29.1 C
Bhubaneswar
Friday, May 17, 2024
Homeଦେଶ ବିଦେଶଆଜି ବି ସୁରକ୍ଷିତ ରାବଣର ଦେହାବଶେଷ, ଘନ ଜଙ୍ଗଲରେ ଏକ କାଠ ବାକ୍ସକୁ ସୁରକ୍ଷା ଦେଉଛନ୍ତି...

ଆଜି ବି ସୁରକ୍ଷିତ ରାବଣର ଦେହାବଶେଷ, ଘନ ଜଙ୍ଗଲରେ ଏକ କାଠ ବାକ୍ସକୁ ସୁରକ୍ଷା ଦେଉଛନ୍ତି ନାଗ ଓ ଭୟଙ୍କର ଜୀବଜନ୍ତୁ

ନୂଆଦିଲ୍ଳୀ : କୁହାଯାଏ ରାମାୟଣ ଏବଂ ଭଗବାନ ରାମଙ୍କର ଅନେକ ପୌରାଣିକ ପ୍ରାମାଣିକତା ଶ୍ରୀଲଙ୍କାରେ ରହିଛି । ଏହି ସ୍ଥାନ ଭଗବାନ ଶ୍ରୀରାମ ଏବଂ ରାବଣ ସହିତ ଯୋଡ଼ି ହୋଇଛି । ଏହି ପ୍ରସଙ୍ଗରେ ଜାଣିବା ଶ୍ରୀଲଙ୍କାରେ ଥିବା ଏମିତି ଏକ ଗୁମ୍ଫା ବିଷୟରେ ଯେଉଁଠି ଆଜି ବି ରାବଣର ଦେହାବଶେଷ ସୁରକ୍ଷିତ ରଖାଯାଇଛି ବୋଲି ଲୋକଙ୍କ ମନରେ ଅତୁଟ ବିଶ୍ୱାସ ରହିଛି ।

ଏକ ଅଧ୍ୟୟନ ଅନୁସାରେ ଶ୍ରୀଲଙ୍କାରେ ଏମିତି ୫୦ଟି ସ୍ଥାନ ରହିଛି ଯାହାର ସଂପର୍କ ରାମାୟଣ ସହିତ ଯୋଡ଼ି ହୋଇଛି । ଏହି ଅଧ୍ୟୟମ ଅନୁସାରେ, ଭଗବାନ ଶ୍ରୀରାମଙ୍କ ହାତରେ ରାବଣର ବଧକୁ ୧୦ ହଜାର ବର୍ଷରୁ ଅଧିକ ହୋଇଗଲାଣି । କିନ୍ତୁ ଶ୍ରୀଲଙ୍କାରେ ଥିବା ଏକ ପାହାଡ଼ ଗୁମ୍ଫାରେ ଆଜି ବି ରାବଣର ଦେହାବଶେଷ ସୁରକ୍ଷିତ ରହିଛି । ଏହି ଗୁମ୍ଫା ଶ୍ରୀଲଙ୍କାର ରାଗାଲାର ଘନ ଜଙ୍ଗଲରେ ଅବସ୍ଥିତ । ଯେଉଁ ଗୁମ୍ଫାରେ ରାବଣର ଦେହାବଶେଷ ରଖାଯାଇଛି ତାହା ରାଗାଲା ଜଙ୍ଗଲର ୮ ହଜାର ଫୁଟ୍‌ ପାହାଡ଼ ଉଚ୍ଚରେ ରହିଛି । ଏହି ସ୍ଥାନରେ ରାବଣର ମୃତଦେହକୁ ମମିରେ ପରିଣତ କରାଯାଇ କାଠ ବାକ୍ସ ଭିତରେ ରଖାଯାଇଛି । ଏହା ଉପରେ ଏକ ସ୍ୱତନ୍ତ୍ର ପ୍ରକାର ଲେପ ଲଗାଯାଇଛି । ଯେଉଁଥିପାଇଁ ହଜାର ହଜାର ବର୍ଷ ହେବ ସେହି ଦେହାବଶେଷ ସୁରକ୍ଷିତ ରହିଛି । ଏହି ରିସର୍ଚ୍ଚ ଶ୍ରୀଲଙ୍କା ଇଣ୍ଟରନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଦ୍ୱାରା କରାଯାଇଛି ।

ଏହି ରିସର୍ଚ୍ଚ ଅନୁସାରେ, ୧୮ ଫୁଟ୍‌ ଲମ୍ବା ଏବଂ ୫ଫୁଟ୍‌ ଚଉଡ଼ା ଏହି କାଠ ବାକ୍ସ ଭିତରେ ରାବଣର ମୃତଦେହ ରହିଛି । ସେହି କାଠ ବାକ୍ସ ତଳେ ରାବଣର ବହୁ ମୂଲ୍ୟର ଭଣ୍ଡାର ରହିଛି । ଏହି ଭଣ୍ଡାରର ସୁରକ୍ଷା ଏକ ନାଗ ଏବଂ ଭୟଙ୍କର ଜୀବଜନ୍ତୁ କରିଥାନ୍ତି । ମାନ୍ୟତା ଅନୁସାରେ ଭଗବାନ ଶ୍ରୀରାମ ରାବଣର ବଧ କରିବା ପରେ ତା’ର ମୃତଦେହର ଅନ୍ତିମ ସଂସ୍କାର ପାଇଁ ବିଭୀଷଣକୁ ଦେଇଥିଲେ । କିନ୍ତୁ ବିଭୀଷଣ ରାଜଗାଦି ସମ୍ଭାଳିବାର ଦାୟିତ୍ୱରେ ଏତେ ମଗ୍ନ ହୋଇଗଲେ ଯେ ମୃତ ଶରୀରର ଅନ୍ତିମ ସଂସ୍କାର କରିନଥିଲେ । କୁହାଯାଏ ଏହାପରେ ରାବଣର ମୃତଦେହକୁ ନାଗବଂଶୀୟମାନେ ନେଇଯାଇଥିଲେ । ସେମାନଙ୍କର ବିଶ୍ୱାସ ଥିଲା ରାବଣ ପୁନର୍ଜୀବନ ପାଇପାରିବ । କିନ୍ତୁ ସେମିତି ହୋଇନଥିଲା । ଏହାପରେ ସେମାନେ ବର୍ଷ ବର୍ଷ ଧରି ସୁରକ୍ଷିତ ରହିବା ଉଦ୍ଦେଶ୍ୟରେ ରାବଣର ମୃତ ଶରୀରକୁ ମମିରେ ପରିଣତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking