36.1 C
Bhubaneswar
Sunday, May 19, 2024
Homeଓଡିଶାଉଦ୍ଧାର ଛାତ୍ରଙ୍କ ମୃତଦେହ ଚିହ୍ନଟ କଲେ ପରିବାର ସଦସ୍ୟ

ଉଦ୍ଧାର ଛାତ୍ରଙ୍କ ମୃତଦେହ ଚିହ୍ନଟ କଲେ ପରିବାର ସଦସ୍ୟ

ଭୁବନେଶ୍ୱର : ଭୁବନେଶ୍ୱର ଗଣ୍ଡମୁଣ୍ଡା ସୌଭାଗ୍ୟନଗରର ନାଳଭିତରେ ଗତକାଲି ଭାସିଯାଇଥିବା ଦଶମ ଛାତ୍ରର ମୃତଦେହ ଆଜି ଉଦ୍ଧାର ହୋଇଛି । ଉଦ୍ଧାର ହେବା ପରେ ଛାତ୍ରଙ୍କ ମୃତଦେହକୁ ଚିହ୍ନଟ କରାଯାଇଛି । ଚିହ୍ନଟ ଛାତ୍ର ଭାସି ଯାଇଥିବା ଜ୍ୟୋତିପ୍ରକାଶ ବେହେରାଙ୍କର ବୋଲି ସ୍ପଷ୍ଟ ହୋଇଛି । ଏମ୍ସରେ ମୃତଦେହକୁ ଚିହ୍ନଟ କରିଛନ୍ତି ମୃତ ଛାତ୍ରଙ୍କ ନିକଟ ସମ୍ପର୍କୀୟ । ମୃତଦେହ ଚିହ୍ନଟ ପରେ କାନ୍ଦ ବୋବାଳି ଆରମ୍ଭ ହୋଇଥିବା ବେଳେ ପରିବେଶ ଶୋକାକୁଳ ରହିଛି ।

ରାଜଧାନୀରେ ଏଭଳି ଘଟଣା ପରେ ବିଜେପି ପକ୍ଷରୁ ବିଏମ୍‌ସି କାର୍ଯ୍ୟାଳୟ ଘେରାଉ କରିଛନ୍ତି । ବିଏମ୍‌ସି କାର୍ଯ୍ୟାଳୟ ଆଗରେ ପୋଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଠେଲାପେଲା ହୋଇଛନ୍ତି । ବିଜେପି କର୍ମୀ ଅଭିଯୋଗ କରିଛନ୍ତି ଯେ, ବାରମ୍ବାର ରାଜଧାନୀରେ ଏଭଳି ଘଟଣା ଘଟୁଛି । କାହିଁକି ବିଏମ୍‌ସି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ।ତେବେ ଗତକାଲି ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀରେ ଛାତ୍ର ଜଣକ ନାଳରେ ଭାସିଯାଇଥିଲେ ।

୧୫ ବର୍ଷର ଜ୍ୟୋତିପ୍ରକାଶ ବେହେରା ଟ୍ୟୁସନ୍ ଯାଉଥିବା ବେଳେ ନାଳରେ ଭାସିଯାଇଥିଲେ । ପ୍ରବଳ ବର୍ଷାରେ ଖୋଲା ଡ୍ରେନରେ ପ୍ରବାହିତ ପାଣିରେ ସେ ଭାସିଯାଇଥିବା ବେଳେ ୩୪ ଜଣ ଅଗ୍ନିଶମ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ୧୯ ଘଣ୍ଟାର ଅପରେସନ ପରେ ଉଦ୍ଧାରକାରୀ ଦଳ ଛାତ୍ରର ମୃତଦେହ ଉଦ୍ଧାର କରିଥିଲେ । ପଞ୍ଚଶଖା ନଗର ମୁଖ୍ୟ ଡ୍ରେନ ନିକଟ ବୁଦା ଭିତରୁ ମିଳିଥିଲା ମୃତଦେହ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking