ବାରିପଦା : ଘରେ ନିଆଁ ଲାଗିବାରୁ ପୋଡି ହୋଇ ନାବାଳିକା ଗୁରୁତର ହୋଇଛନ୍ତି। ଶରୀରର ୮୦ ପ୍ରତିଶତ ପୋଡି ଯାଇଥିବା ବେଳେ ଚିକିତ୍ସା ନିମନ୍ତେ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, ଖୁଣ୍ଟା ଥାନା ଅଞ୍ଚଳର ଜୈନିକା ନାବାଳିକାକୁ ଯୁବକ ଜଣକ ପ୍ରେମ ଜାଲରେ ଫସାଇଥିଲେ। ତେବେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଲୁଚିକି ଘରେ ଝିଅକୁ ଦେଖା କରିବାକୁ ଆସିଥିଲା। ଉକ୍ତ ସମୟରେ ଘରେ ନିଆଁ ଲାଗି ଯିବାରୁ ନାବାଳିକା ଜଣକ ପୋଡି ହୋଇ ଜୋରରେ ପାଟି କରିଥିଲା। ଉକ୍ତ ସମୟରେ ପରିବାର ଓ ସ୍ଥାନୀୟ ଲୋକେ ମାନେ ନାବାଳିକାକୁ ଉଦ୍ଧାର କରିଥିଲେ।
ଯୁବକ ଜଣଙ୍କ ବର୍ତ୍ତି ଯାଇଥିବା ବେଳେ ନାବାଳିକା ନିଆଁରେ ପୋଡି ହେବାରୁ ପ୍ରାୟତଃ ୮୦ ପ୍ରତିଶତ ଶରୀର ପୋଡି ଯାଇଥିବାର ସୂଚନା ରହିଛି। ତେବେ ପ୍ରେମିକ ଯୁବକ ଜଣକ ପ୍ରମାଣ ନଷ୍ଟ କରିବା ପାଇଁ ନାବାଳିକାକୁ ହତ୍ୟା ଉଦ୍ୟମ କରିଥିବାର ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରିବାର ଲୋକେ ଯୁବକକୁ ଧରି ସ୍ଥାନୀୟ ଖୁଣ୍ଟା ଥାନା ପୁଲିସର ଜିମା ଦେଇଥିବାର ସୂଚନା ରହିଛି। ନିଆଁରେ ପୋଡି ହୋଇ ନାବାଳିକାର ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଚିକିତ୍ସା ଜାରି ରହିଛି।