29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବଏଫ୍ରେଣ୍ଡ ବିଜୟଙ୍କ କମ୍ପାନୀର ହୁଡି ପିନ୍ଧି ବ୍ରାଣ୍ଡ୍‌ ପ୍ରମୋସନ କଲେ ରଶ୍ମିକା

ବଏଫ୍ରେଣ୍ଡ ବିଜୟଙ୍କ କମ୍ପାନୀର ହୁଡି ପିନ୍ଧି ବ୍ରାଣ୍ଡ୍‌ ପ୍ରମୋସନ କଲେ ରଶ୍ମିକା

ମୁମ୍ଵାଇ : ଗତ କିଛି ବର୍ଷ ମଧ୍ୟରେ ସାଉଥ ଇଣ୍ଡଷ୍ଟ୍ରିରେ ନିଜର ସ୍ଥାନ ହାସଲ କରି ସାରିଛନ୍ତି ରଶ୍ମିକା । ଏବେ ବଲିଉଡ୍‌ରେ ନିଜର ପରିଚୟ  କରିବା ଲାଗି ବହୁ ପରିଶ୍ରମ ବି କରୁଛନ୍ତି। ଅମିତାଭ୍ ଗୁଡ୍‌ବାଏ ଫିଲ୍ମରେ କାମ କରି ବଲିଉଡ୍ ଡେବ୍ୟୁ କରିଥିଲ।  ତା’ପରେ ସିଦ୍ଧାର୍ଥଙ୍କ ସହ ସ୍କ୍ରନ୍ ସେୟାର କରିଥିଲେ।

ବର୍ତ୍ତମାନ ଦକ୍ଷିଣ ନିର୍ମାତା ସନ୍ଦିପ ରେଡ୍ଡି ବଙ୍ଗାଙ୍କ ନିର୍ଦ୍ଦେଶିତ ଆନିମଲ୍‌ରେ ରଣବୀରଙ୍କ ନାୟିକା ଚତିତ୍ରରେ ଦେଖିବାକୁ ମିଳିଛନ୍ତି। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାର ପ୍ରଚାର ଓ ପ୍ରସାରରେ ନିଜକୁ ଖୁବ୍ ବ୍ୟସ୍ତ ରଖିଥିଲେ। ଏଥିପାଇଁ ନା ତାଙ୍କ ଚର୍ଚ୍ଚିତ ବଏଫ୍ରେଣ୍ଡ ବିଜୟକୁ ସମୟ ଦେଇପାରୁନଥିଲେ।  ହେଲେ ରଶ୍ମିକା ଅଭିନୟ ଜୀବନରେ ଯେମିତି ପରିଶ୍ରମୀ, ବାସ୍ତବ ଜୀବନରେ ସେତିକି ଚାଲାକ।

ବଏଫ୍ରେଣ୍ଡକୁ ସମୟ ଦେଇନପାରିଲେ ବି ସୋସିଆଲ ମିଡିଆରେ  ତାଙ୍କ ସମସ୍ତ ପୋଷ୍ଟ ସେୟାର କରୁଥିଲେ । ଏବଏ ଫିଲ୍ମ ରିଲିଜ୍ ହୋଇସାରିଛି। ତେଣୁ ବିଜୟ ପାଇଁ ସମୟ ବାହାର କରିପାରୁଛନ୍ତି।  ବିଜୟଙ୍କୁ ଖୁସି କରିବା ପାଇଁ ତାଙ୍କ ବ୍ରାଣ୍ଡ୍‌ର ପ୍ରମୋସନ କରୁଛନ୍ତି। ଯେମିତିକି କିଛି ଦିନ ତଳେ ରଶ୍ମିକା ବିମାନବନ୍ଦରରେ ଏକ ସୁନ୍ଦର ହୁଡିରେ ନଜର ଆସିଥିଲେ। ତାହା ବିଜୟଙ୍କ କମ୍ପାନୀ ଦ୍ଵାରା ପ୍ରସ୍ତୁତ। ନିଜ କାମ ପାଇଁ ସମୟ ଦେଇ ପାରୁନାହାନ୍ତି ସତ ହେଲେ ଏଭଳି ଆଚରଣ ଦେଖି ନେଟିଜେନ୍‌ଙ୍କୁ ଖୁବ୍ ପସନ୍ଦ ଆସୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking