32.1 C
Bhubaneswar
Saturday, May 18, 2024
Homeଓଡିଶାଭୁବନେଶ୍ୱରନିୟମିତ ରକ୍ତଦାନ କ୍ୟାନସର ଓ ହୃଦଘାତ ଆଶଙ୍କାକୁ ହ୍ରାସ କରିବ

ନିୟମିତ ରକ୍ତଦାନ କ୍ୟାନସର ଓ ହୃଦଘାତ ଆଶଙ୍କାକୁ ହ୍ରାସ କରିବ

ଭୁବନେଶ୍ୱର: ଆଜିକାଲିର ଲୋକମାନେ ଯେତିକି ମାତ୍ରାରେ ବିଳାସ ବ୍ୟସନରେ ରହୁଛନ୍ତି, ସେହି ଅନୁପାତରେ ନାନା ରୋଗରେ ବୁଡ଼ି ରହୁଛନ୍ତି । ତେବେ ଅନେକ ଲୋକ କ୍ୟାନସର, ହୃଦରୋଗ, ଝାଡ଼ାବାନ୍ତି, ଟ୍ୟୁମର, ବ୍ଲଡପ୍ରେସର ଆଦି ବିଭିନ୍ନ ରୋଗରେ ଶିକାର ହୋଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଅଧିକାଂଶ ଲୋକ ରୋଗର କାରଣ ଓ ନିରାକରଣ ବିଷୟରେ ପ୍ରାୟତଃ ଅଜ୍ଞ ଥାଆନ୍ତି ।

ତେବେ ଆପଣମାନେ ଜାଣନ୍ତି, ନିୟମିତ ରକ୍ତଦାନ କରିବା ଦ୍ୱାରା ଆପଣ ମାନସିକ ଭାବେ ଫିଟ୍ ରହିବେ । ନିୟମିତ ରକ୍ତଦାନ କରିବା ଫଳରେ ଆପଣଙ୍କଠାରେ ହୃଦଘାତ ଓ କର୍କଟ ରୋଗର ଆଶଙ୍କା ହ୍ରାସ ପାଇବ । ରକ୍ତଦାନ ଦ୍ୱାରା ଜଣେ ଲୋକ ଏକାଧିକ ଲୋକଙ୍କ ଜୀବନ ବଞ୍ଚାଇ ପାରିଥାଏ । ଆଜି ବିଶ୍ୱ ରକ୍ତଦାତା ଦିବସ ଅବସରରେ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଅବସରରେ ଭୁବନେଶ୍ୱର ଏମ୍ସର ଏକ୍ସପର୍ଟମାନେ ଏହି ସୂଚନା ଦେଇଛନ୍ତି ।

ସେଚ୍ଛାକୃତ ରକ୍ତଦାନ ଦ୍ୱାରା ଆମ ଶରୀରରେ ଜୀବାଣୁଙ୍କ ସଂକ୍ରମଣ ସହଜରେ ହୁଏ ନାହିଁ । ରକ୍ତଦାତାମାନେ ଉତ୍ତମ ସ୍ୱାସ୍ଥ୍ୟ ବଜାୟ ରଖିପାରିଥାନ୍ତି । ସମାଜରେ ରକ୍ତର ଆବଶ୍ୟକତାକୁ ପୂରଣ କରିବା ନିମନ୍ତେ ପର୍ଯ୍ୟାପ୍ତ ମାତ୍ରାରେ ସ୍ୱେଚ୍ଛାସେବା ଆଗକୁ ଆସିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking