37.1 C
Bhubaneswar
Saturday, May 18, 2024
Homeଓଡିଶାହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟ

ହାତୀ ଆକ୍ରମଣରେ ବୃଦ୍ଧାଙ୍କ ମୃତ୍ୟ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲାରେ ବଢିବାରେ ଲାଗିଛି ଝାଡ଼ଖଣ୍ଡି ହାତୀଙ୍କ ଉପଦ୍ରବ। ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା। ବଡ଼ସାହି ବ୍ଲକ ଭରତ ଚନ୍ଦ୍ରପୁର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗ୍ରାମର ରାମଜୀତ ଟୁଡୁଙ୍କ ସ୍ତ୍ରୀ ସୀତା ଟୁଡୁଙ୍କ ମୃତ୍ୟୁ ହୋଇଛି। ସୂଚନାନୁଯାୟୀ, ମଙ୍ଗଳବାର ଭୋର୍ ୫ଟାରେ ସୀତା ଟୁଡୁ ନିକଟସ୍ଥ ଜଙ୍ଗଲ ପାଖରେ ଥିବା ଢାହିକୁ ଟୁଲ ଫଳ କୁଢ଼ାଇବାକୁ ଯାଇଥିଲେ। ତାଙ୍କ ସହିତ ଅନ୍ୟ ଗ୍ରାମବାସୀ ମଧ୍ୟ ଥିଲେ। ଏହି ସମୟରେ ସୀତା ଏକ ଦନ୍ତା ହାବୁଡ଼ରେ ପଡିଯାଇଥିଲେ।

ଦନ୍ତା ହାତୀଟି ସୀତାଙ୍କୁ କଚାଡି ମାରିଦେଇଥିଲା। ଗ୍ରାମବାସୀ ସୀତାଙ୍କ ପରିବାର ଲୋକଙ୍କୁ ଖବର ଦେବା ସହିତ ବଡ଼ସାହି ଫରେଷ୍ଟର ସୁନୀଲ ମହାନ୍ତଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଁଚି ହାତୀକୁ ଘଡ଼ାଇବା ପରେ ଶବକୁ ଉଦ୍ଧାର କରିଥିଲେ। ବନବିଭାଗ ବଡ଼ସାହି ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଁଚି ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପଠାଯାଇଥିଲା l ଘଟଣାକୁ ନେଇ ବଡ଼ସାହି ବନବିଭାଗ ତଦନ୍ତ କରି ସରକାରୀ ନିୟମ ଅନୁଯାୟୀ ସୀତାଙ୍କ ପରିବାରଙ୍କୁ ସରକାରୀ ସୁବିଧା ଯୋଗାଇ ଦେବା ପାଇଁ ବନବିଭାଗ ଅଧିକାରୀ ପ୍ରତିଶୃତି ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking