33.1 C
Bhubaneswar
Friday, May 17, 2024
Homeଓଡିଶାନାବାଳିକାକୁ ବାରମ୍ବାର ଦୁଷ୍କର୍ମ; ପୀଡ଼ିତା ଗର୍ଭବତୀ, ପାଠପଢ଼ା ଅଧାରୁ ବନ୍ଦ

ନାବାଳିକାକୁ ବାରମ୍ବାର ଦୁଷ୍କର୍ମ; ପୀଡ଼ିତା ଗର୍ଭବତୀ, ପାଠପଢ଼ା ଅଧାରୁ ବନ୍ଦ

ଭୁବନେଶ୍ୱର: ରାଜଧାନୀରେ ଏକ ଚାଞ୍ଚଲ୍ୟ ଖେଳାଇଦେବା ଭଳି ଏକ ଅଭାବନୀୟ କାଣ୍ଡ ଘଟିଛି । ସହିଦ୍‌ନଗର ଅଞ୍ଚଳର ଜଣେ ୧୪ବର୍ଷିୟା ନାବାଳିକାଙ୍କୁ ଜଣେ ୫୧ବର୍ଷର ବ୍ୟକ୍ତି ବାରମ୍ବାର ଦୁଷ୍କର୍ମ କରିଥିଲାବେଳେ ତା’ର ବିବାହିତ ପୁଅ ଦୁଷ୍କର୍ମ ଉଦ୍ୟମ କରିଥିବା ନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି । ଫଳରେ ପୀଡ଼ିତା ନାବାଳିକା ଅନ୍ତସତ୍ତ୍ୱା ହୋଇଥିବାରୁ ଲୋକଲଜ୍ୟା ଭୟରେ ସ୍କୁଲ ନଯିବାରୁ ତାଙ୍କ ପାଠପଢ଼ାରେ ଅଧାରୁ ଡୋରି ବନ୍ଧାହୋଇଛି ।

ଏହି ଘଟଣା ସାମ୍ନାକୁ ଆସିବା ପରେ ସମ୍ପୃକ୍ତ ବାପ-ପୁଅ ଓ ପରିବାର ଲୋକେ ଧମକଚମକ ଦେବାରୁ ପୀଡ଼ିତାଙ୍କ ପରିବାର ସଦସ୍ୟ ଘରଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି । ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁକରି ତନାଘନା ଆରମ୍ଭ କରିବା ସହ ଉଭୟ ବାପ-ପୁଅକୁ ଉଠାଇ ନେଇଛି । ଅଭିଯୋଗ ଅନୁଯାୟୀ ସହୀଦନଗର ଥାନା ଅଞ୍ଚଳରେ ଜଣେ ନାବାଳିକା ସପରିବାର ରହୁଥିଲେ । ନାବାଳିକାଙ୍କ ମା’ ଏକ ଘରୋଇ ଅନୁଷ୍ଠାନରେ କାମକରି ପରିବାର ଚଳାଉଥିଲେ । ପଡ଼ୋଶୀ ସଦାନନ୍ଦ ନାୟକ(୫୧)ଙ୍କ ଲୋଲୁପ ଦୃଷ୍ଟି ଏହି ପରିବାର ଉପରେ ପଡ଼ିଥିଲା । ସେ ବିଭିନ୍ନ ବାହାନା କରି ନାବାଳିକାଙ୍କ ଘରକୁ ଆସୁଥିଲେ । ପରେ ନାବାଳିକାଙ୍କୁ ସ୍କୁଲ ଯିବା ରାସ୍ତାରେ ଅଟକାଇ ଗପସପ କରୁଥଲେ । ସ୍କୁଲରୁ ଫେରିଲାବେଳେ ଘରକୁ ଛାଡ଼ିବା ବାହାନାରେ ଘରକୁ ଆସୁଥିଲେ ।

ପରେ ସୁଯୋଗ ଦେଖି ମା’ ଘରେ ନଥିବାବେଳେ ସମ୍ପୃକ୍ତ ନାବାଳିକାଙ୍କୁ ଦୁଷ୍କର୍ମକରିବା ସହ ପରିବାର ଲୋକଙ୍କୁ ନ ଜଣାଇବାକୁ ଧମକଚମକ ଦେଇଥିଲେ । ଅନ୍ୟପକ୍ଷରେ ସମୟ ସୁବିଧା ଦେଖି ସଦାନନ୍ଦଙ୍କ ପୁଅ ରବି ମଧ୍ୟ ପୀଡ଼ିତା ନାବାଳିକାକୁ ବାରମ୍ବାର ଦୁଷ୍କର୍ମ ଉଦ୍ୟମ କରିଚାଲିଥିଲା । ଏହିଭଳି ବାପ-ପୁଅ ଯୌନ ନିର୍ଯାତନା ସହି ନପାରି ହଠାତ୍ ନାବାଳିକାଙ୍କ ଦେହଖରାପ ହୋଇଥିଲା । ତାଙ୍କ ମା’ ଡାକ୍ତର ପାଖକୁ ନେଇ ଚିକିତ୍ସା କରାଇବାରୁ ଝିଅ ଗର୍ଭବତ୍ତୀ ହୋଇଥିବା ଜଣାପଡ଼ିଲା । ଏହି ଘଟଣା ଜଣାପଡ଼ିବା ପରେ ଅଭିଯୁକ୍ତ ସଦାନନ୍ଦ ଓ ପୁଅ ରବି ପୀଡ଼ିତାଙ୍କ ପରିବାର ଉପରେ ଅକଥନୀୟ ଅତ୍ୟାଚାର କରିବାରୁ ସେମାନେ ସେଠାରୁ ଘର ଛାଡ଼ି ଆସି ଅନ୍ୟତ୍ର ରହୁଛନ୍ତି । ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁକରିବା ସହିତ ସାଦାପୋଷାକରେ ଯାଇ ଅଭିଯୁକ୍ତ ବାପ-ପୁଅଙ୍କୁ ତାଙ୍କ ଘରୁ ଉଠାଇ ନେଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking