29.1 C
Bhubaneswar
Thursday, July 17, 2025
Homeଦେଶ ବିଦେଶମିଳିଲା ଦୁର୍ଲଭ ମାଂସାହାରୀ ଉଦ୍ଭିଦ

ମିଳିଲା ଦୁର୍ଲଭ ମାଂସାହାରୀ ଉଦ୍ଭିଦ

ଡେରାଡୁନ୍‌: ଉତ୍ତରାଖଣ୍ଡର ଜଙ୍ଗଲ ହଜାର ହଜାର ଅଜଣା ଓ ଅଦ୍ଭୁତ ଗଛର ଗନ୍ତାଘର। ନିକଟରେ ସେଠାରେ ଏକ ଅତ୍ୟାଧିକ ଦୁର୍ଲଭ ମାଂସାହାରୀ ଉଦ୍ଭିଦ ମିଳିଛି। ଏହି ଉଦ୍ଭିଦର ନାଁ ଅଟ୍ରିକୁଲେରିଆ ଫର୍ସୋଲାଟା । ଏହାକୁ ଚମୋଲି ଜିଲ୍ଲାର ମଣ୍ଡଳ ଘାଟିରେ ଦେଖିବାକୁ ମିଳିଛି। ବନ ବିଭାଗର ସୂଚନା ଅନୁସାରେ, ଏହା ଏକ ଅତ୍ୟାଧିକ ଦୁର୍ଲଭ ଅନୁସନ୍ଧାନ। ଏଠାରେ ଏହାକୁ ଖୋଜିବା ସମ୍ଭବ ନଥିଲା।

ଏହି ମାଂସାହାରୀ ଉଦ୍ଭିଦକୁ ସ୍ଥାନୀୟ ଭାଷାରେ ବ୍ଲାଡରୱର୍ଟସ୍  କୁହାଯାଏ। ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗଛ କେବଳ ଉତ୍ତରାଖଣ୍ଡରେ ନୁହେଁ ପୁରା ପଶ୍ଚିମ ହିମାଳୟ ଅଞ୍ଚଳରେ ପ୍ରଥମ ଥର ଦେଖିବାକୁ ମିଳିଛି। ଏହି ଗଛ ମଶା ଓ ଅନ୍ୟ ଛୋଟ କୀଟ ପତଙ୍ଗକୁ ଖାଇ ଯାଇଥାଏ। ଉତ୍ତରାଖଣ୍ଡରେ ଏପର୍ଯ୍ୟନ୍ତ ଡ୍ରୋସେରା, ଅଟ୍ରିକୁଲେରିଆ ଓ ପିଙ୍ଗୁଇକୁଲା ଜିନସ୍‌ର ୨୦ ଟି ଉଦ୍ଭିଦ ମିଳିଛି। ଏହି ସବୁ ଉଦ୍ଭିଦ ଖୁବ୍ ଦୁର୍ଲଭ ହୋଇଥାଏ, କିନ୍ତୁ ବ୍ଲାଡରୱର୍ଟସ୍ ଖୁବ୍ ଦୁର୍ଲଭ ହୋଇଥାଏ। ମାଂସାହାରୀ ବ୍ଲାଡରୱର୍ଟସର ସନ୍ଧାନ ସେପ୍ଟେମ୍ବର ୨୦୨୧ ରେ ଉତ୍ତରାଖଣ୍ଡ ବନ ବିଭାଗର ରେଞ୍ଜ ଅଫିସର ହରିଶ ନେଗି ଓ ମନୋଜ ସିଂହ କରିଥିଲେ।ଉତ୍ତରାଖଣ୍ଡ ବନ ବିଭାଗର ରେଞ୍ଜ ଅଫିସର ହରିଶ ନେଗି ଓ ମନୋଜ ସିଂହ ୨୦୨୧ ରେ ମାଂସାହାରୀ ବ୍ଲାଡରୱର୍ଟସ୍‌ର ସନ୍ଧାନ କରିଥିଲେ। ମୁଖ୍ୟ ବନ ସଂରକ୍ଷକ ସଞ୍ଜୀବ ଚର୍ତୁବେଦୀଙ୍କ କହିବା ଅନୁସାରେ, ଅଟ୍ରିକୁଲେରିୟା ଫର୍ସେଲାଟା ଏକ ଖୁବ୍ ଜଟିଳ ଉଦ୍ଭିଦ। ଅନ୍ୟ ଉଦ୍ଭିଦ ତୁଳନାରେ ଏହାର ଶାରିରୀକ ସଂରଞ୍ଚନା ବିଲକୁଲ ଅଲଗା ହୋଇଥାଏ। ଏହି ପ୍ରୋଟୋଜୋଆ, ପୋକ, ଲାଭା, ମାଛି, ନୂଆ ଟେଡେପୋଲସ୍‌ ମଧ୍ୟ ଖାଇଥାନ୍ତି। ଏହି ମାଂସାହାରୀ ଗଛ ଭ୍ୟାକୁମ୍‌ କ୍ରିଏଟ୍‌ କରିଥାଏ, ଯାହାଫଳରେ ନେଗେଟିଭ ପ୍ରେସର ସୃଷ୍ଟି ହୋଇଥାଏ ଓ ପୋକ ଏହା ଭିତରେ ଫଶିବା ପରେ ମରିଯାଇଥାଏ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking