ମୁମ୍ବାଇ : ଉତ୍ସାହର ସହ ସମସ୍ତେ ଅପେକ୍ଷା କରିଛନ୍ତି ଶାହରୁଖ ଖାଙ୍କ ଫିଲ୍ମ ‘ଜୱାନ’ ର । ନିକଟରେ ଫିଲ୍ମ ‘ଜୱାନ’ର ଟ୍ରେଲର ରିଲିଜ ହୋଇଥିଲା । ଟ୍ରେଲରକୁ ଦେଖିବା ପରେ ଫିଲ୍ମକୁ ଦେଖିବା ପାଇଁ ଦର୍ଶକମାନଙ୍କର ଉତ୍ସାହ ଆହୁରି ବଢ଼ି ଯାଇଛି । ତେବେ ଏହି ଫିଲ୍ମକୁ ନେଇ ଦର୍ଶକଙ୍କର ଦୁଇ ପ୍ରକାର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଅଧିକାଂଶ ଲୋକେ ଏହାକୁ ପସନ୍ଦ କରୁଥିବା ବେଳେ କିଛି ଲୋକ ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି । ଏହିଭଳି ପରିସ୍ଥିତିରେ ଫିଲ୍ମଟି ରିଲିଜ୍ ହେବାକୁ ମାତ୍ର ୨ ଦିନ ବାକି ରହିଥିବା ବେଳେ ଫିଲ୍ମଟି ଆଡଭାନ୍ସ ବୁକିଂରେ ଲକ୍ଷ ଲକ୍ଷ ଟଙ୍କା ବ୍ୟବସାୟ କରି ସାରିଛି । ଗତ ସପ୍ତାହରେ ଭାରତରେ ‘ଜୱାନ’ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିଲା । ଏହାପରେ କିଛି ପ୍ରେକ୍ଷାଳୟରେ ଟିକେଟ୍ ବିକ୍ରି ୨.୪ ଲକ୍ଷ ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ ବର୍ତ୍ତମାନ ସୂଚନା ମିଳିଛି ଯେ, ‘ଜବାନ’ର ଉଦ୍ଘାଟନୀ ଦିନ ପାଇଁ ୫ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି। ଭାରତରେ ପ୍ରଥମ ଦିନରେ ୫,00,000 ଟିକେଟ୍ର ଅଗ୍ରୀମ ବୁକିଂ ମାର୍କ ଅତିକ୍ରମ କରିଛି। ନ୍ୟାସ୍ନାଲ୍ ମଲ୍ଟିପ୍ଲେକ୍ସରେ ‘ଜବାନ’ର ଅଗ୍ରୀମ ବୁକିଂରେ ପିଭିଆର ୧,୧୨,୨୯୯, ଆଇନକ୍ସ ୭୫,୬୬୧, ସିନେପଲିସ ୪୦,୫୭୭ ଟିକେଟ୍ ବିକ୍ରି କରିଛନ୍ତି। ମିଳିତ ଭାବେ ୨,୨୮,୫୩୮ ଟିକେଟ୍ ବିକ୍ରି ହୋଇଛି।” ଏହାଛଡ଼ା ଦେଶର ବିଭିନ୍ନ ସ୍ଥାନରେ ଥିବା ସିଙ୍ଗଲ ସ୍କ୍ରିନରେ ମଧ୍ୟ ଆଡଭାନ୍ସ ବୁକିଂ କରାଯାଇଛି । ତେବେ ଏହି ସବୁ କୁ ଦେଖି ଲାଗୁଛି ଯେ ବକ୍ସ ଅଫିସରେ ଧମାଲ କରିବ ।