27.1 C
Bhubaneswar
Saturday, September 5, 2026
Homeଦେଶ ବିଦେଶଦିଲ୍ଲୀରେ ରେକର୍ଡ ବର୍ଷା

ଦିଲ୍ଲୀରେ ରେକର୍ଡ ବର୍ଷା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବର୍ଷା ବିତ୍ପାତ। ତେଣୁ ରାଜଧାନୀର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। କୃତ୍ରିମ ବନ୍ୟାରେ ଉବୁଟୁବୁ ହୋଇଛି ଦିଲ୍ଲୀ। ଲଗାଣ ବର୍ଷା ଯୋଗୁ ରାସ୍ତାରେ ପାଣି ସୁଅ ମାରିଛି। ଟ୍ରାଫିକ ଜାମ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଦିଲ୍ଲୀକୁ ବୁଡ଼ାଇଥିବା ଓ ଭସାଇଥିବା ଲଗାଣ ବର୍ଷା ୮୮ ବର୍ଷର ରେକର୍ଡ ଭାଙ୍ଗିଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ସକାଳ ୮.୩୦ରୁ ଶୁକ୍ରବାର ସକାଳ ୮.୩୦ ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୨୮ ମିମି ବର୍ଷା ରେକର୍ଡ କରାଯାଇଛି। ଜୁନ ମାସରେ ସାଧାରଣତଃ ଦିଲ୍ଲୀରେ ୮୦.୬ ମିମି ବର୍ଷା ହୋଇଥାଏ। କିନ୍ତୁ ୨୪ ଘଣ୍ଟାରେ ୨୨୮ ମିମି ବର୍ଷା ହୋଇଛି। ଲଗାଣ ବର୍ଷା ଦିଲ୍ଲୀ-ଏନସିଆବାସୀଙ୍କୁ ଗଭୀର ଭାବେ ପ୍ରଭାବିତ କରିଛି। ସାଧାରଣ ଲୋକମାନେ ପାଣି ଜମି ରହିବା ସମସ୍ୟା ସହ ଭୟଙ୍କର ଟ୍ରାଫିକ ଜାମରେ ପଡ଼ିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking