29.1 C
Bhubaneswar
Sunday, July 20, 2025
Homeଦେଶ ବିଦେଶ୧୦୦ତମ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

୧୦୦ତମ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ

ନୂଆଦିଲ୍ଲୀ : ଚଳିତ ଆଇପିଏଲର ୫୨ତମ ମ୍ୟାଚ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ପ୍ଲେ- ଅଫରେ ସ୍ଥାନ ପକ୍କା କରିସାରିଥିବା ବିରାଟ ବାହିନୀ ମୈଦାନକୁ ଓହ୍ଲାଇବ। ଗୋଟେପଟେ ଦଳ ୧୦୦ତମ ଆଇପିଏଲ ବିଜୟ ଲକ୍ଷରେ ଥିବା ବେଳେ ଅନ୍ୟପଟେ ମଏଣ୍ଟ ଟେବୁଲରେ ଦ୍ଵିତୀୟ ସ୍ଥାନକୁ ଉନ୍ନୀତ ହେବାକୁ ଚେଷ୍ଟା କରିବ। ଆର୍‌ସିବି ୧୨ ମ୍ୟାଚ୍ ଖେଳି ୧୬ ପଏଣ୍ଟ୍‌ ସହ ତୃତୀୟ ସ୍ଥାନରେ ରହିଛି। ଶେଷ ଦୁଇ ମ୍ୟାଚ୍‌ ଜିତି ପାରିଲେ ଏହି ଦଳ ଶୀର୍ଷ ୨ ସ୍ଥାନରେ ରହି କ୍ବାଲିଫାୟର ୧ ଓ କ୍ବାଲିଫାୟର-୨ ଖେଳିବାର ସୁଯୋଗ ପାଇବ। ଅନ୍ୟପକ୍ଷରେ ସନ୍‌ରାଇଜର୍ସ ତା’ର ଅନ୍ତିମ ଦୁଇ ମୁକାବିଲାରେ ବିଜୟୀ ହେଲେ ନିଜ ବିଜୟ ଖାତାକୁ କିଛିଟା ବଢେଇ ପାରିବ। କୋହଲି, ଏବି ଡି’ଭିଲିୟର୍ସ, ଗ୍ଲେନ୍ ମ୍ୟାକ୍ସୱେଲ୍‌ଙ୍କ ଭଳି ଖେଳାଳି ଥିବା ଆରସିବି କିନ୍ତୁ ପସନ୍ଦର ଦଳ ଭାବେ ପଡ଼ିଆକୁ ଓହ୍ଲାଇବ। ଆତ୍ମବିଶ୍ବାସରେ ଭରପୁର ଏହି ଦଳକୁ ହରାଇବାକୁ ହେଲେ ସଂଘର୍ଷରତ ସନ୍‌ରାଇଜର୍ସକୁ ନିଜ ଶ୍ରେଷ୍ଠ ପ୍ରଦର୍ଶନଠାରୁ ବି ଭଲ କରିବାକୁ ହେବ।

ଅନ୍ୟପଟେ ପୂର୍ବତନ ଅଧିନାୟକ ଡେଭିଡ୍ ୱାର୍ଣ୍ଣରଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ଚଳିତ ଆଇପିଏଲ୍‌ର ୟୁଏଇ ପର୍ଯ୍ୟାୟରେ ସନ୍‌ରାଇଜର୍ସ ଆଦୌ ଭଲ ପ୍ରଦର୍ଶନ କରିନି। ତଥାପି କେନ୍ ୱିଲିୟମସନଙ୍କ ଦଳ ପାଖରେ ଏକାଧିକ ପ୍ରତିଭାବାନ ଖେଳାଳି ଅଛନ୍ତି। ସନ୍‌ରାଇଜର୍ସ ପୂର୍ବରୁ ପ୍ଲେ ଅଫ୍‌ରୁ ବାଦ ପଡ଼ି ସାରିଥିବାରୁ ଚୂଡ଼ାନ୍ତ ଏକାଦଶରେ ପରୀକ୍ଷା‌ ନିରୀକ୍ଷା କରିବାର ସୁଯୋଗ ବି ଏହି ଦଳ ପାଖରେ ରହିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking