30.1 C
Bhubaneswar
Thursday, April 25, 2024
Homeଜୀବନଶୈଳୀବ୍ୟାକ ପେନ ରୁ କିପରି ପାଇବେ ମୁକ୍ତି

ବ୍ୟାକ ପେନ ରୁ କିପରି ପାଇବେ ମୁକ୍ତି

ଭୁବନେଶ୍ୱର: ଆଜିକାଲି ର ଦିନରେ ବ୍ୟାକ ପେନ ବା ଅଣ୍ଟା ଦରଜ ପିଲାଠୁ ବୁଢା ଯାଏ ସମସ୍ତିଙ୍କ ପାଖରେ ଦେଖା ଯାଇଛି। ଏହି ସମସ୍ୟାର ବିଭିନ୍ନ ପ୍ରକାର କାରଣ ରହିଥାଏ। ଏହାଛଡା ଅଣ୍ଟା ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଅଟେ। ଅଣ୍ଟା ଉପରେ ଭାରା ଦେଇ ଆମେ ଯେ କୌଣସି ପ୍ରକାର ଶକ୍ତିଶାଳୀ କାମ କରି ଦେଇ ଥାଉ। ତେଣୁ ଯଦି ଅଣ୍ଟା ନିୟମିତ ଭାବେ ଦରଜ ହେଉଛି ତେବେ ଏହାର ଚିକିତ୍ସା ତୁରନ୍ତ କରାଇ ନେବା ଉଚିତ। ତେବେ ଅଣ୍ଟା ଦରଜ ଦୂର କରିବାକୁ କିଛି ଦେଶୀ ଉପଚାର ବିଷୟରେ ଜାଣିବା ଆସନ୍ତୁ।

ରସୁଣ ଛେଚି ସୋରିଷ ତେଲରେ ପକାଇ ତାକୁ ଫୁଟାଇବା ପରେ ଅଣ୍ଟାରେ ମାଲିସ‌ କରନ୍ତୁ। ଏହାଦ୍ୱାରା ଅଣ୍ଟା ଦରଜରୁ ଆରାମ ମିଳିଥାଏ।

ସୋରିଷ ତେଲରେ ରସୁଣ ବଦଳରେ ଯଦି ଆମେ ଶୁଣ୍ଠି ପକାଇ ତାକୁ ଅଣ୍ଟାରେ ମାଲିସ କରିବା ତା ଦ୍ୱାରା ମଧ୍ୟ ଲାଭ ମିଳିଥାଏ।

ଦୁଇ ଚାମଚ ଅଦା ରସରେ ୨ ଚାମଚ ଦେଶୀ ଘିଅ ମିଶାଇ ଖାଇବା ଦ୍ୱାରା ଲାଭ ମିଳେ।

ଗହମ ୧୦ ଗ୍ରାମ‌ ପୋଡି ଗୁଣ୍ଡ କରି ୧ ବଡ ଚାମଚ ମହୁରେ ମିଶାଇ ଖାଆନ୍ତୁ। ଏହା ଦ୍ୱାରା ଏହି ରୋଗରୁ ଉପଶମ ମିଳିଥାଏ।

ପୋସ୍ତକ ଓ ମିଶ୍ରି ସମାନ ମାତ୍ରାରେ ନେଇ ଗୁଣ୍ଡ କରି ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏକ କପ୍ କ୍ଷୀର ସହ ଏକ ବଡ଼ ଚାମଚ ସେହି ଗୁଣ୍ଡ କୁ ଖାଆନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking