28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଆର୍‌ବିଆଇର ବାର୍ଷିକ ରିପୋର୍ଟ : ୮.୪୬%କୁ ବଢ଼ିଛି ବାଲାନ୍ସ ସିଟ୍‌

ଆର୍‌ବିଆଇର ବାର୍ଷିକ ରିପୋର୍ଟ : ୮.୪୬%କୁ ବଢ଼ିଛି ବାଲାନ୍ସ ସିଟ୍‌

ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହାର ବାର୍ଷିକ ରିପୋର୍ଟ ପ୍ରକାଶ ପାଇଛି । ମାର୍ଚ୍ଚ ୩୧, ୨୦୨୨ ଯାଏଁ ଆର୍‌ବିଆଇ ପକ୍ଷରୁ ଏହି ରିପେର୍ଟ ପ୍ରକାଶ ପାଇଛି । ବାଲାନ୍ସ ସିଟ୍ ରିପୋର୍ଟ ଅନୁଯାୟୀ ଆର୍‌ବିଆଇର ବାଲାନ୍ସ ୮.୪୬% ବୃଦ୍ଧି ପାଇଛି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ରିଜର୍ଭ ବ୍ୟାଙ୍କର ଆୟ ୨୦.୧୪ ପ୍ରତିଶତ ବୃଦ୍ଧି ପାଇଛି । ତେବେ ଏହି ସମୟରେ ଆର୍‌ବିଆଇର ବ୍ୟୟ ବା ଖର୍ଚ୍ଚ କିନ୍ତୁ ୨୮୦.୧୩% ବୃଦ୍ଧି ପାଇଛି । ୨୦୨୦-୨୧ରେ ଆର୍ଥିକ ବର୍ଷ ପରିବର୍ତ୍ତନ ପରେ ପ୍ରଥମ ଥର ପାଇଁ ସମ୍ପୂର୍ଣ୍ଣ ବର୍ଷର ରିପୋର୍ଟ ପ୍ରସ୍ତୁତ ହୋଇଥିଲା ।

୨୦୨୧ରେ ଆର୍ଥିକ ବର୍ଷ ୯ ମାସର ହୋଇଥିବା ବେଳେ ଚଳିତ ବର୍ଷ ଏହା ୧୨ ମାସର ରହିଛି । ୧୨ ମାସର ସମୟସୀମା ରହିଥିଲେ ହେଁ ଡିଭିଡେଣ୍ଡ କମ୍ ରହିଛି । ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ୩୦୩୦୭.୪୫ କୋଟିର ଡିଭିଡେଣ୍ଡ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି । ବିଗତ ବର୍ଷରେ ଜୁଲାଇ ୨୦୨୦ରୁ ମାର୍ଚ୍ଚ ୨୦୨୧ରେ ୯ ମାସ ପାଇଁ ଆର୍‌ବିଆଇ ପକ୍ଷରୁ ୯୯୧୨୨ କୋଟି ଟଙ୍କାର ଡିଭିଡେଣ୍ଡ ପ୍ରଦାନ କରାଯାଇଥିଲା । ବିଭିନ୍ନ ଅର୍ଥନୈତିକ ଚ୍ୟାଲେଞ୍ଜ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ରିସ୍କ ବଫରକୁ ୫.୫୦% ରଖିବା ପାଇଁ ଏହି ଅର୍ଥ ରିଲିଜ୍ କରାଯିବ ।

ଏହି ସମୟସୀମା ମଧ୍ୟରେ ଆର୍‌ବିଆଇର ବାଲାନ୍ସ ସିଟ୍ ୪.୮୨ ଟ୍ରିଲିୟନ୍ ବୃଦ୍ଧି ପାଇଛି । ୮.୪୬% ଅଭିବୃଦ୍ଧି ସହିତ ବାଲାନ୍ସ ସିଟ୍ ୫୭.୦୭ ଟ୍ରିଲିୟନ୍‌ରୁ ବୃଦ୍ଧି ପାଇ ୬୧.୯୦ ଟ୍ରିଲିୟନ୍‌ରେ ପହଞ୍ଚିଛି । ଏହା ସହିତ ବୈଦେଶିକ ମୁଦ୍ରା ଭଣ୍ଡାର, ଘରୋଇ ନିବେଶ ଓ ଗଚ୍ଛିତ ସୁନାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଘରୋଇ ସମ୍ପତ୍ତିର ପରିମାଣ ୨୮.୨୨% ରହିଥିବା ବେଳେ ବୈଦେଶିକ ମୁଦ୍ରା ଏବଂ ସୁନାର ପରିମାଣ ୭୧.୭୮% ରହିଛି । ଚଳିତ ଆର୍ଥିକ ବର୍ଷରେ ଆର୍‌ବିଆଇର ଆୟ ୧.୬ ଟ୍ରିଲିୟନରୁ ବୃଦ୍ଧି ପାଇ ୧.୩୩ ଟ୍ରିଲିୟନରେ ପହଞ୍ଚିଛି । ତେବେ ଏହି ସମୟରେ ବ୍ୟୟର ପରିମାଣ ୧.୨୯ ଟ୍ରିଲିୟନ ରହିଛି । ଏହା ମଧ୍ୟରୁ ୧.୧୪ ଟ୍ରିଲିୟନ୍ କଣ୍ଟିନଜେନ୍ସି ଫଣ୍ଡ ରହିଥିବା ବେଳେ ୧୦୦ କୋଟି ଟଙ୍କା ବିକାଶ ପାଇଁ ବ୍ୟୟ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking