24.1 C
Bhubaneswar
Friday, January 10, 2025
Homeଓଡିଶାଟିକାକରଣ ପ୍ରସଙ୍ଗ: ପରିଚୟପତ୍ରଭାବେ ବିବେଚିତ ହେବ ରାସନକାର୍ଡ 

ଟିକାକରଣ ପ୍ରସଙ୍ଗ: ପରିଚୟପତ୍ରଭାବେ ବିବେଚିତ ହେବ ରାସନକାର୍ଡ 

ଭୁବନେଶ୍ୱର : କରୋନାକୁ ମାତ୍ ଦେବା ପାଇଁ ରାଜ୍ୟରେ ଟିକାକରଣ ଅଭିଯାନକୁ ଗୁରୁତ୍ୱ ଦିଆଯାଉଛି । ଟିକାକରଣ ପାଇଁ ମୁଖ୍ୟତଃ ଆଧାରକାର୍ଡକୁ ପରିଚୟପତ୍ରଭାବେ ବ୍ୟବହାର କରାଯାଉଛି । ତେବେ ଏଣିକି ହିତାଧିକାରୀଙ୍କ ଫଟୋ ସହିତ ଥିବା ରାସନକାର୍ଡକୁ ଟିକାକରଣ କ୍ଷେତ୍ରରେ ପରିଚୟ ପତ୍ର ଭାବେ ବିବେଚନା କରାଯିବ । ରାଜ୍ୟରେ ଟିକାକରଣ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାରେ ଏହା କୁହାଯାଇଛି । ଏହାବ୍ୟତୀତ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ସାର୍ଟିଫିକେଟି(ୟୁଡିଆଇଡି) ମଧ୍ୟ ପରିଚୟ ପତ୍ର ଭାବେ ଗ୍ରହଣ କରାଯିବ । କେନ୍ଦ୍ର ସରକାର ଗତ ୧୪ ତାରିଖରେ ଏହି ନିର୍ଦ୍ଦେଶନାମା ଦେଇଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି । ଅନ୍ୟପକ୍ଷରେ ଭବିଷ୍ୟତ ବିପିଏଲ ଓ ଅନ୍ତ୍ୟୋଦୟ ଗର୍ବଙ୍କୁ ସାମିଲ ମଧ୍ୟ କରାଯାଇପାରେ । ତେଣୁ ଟିକାକରଣ ଦାୟିତ୍ୱରେ ଥିବା ଅଧିକାରୀ ଏଥିପାଇଁ ବିଶେଷ ଦୃଷ୍ଟି ଦେବାକୁ ଶ୍ରୀ ମହାପାତ୍ର କହିଛନ୍ତି । ରାଜ୍ୟରେ ଟିକାକରଣ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦୁଇଟି ନିର୍ଦ୍ଦେଶନାମା ଜାରି କରାଯାଇଛି । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ, ମହାନଗର ନିଗମ କମିଶନର, ସିଡିଏମ୍‌ଓ ଓ ପିଏଚ୍‌ଓଙ୍କୁ ଚିଠି ଲେଖିଛନ୍ତି । ପ୍ରଥମ ଚିଠିରେ ଶ୍ରୀ ମହାପାତ୍ର ଉଲ୍ଲେଖ କରିଛନ୍ତି ଯେ,ରାଜ୍ୟରୁ ବିଦେଶକୁ ଅଧ୍ୟୟନ ପାଇଁ ଯିବାଥିବା ଛାତ୍ରଛାତ୍ରୀ, ଚାକିରିରେ ଯୋଗ ଦେବାକୁ ଥିବା ଆଶାୟୀ ଓ ଭାରତୀୟ ଉପମହାଦେଶର ଟୋକିଓ ଅଲମ୍ପିକ୍ସରେ ଭାଗ ନେବାକୁ ଥିବା ଖେଳାଳି ଓ କର୍ମଚାରୀଙ୍କୁ ‘କୋଭିସିଲ୍ଡ\’ ଟିକା ପ୍ରଦାନ କ୍ଷେତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏସ୍‌ଓପି ଜାରି କରିଛନ୍ତି । ତଦନୁଯାୟୀ ଯେଉଁମାନେ ବିଦେଶ ଗସ୍ତ କରିବେ, ସେମାନେ ଏକ ଅଣ୍ଡରଟେକିଂ ମାଧ୍ୟମରେ କୋଭିସିଲ୍ଡ ଟିକା ନେବେ । ସେମାନେ ପ୍ରଥମ ଡୋଜର ୨୮ ଦିନ ପରେ ବା ୮୪ ପୂର୍ବରୁ ଦ୍ୱିତୀୟ ଡୋଜ ଟିକା ନେଇପାରିବେ । ଏ ସମସ୍ତ କାର୍ଯ୍ୟ ତଦାରଖ ଓ ସାର୍ଟିଫିକେଟକୁ ସ୍ୱୀକୃତି ପାଇଁ ଏଡିପିଏଚଓ(ସ୍ୱାସ୍ଥ୍ୟ) ଡେଜିଗନେଟ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି । ଯେଉଁମାନେ ବିଦେଶ ଯିବାର ଅଛି, ସେମାନଙ୍କ ବିଦେଶ ଗସ୍ତ ସମ୍ବନ୍ଧୀୟ ଆବଶ୍ୟକୀୟ କାଗଜପତ୍ର ସମ୍ପୃକ୍ତ ଅଧିକାରୀ ଯାଞ୍ଚ କରିବେ । ହିତାଧିକାରୀ କେବଳ ସରକାରଙ୍କ ଦ୍ୱାରା ଚୟନପ୍ରପ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ଏହି ଟିକା ନେଇପାରିବେ । ଟିକା ଦେବା ପୂର୍ବରୁ ଟିକା କେନ୍ଦ୍ରରେ ମଧ୍ୟ ବିଦେଶ ଯିବାର ସମସ୍ତ ଦରକାରୀ କାଗଜପତ୍ରକୁ ଅନୁଧ୍ୟାନ କରାଯିବ । ହିତାଧିକାରୀ ବିଦେଶ ଗସ୍ତର ଆବଶ୍ୟକୀୟ କାଗଜପତ୍ର ‘କୋ-ୱିନ୍‌’ ପେର୍ଟାଲରେ ଅପଲୋଡ କରିବା ବାଧ୍ୟତାମୂଳକ । ଟିକା ନେବା ପରେ ଏଡିପିଏଚଓଙ୍କ ଦ୍ୱାରା ଏକ ସାର୍ଟିଫିକେଟ ସହିତ ପାସପୋର୍ଟ ନମ୍ବର ପ୍ରଦାନ କରାଯିବ । ଉକ୍ତ ସାର୍ଟିଫିକେଟକୁ ଭ୍ୟାକ୍ସିନ ସାର୍ଟିଫିକେଟି ସହିତ ସଲଗ୍ନ କରାଯିବ । ଯେଉଁମାନେ ବିଦେଶ ଯିବାର ଅଛି, ସେମାନଙ୍କ ପାଇଁ ଆସନ୍ତା ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏହି ସୁବିଧା ଉପଲବ୍ଧ ହେବ । ଅନ୍ୟ ଏକ ଚିଠିରେ ଏଣିକି ହିତାଧିକାରୀଙ୍କ ଫଟୋ ସହିତ ଥିବା ରାସନକାର୍ଡକୁ ଟିକାକରଣ କ୍ଷେତ୍ରରେ ପରିଚୟ ପତ୍ର ଭାବେ ବିବେଚନା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking