29.1 C
Bhubaneswar
Friday, May 30, 2025
Homeଓଡିଶା୧୨ ଘଣ୍ଟିଆ କାଶୀପୁର ବ୍ଲକ ବନ୍ଦ ଡାକରା

୧୨ ଘଣ୍ଟିଆ କାଶୀପୁର ବ୍ଲକ ବନ୍ଦ ଡାକରା

ରାୟଗଡା : ରାୟଗଡା ଜିଲ୍ଲା କାଶୀପୁର ଅଞ୍ଚଳ ବିକାଶ ପାରିଷଦ ପକ୍ଷରୁ ଆଜି ୧୨ ଘଣ୍ଟିଆ କାଶୀପୁର ବ୍ଲକ ବନ୍ଦ ଡାକରା ଦିଆଯାଇଛି। ରାୟଗଡା ଡିଆଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ୱର ନାୟକଙ୍କ ବଦଳି ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି । ଗତ 4 ମାସରେ ତିନି ଜଣ ପ୍ରକଳ୍ପ ନିର୍ଦ୍ଦେଶକ ବଦଳି ଯୋଗୁଁ ଜିଲ୍ଲାରେ ବିକାଶ ବାଧା ପ୍ରାପ୍ତ ହେଇଚି । ଏହା ସହ କାଶୀପୁର ବ୍ଲକରେ ଦୀର୍ଘଦିନ ହେଲା ସ୍ଥାୟୀ ବିଡିଓ ନ ଥିବାରୁ ସାଧାରଣ ଜନତା ଅସୁବିଧାର ସମୂଖୀନ ହେଉଥିବା ସହ ବିଭିନ୍ନ ଉର୍ନୟନ ମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବାରୁ ଏହି ବନ୍ଦ ଡାକରା ଦିଆଯାଇଛି । ଏହା ସହ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ତୁରନ୍ତ ବଦଳି ବାତିଲ ସହ ସ୍ଥାୟୀ ବିଡ଼ିଓ ନିଯୁକ୍ତି ଦାବି କରିଛନ୍ତି ଆନ୍ଦୋଳନକାରି । ଦାବିପୂରଣ ନ ହେଲେ ଆଗାମୀ ଦିନରେ ଜିଲ୍ଲାବ୍ୟାପୀ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି କାଶୀପୁର ଅଞ୍ଚଳ ବିକାଶ ପରିଷଦ। ଏହି ବନ୍ଦ ଯୋଗୁଁ କାଶୀପୁର ବ୍ଲକର ସମସ୍ତ ଦୋକାନ ବଜାର ,ବ୍ୟବସାୟ ପ୍ରତିଷ୍ଠାନ ସହ ସମସ୍ତ ଗାଡ଼ିଚଲା ଚଳ ବନ୍ଦ ରହିଥିବାବେଳେ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking