30.1 C
Bhubaneswar
Wednesday, February 19, 2025
Homeଓଡିଶାରାୟଗଡ଼ା ଚୋରୀ ମାମଲା; ମିଳିଲା ୪୦୦ ଗ୍ରାମ ସୁନା

ରାୟଗଡ଼ା ଚୋରୀ ମାମଲା; ମିଳିଲା ୪୦୦ ଗ୍ରାମ ସୁନା

ରାୟଗଡ଼ା: ରାୟଗଡ଼ା ସହରରେ ଦିନକୁ ଦିନ ଚୋରି ବୃଦ୍ଧି ପାଇବାରେ ଲାଗିଛି । ଗତ ଜାନୁଆରୀ ୧୭ତାରିଖ ଦିନ ଚୋରୀ ହୋଇଥିବା ଘଟଣାରେ ଆଜି ୪୦୦ଗ୍ରାମର ସୁନା ଜବତ ସହ ୫ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଜାନୁଆରୀ ୧୭ ତାରିଖରେ ରାୟଗଡ଼ା ସ୍ଥିତ ଏକ ଘରେ କେହି ନଥିଲେ । ଚୋରମାନେ ଏହାର ସୁଯୋଗ ନେଇ ସେହି ଘରର ତାଲାଭାଙ୍ଗି ଘର ମଧ୍ୟକୁ ପ୍ରବେଶ କରି ଘରର ସବୁଆଡ଼େ ତନାଘନା କରିଥିଲେ । ଏହାପରେ ସେ ଲକରକୁ ଭାଙ୍ଗି ୯ଲକ୍ଷ କ୍ୟାସ ସହିତ ୮୦୦ଗ୍ରାମର ସୁନା ନେଇ ପଳାୟନ କରିଥିଲେ ।

ଏନେଇ ଘର ଲୋକେ ଥାନାରେ ଅଭିଯୋଗ ଆଣିଥିଲେ । ଏହି ଘଟଣାର ବହୁ ତଦନ୍ତ ପରେ ଆଜି ପୋଲିସ ୪୦୦ ଗ୍ରାମର ସୁନା ସହ ୫ ଜଣଙ୍କୁ ଗିରଫ କରିଛି । ୫ଜଣଙ୍କୁ ପଚରା ଉଚରା କରାଯାଉଥିବା ବେଳେ ଅନ୍ୟାନ୍ୟ ତଦନ୍ତ ଜାରି ରହିଛି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking