳ ରେ ସାମ୍ପ୍ରତିକ ଶ୍ରମିକ ଓ କର୍ମଚାରୀ ମାନଙ୍କ ଦରମା ଜନିତ ଆର୍ଥିକ ଅନାଟନ ପ୍ରତି ଦୃଢ ପଦକ୍ଷେପ ନନେଲେ ଭୋକ ଉପାସ ରେ ରୋହିତ ଫେରୋଟେକ କାରଖାନା ଭଳି ଶ୍ରମିକ ମାନେ ଜୀବନ ହରେଇ ବାକୁ ବାଧ୍ୟ ହେବେ ବୋଲି ଶ୍ରୀ ମହାନ୍ତି ଚେତାଇ ଦେଇଛନ୍ତି |

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking