29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶକାହିଁକି ଡ୍ୟାନ୍ସ କରୁ କରୁ ଏବଂ ଗୀତ ଗାଉ ଗାଉ ହଠାତ୍‌ ହେଉଛି ମୃତ୍ୟୁ...ଆସନ୍ତୁ ଜାଣିବା

କାହିଁକି ଡ୍ୟାନ୍ସ କରୁ କରୁ ଏବଂ ଗୀତ ଗାଉ ଗାଉ ହଠାତ୍‌ ହେଉଛି ମୃତ୍ୟୁ…ଆସନ୍ତୁ ଜାଣିବା

ନୂଆଦିଲ୍ଲୀ:କରୋନା ମହାମାରୀ ପରେ ଲୋକମାନଙ୍କ ଖରାପ ଲାଇଫ୍‌ ଷ୍ଟାଇଲ୍‌ ଯୋଗୁ ପୂରା ବିଶ୍ୱରେ ହାର୍ଟ ଆଟାକରେ ହେଉଥିବା ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି । ତେବେ ନେସ୍‌ନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ ଆକଳନ ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚଯ୍ୟ ହୋଇଯିବେ । ଏହା ସହ ଦେଶରେ ଏବେ ମୃତ୍ୟୁ ସଂଖ୍ୟା ଦୃତ ଗତିରେ ବଢିଚାଲିଛି । ଯାହାର କାରଣ ହାର୍ଟ ଆଟାକ, କାର୍ଡିଆକ୍‌ ଆରେଷ୍ଟ୍‍ ଏବଂ ଅନ୍ୟନ୍ୟା ରୋଗ ପାଲଟିଛି । ତେବେ ଆପଣମାନେ ଏପରି ଅନେକ ଭିଡିଓ ଦେଖିଥିବେ, ଯେଉଁଥିରେ ଲୋକମାନେ ଗୀତ ଗାଇବା କିମ୍ବା ନାଚିବା ସମୟରେ ହଠାତ୍‌ ତଳେ ପଡିଯାଆନ୍ତି । ସେହିପରି ନବରାତ୍ରୀ ସମୟରେ ଏହିପରି ଅନେକ ମାମଲା ସାମ୍ନାକୁ ଆସିଛି ।

ଏହି ବର୍ଷ ଏହିପରି ଅନେକ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଲୋକମାନେ ନାଚିବା କିମ୍ବା ଗୀତ ଗାଇବା ସମୟରେ ହଠାତ୍ ତଳେ ପଡ଼ିଯାଇ ମୃତ୍ୟୁ ବରଣ କରିଥିଲେ । ଏପରି ଭାବେ କେହି ଜଣେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସନ୍ତି ଏବଂ ସେଠାରେ ଏକ ଭଲ ମଣିଷ ଭାବେ ଠିଆ ହୋଇଥାନ୍ତି, କିନ୍ତୁ ହଠାତ୍ ଭିଡ଼ ଭିତରୁ କେହି ଲୋକ ତଳେ ପଡ଼ି ମୃତ୍ୟୁ ବରଣ ହୋଇଯାଏ । ତେବେ ସୋସିଆଲ ମିଡିଆରେ ଆପଣ ସହଜରେ ଏହିପରି ଭିଡିଓ ଦେଖିବାକୁ ପାଇ ଯିବେ ।

NCRB ତଥ୍ୟ ଏବେ ସାମ୍ନାକୁ ଆସିଛି ଯେଉଁଥିରେ କୁହାଯାଇଛି ଯେ ୨୦୨୧ ମସିହାରେ ହଠାତ୍ ମୃତ୍ୟୁ ସଂଖ୍ୟା ୨୦୨୨ ତୁଳନାରେ ପ୍ରାୟ ୧୧.୬ ପ୍ରତିଶତ ବୃଦ୍ଧି ପାଇଛି । ଆପଣମାନେ ଯଦି ଦେଖିବେ ତାହେଲେ ଏହି ସଂଖ୍ୟାଗୁଡିକ ଆଶ୍ଚର୍ଯ୍ୟଜନକ ରହିଛି । NCRB ତଥ୍ୟ ଅନୁଯାୟୀ, ୨୦୨୨ ମସିହାରେ ୫୬୬୫୩ ଜଣଙ୍କର ହଠାତ୍ ମୃତ୍ୟୁ ହୋଇଥିଲା । ସେଥିମଧ୍ୟରୁ ୩୨୪୧୦ ଜଣ ଲୋକଙ୍କର ହୃଦଘାତ ଯୋଗୁ ମୃତ୍ୟୁ ହୋଇଛି । ୨୪୨୪୩ ଲୋକଙ୍କ ମୃତ୍ୟୁ ହେବା ପାଇଁ ଅନ୍ୟାନ୍ୟ ଅନେକ କାରଣ ରହିଥିଲା । ହଠାତ୍ ମୃତ୍ୟୁ ହେଉଥିବା ୪୫ ରୁ ୬୦ ବୟସର ଲୋକଙ୍କ ସଂଖ୍ୟା ସର୍ବାଧିକ ରହିଛି ।

ତେବେ ଆସନ୍ତୁ ଆମେ ଆଜି ଆପଣଙ୍କୁ ହାର୍ଟ ଆଟାକ ହେବାର ଲକ୍ଷଣ ବିଷୟରେ ଜଣାଇବୁ । ହାର୍ଟ ଆଟାକ ହେବା ପୂର୍ବରୁ ମନରେ ଅସନ୍ତୋଷ ଭାବ ଆସିଥାଏ । ହାର୍ଟିରେ କଷ୍ଟ ହେବା, ଅସହଜ ଚାପ ଏବଂ ଯନ୍ତ୍ରଣା ପରି ଅନେକ ଜିନିଷ ହୋଇଥାଏ । ବାହୁ, ପିଠି, ବେକ ଏବଂ ପେଟରେ ଯନ୍ତ୍ରଣା ହୋଇପାରେ । ନିଶ୍ୱାସ ନେବାରେ କଷ୍ଟ ହେବା ଏବଂ ଛାତିରେ ମଧ୍ୟ କଷ୍ଟ ଅନୁଭବ ହୋଇଥାଏ । ବାରାମ୍ବାର ଝାଳ ବାହାରିବା, ମୁଣ୍ଡ ବୁଲାଇବା ଭଳି ଅନେକ ଲକ୍ଷଣ ଦେଖାଦେଇଥାଏ ।

ମନରେ ଅସନ୍ତୋଷ ଅନୁଭବ ସୃଷ୍ଟି ହେବା, ନିଶ୍ୱାସ ନେବାରେ କଷ୍ଟ ହେବା, ବାରାମ୍ବାର ଆପଣଙ୍କୁ ଦୁର୍ବଳ ଅନୁଭଳ ଲାଗିବା । ନିଶ୍ୱାସ ନେଇପାରିବେ ନାହିଁ, ଦୁର୍ବଳ ଲାଗିବା, ହାର୍ଟ ବିଟ୍‌ ଜୋରରେ ଚାଲିବା ଏବଂ ବହୁତ ଝାଳ ବାହାରିବାକୁ ଲାଗିଥାଏ । ତେବେ ଏହି ପରି ଅନେକ ଲକ୍ଷଣ ଦେଖାଯାଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking