32.2 C
Bhubaneswar
Saturday, May 17, 2025
Homeଓଡିଶାସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଆମର ପ୍ରାଥମିକତା: ବିଶ୍ୱେଶ୍ଵର ଟୁଡୁ

ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଆମର ପ୍ରାଥମିକତା: ବିଶ୍ୱେଶ୍ଵର ଟୁଡୁ

ଭୁବନେଶ୍ୱର: ଉତ୍ତରାଖଣ୍ଡ ଉତ୍ତରକାଶୀରେ ୧୨ ଦିନ ଧରି ଫସି ରହିଥିବା ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ କେନ୍ଦ୍ର ଓ ଉତ୍ତରାଖଣ୍ଡର ରାଜ୍ୟ ସରକାର ସମସ୍ତ ଚେଷ୍ଟା ଜାରି ରଖିଛନ୍ତି। ସମସ୍ତ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ଆମ ସରକାରଙ୍କ ପ୍ରାଥମିକତା।ଏଥିପାଇଁ ସରକାର ଯଥା ସମ୍ଭବ ଚେଷ୍ଟା ଜାରି ରଖିଛନ୍ତି। ବୈଦେଶିକ ସସୁଡ଼ଙ୍ଗ ବିଶେଷଜ୍ଞଙ୍କ ସହାୟତାରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାର ଖୁବ ନିକଟରେ ପହଞ୍ଚି ସାରିଛନ୍ତି ଏନଡିଆରଏଫ ଟିମ।

ଶ୍ରମିକ ମାନଙ୍କୁ ଆବଶ୍ୟକ ଖାଦ୍ୟ ଓ ପାନୀୟ ଯୋଗାଇ ଦିଆଯାଉଛି। ଏ ସମ୍ପର୍କରେ ଆଜି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଓ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବଙ୍କ ସହ କଥା ହୋଇ ଉଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଥିଲି। ସୁଡ଼ଙ୍ଗରୁ ବାହାରିବା ପରେ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଉପଯୁକ୍ତ ବ୍ୟବସ୍ଥା ହୋଇଥିବା ଶ୍ରୀ ଧାମି ଜଣାଇଥିଲେ। ସମସ୍ତଙ୍କ ଶ୍ରମିକଙ୍କ ଲାଗି ସୁଡ଼ଙ୍ଗ ନିକଟରେ ୪୧ ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ଚିକିତ୍ସାଳୟ ପ୍ରସ୍ତୁତ ହୋଇଥିବା ଜଣାଇଥିଲେ।

ସେହିପରି ଓଡିଶାରୁ ଥିବା ୫ ଜଣ ଓ ସେମାନଙ୍କ ମଧ୍ୟରୁ ମୟୁରଭଞ୍ଜର ୩ ଜଣଙ୍କୁ କିପରି ଉପଯୁକ୍ତ ଚିକିତ୍ସା ପରେ ଓଡ଼ିଶା ଅଣାଯିବ ସେ ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କଲି। ଏଭଳି କଠିନ ପରିସ୍ଥିତିରେ ସମସ୍ତଙ୍କ ଜୀବନର ସୁରକ୍ଷା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ସମସ୍ତେ ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ ଏହାହିଁ ପ୍ରାର୍ଥନା କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking