29.1 C
Bhubaneswar
Sunday, May 19, 2024
Homeଓଡିଶାକୋଭିଦ ଟୀକା ପାଇଁ ହା ହା କାର, ଲୋକଙ୍କ ପ୍ରବଳ ଭିଡ

କୋଭିଦ ଟୀକା ପାଇଁ ହା ହା କାର, ଲୋକଙ୍କ ପ୍ରବଳ ଭିଡ

ରାୟଗଡା:ରାୟଗଡା ଜିଲ୍ଲାରେ କୋଭିଦ ଟିକା ପାଇଁ ହାହାକାର ମଚିଛି। ଟିକାର ଘୋର ଅଭାବ ଯୋଗୁଁ ଏହିଭଳି ସ୍ଥିତି ଉପୁଜିଥିବା ଜଣାପଡିଛି। ଟିକା ନେବା ପାଇଁ ବିଭିନ୍ନ ଟୀକାକରଣ କେନ୍ଦ୍ର ମାନଙ୍କରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଫଳରେ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତା ପାଳନ ହେଉନାହିଁ। ନିଜ ଭିତରେ ଦୂରତାକୁ ଫୁ ଅରି ଲୋକେ ଟିକା ନେବା ପାଇଁ ଭିଡ ଜମାଇଛନ୍ତି। ସମଗ୍ର ଜିଲ୍ଲାରେ ଏହିଭଳି ସ୍ଥିତି ଦେଖାଦେଇଛି। ମିଳିଥିବା ସୂଚନା ପ୍ରକାରେ ଜିଲ୍ଲାରେ ଦ୍ୱିତୀୟ ଡୋଜ କୋଭିଦ ଟିକା ନେବା ପାଇଁ ପ୍ରାୟ ୨୦ ହଜାର ଲୋକ ଅପେକ୍ଷା କରିଛନ୍ତି। ସେହିଭଳି ପ୍ରଥମ ଡୋଜ ନେବା ପାଇଁ ୧୮ ରୁ ୪୪ ବର୍ଗର ପ୍ରାୟ ୩୦।ହଜାର ଜଣ ପଞ୍ଜିକରଣ କରିଛନ୍ତି। ତେବେ ଟିକାର ଅଭାବ ଯୋଗୁଁ ଗତ କିଛି ଦିନ ହେବ ଟୀକାକରଣ ବନ୍ଦ ରହିଥିଲା।

ଗତକାଲି ଟିକା ଜିଲ୍ଲାରେ ପହଞ୍ଚିବା ଓ ଆଜି ପ୍ରଦାନ କରାଯିବା ଘୋଷଣା ପରେ ଏହିଭଳି ଅବସ୍ଥା ସୃଷ୍ଟି ହୋଇଛି। ଜିଲ୍ଲାକୁ ୫୫୦୦ ଡୋଜ ଟିକା ପ୍ରଦାନ କରିଛନ୍ତି ସରକାର। ସେଥିରୁ ୧୫୦୦ ଡୋଜ ରାୟଗଡା ସହରର ତିନୋଟି କେନ୍ଦ୍ରକୁ ପ୍ରଦାନ ହୋଇଛି। ବଳକା ୪୦୦୦ ଡୋଜ ଜିଲ୍ଲାର ଅନ୍ୟ ୨୭ ଟି କେନ୍ଦ୍ରକୁ ଦିଆଯାଇଛି। ଜିଲ୍ଲାରେ ୯୧ ଟି କେନ୍ଦ୍ର ରହିଥିବା ବେଳେ ମାତ୍ର ୩୦ ଟି କେନ୍ଦ୍ରରେ ଆଜି ଟୀକାକରଣ ଚାଲିଥିବା ସୂଚନା ମିଳିଛି। ଟିକା କେନ୍ଦ୍ର ମାନଙ୍କରେ ପ୍ରବଳ ଭିଡ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସକାଳ ୬ ଟାରୁ ମଧ୍ୟ କିଛି ଜଣ ଟିକା ପାଇଁ କେନ୍ଦ୍ର ମାନଙ୍କୁ ଆସିଥିବା ଜଣାପଡିଛି। ଟିକା କେନ୍ଦ୍ର ମାନଙ୍କରେ ଭିଡକୁ ଦେଖି ଉପଜିଲ୍ଲାପାଳ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଟିକା ଅଭାବ କଥା ସେ ସ୍ବୀକାର ମଧ୍ୟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking