30.1 C
Bhubaneswar
Sunday, June 2, 2024
Homeଓଡିଶାଅଭାବନୀୟ ଘଟଣା; ଗୋଟିଏ ଜୁଇରେ ଜଳିଲେ ସ୍ୱାମୀ-ସ୍ତ୍ରୀ

ଅଭାବନୀୟ ଘଟଣା; ଗୋଟିଏ ଜୁଇରେ ଜଳିଲେ ସ୍ୱାମୀ-ସ୍ତ୍ରୀ

ଫୁଲବାଣୀ : କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ଲଣ୍ଡାଗାଁ ପଂଚାୟତର ଲଣ୍ଡାଗାଁରେ ଘଟିଛି ଏକ ଅଭାବନୀୟ ଓ ଦୁଃଖଦ ଘଟଣା। ଦୀର୍ଘବର୍ଷ ଧରିଏହି ଅଞ୍ଚଳରେ ବସବାସ କରୁଥିଲେ କୁଲୁ ଷଡ଼ଙ୍ଗୀଙ୍କ ପରିବାର। ପ୍ରତ୍ୟେକ ଦିନ ସେମାନେ ଜଙ୍ଗଲରୁ ଜଙ୍ଗଲଜାତ ତ୍ରବ୍ୟ ସଂଗ୍ରହ କରି ସେଥିରୁ ପରିବାର ପୋଷଣ କରୁଥିଲେ। ସୋମବାର ମଧ୍ୟ କୁଲୁ ଷଡ଼ଙ୍ଗୀଙ୍କ ସ୍ତ୍ରୀ କୁନି ଷଡ଼ଙ୍ଗୀ (୩୦) ଜଙ୍ଗଲକୁ ଯାଇ ଜଙ୍ଗଲଯାତ ଦ୍ରବ୍ୟ ସଂଗ୍ରହ କରି ଘରକୁ ଫେରୁଥିବା ବେଳେ ପ୍ରବଳ ଗରମ ଯୋଗୁଁ ସେ ଅସୁସ୍ଥ ହୋଇ ପଡ଼ିଥିଲେ। କୌଣସି ପ୍ରକାରେ ସେ ଘରେ ପହଞ୍ଚିଥିଲେ ମଧ୍ୟ ଗୁରୁତ୍ୱର ହୋଇ ସେ ଘରେ ହିଁ ମୃତ୍ୟୁବରଣ କରିଥିଲେ ।

ଏହି ସମୟରେ ତାଙ୍କ ପାଖରେ ଥିବା ସ୍ୱାମୀ ଚିନ୍ତାଗ୍ରସ୍ତ ହେବା ସହିତ ନିଜ ସ୍ତ୍ରୀର ଅକାଳ ମୃତ୍ୟୁକୁ ନେଇ ସେ ମଧ୍ୟ ସଂପୂର୍ଣ୍ଣଭାବେ ମ୍ରିୟମାଣ ହେବା ସହିତ କାନ୍ଦିଥିଲେ । ନିଜେ କାନ୍ଦିବା ଅବସ୍ଥାରେ ହିଁ ତାଙ୍କର ମଧ୍ୟ ପ୍ରାଣ ବାୟୁ ଉଡ଼ିଯାଇଥିଲା । ଏହି ଘଟଣା ସମଗ୍ର ଅଞ୍ଚଳରେ ଶୋକରଛାୟା ଖେଳାଇ ଦେଇଛି । ତାଙ୍କର ୪ ବର୍ଷର ପୁଅଟିଏ ଥିବା ବେଳେ କୁଲୁ ଷଡ଼ଙ୍ଗୀଙ୍କ ବାପା ଜମେଶ୍ୱର ଷଡ଼ଙ୍ଗୀ ଅଛନ୍ତି । ଏହି ଦୁଃଖଦ ଘଟଣା ପରେ ସାହି ପଡ଼ିଶା ଲୋକେ ଏକତ୍ରିତ ହୋଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଗୋଟିଏ ଜୁଇରେ ଦାହ କରିଥିବା ଜଣାଯାଇଛି । ଏହି ପରିବାର ଅତ୍ୟନ୍ତ ଗରୀବ ଶ୍ରେଣୀର। ଜିଲା ପ୍ରଶାସନ ଏହି ପରିବାର ପ୍ରତି ଦୃଷ୍ଟିଦେଇ ସହଯୋଗର ହାତ ବଢାଇବା ପାଇଁ ଅଞ୍ଚଳବାସୀ ନିବେଦନ କରିଥିବା ବେଳେ ପ୍ରବଳ ଗରମ କାରଣ ଯୋଗୁଁ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking