32.1 C
Bhubaneswar
Wednesday, July 16, 2025
Homeଓଡିଶାରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କରୋନା

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ କରୋନା

ଭୁବନେଶ୍ୱର : ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି ଯେ ସେ ସୁସ୍ଥ ଅନୁଭବ କରୁଛନ୍ତି କିନ୍ତୁ ସମ୍ପୂର୍ଣ୍ଣ ସୁସ୍ଥ ହେବ ଯାଏଁ ସଙ୍ଗରୋଧରେ ରହିବେ ଓ କାର୍ଯ୍ୟ କରିବେ। ଗତ କିଛି ଦିନ ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ କୋଭିଡ ପରୀକ୍ଷା କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସେ ଟ୍ୱିଟ କରି କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କର ଦୈନନ୍ଦିନ କାର୍ଯ୍ୟ ଜାରି ରହିବ। ଏହି ସମୟ ମଧ୍ୟରେ ସେ ସମସ୍ତ ଡେପୁଟି ଗଭର୍ଣ୍ଣର ଏବଂ ଅଧିକାରୀଙ୍କ ସହ ଟେଲିଫୋନ ଓ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗାଯୋଗରେ ରହିଥିବା କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking