28.1 C
Bhubaneswar
Sunday, September 8, 2024
Homeଓଡିଶାହଟିବ ଭ୍ରଷ୍ଟ ସରକାର: ମନମୋହନ

ହଟିବ ଭ୍ରଷ୍ଟ ସରକାର: ମନମୋହନ

ଭୁବନେଶ୍ୱର: ୩ଟି ରାଜ୍ୟରେ ବିଜେପିର ବିଜୟ ଓଡିଶାରେ ପ୍ରଭାବ ପକାଇବ ବୋଲି ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଓଡିଶା ସରକାରକୁ କଡା ସମାଲୋଚନା କରିଛନ୍ତି ମନମୋହନ । ଓଡିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ସର୍ବାଧିକ । ଓଡିଶାରେ ଦୁର୍ନୀତି ଓ ଭ୍ରଷ୍ଟ ସରକାରକୁ ଲୋକେ ହଟାଇବେ ବୋଲି କହିଛନ୍ତି ମନମୋହନ । ମୋଦିଙ୍କ ଗ୍ୟାରେଣ୍ଟି ଉପରେ ଲୋକଙ୍କ ଭରସା ରହିଛି ।

୨୦୨୪ରେ ଓଡିଶା ରାଜନୀତି ୟୁ ଟର୍ଣ୍ଣ କରିବ ବୋଲି କହିଛନ୍ତି ମନମୋହନ । ଏଠାରେ ଏକ ଆଖି କାନ ନଥିବା ସରକାର ଚାଲିଛି । ରାଜ୍ୟରେ ଦେଢ କୋଟି ଯୁବକ ଦାଦନ ଖଟିବାକୁ ଯାଉଛନ୍ତି ।  ଉତ୍ତରାଧିକାରୀ ବାଛିବାକୁ ଏ ସରାକର କୋଟି କୋଟି ଖର୍ଚ୍ଚ କରୁଛି । ହେଲିକପ୍ଟରରେ ୩ ଶହ କୋଟି, ଲୋକ ବୋହିବାକୁ ୫ ଶହ କୋଟି ଖର୍ଚ୍ଚ ହୋଇଥିବା କଣମାଧ୍ୟମ ଆଗରେ କହିଛନ୍ତି ମନମୋହନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking