ନୂଆଦିଲ୍ଲୀ: ର୍ୟାପିଡ୍ ଆଣ୍ଡ୍ ବ୍ଲିଟ୍ଜ ଚେସ୍ ଟୁର୍ଣ୍ଣାମେଣ୍ଟ୍ରେ ଭାରତୀୟ ଗ୍ରାଣ୍ଡ୍ମାଷ୍ଟ ଡି ଗୁକେଶ ପ୍ରଭାବିତ କରିପାରି ନାହାନ୍ତି । ଅନ୍ୟପକ୍ଷରେ ଶୀର୍ଷ ସିଡ୍ ଆମେରିକୀୟ ଖେଳାଳି ଫାବିଆନେ କାରୁଆନା ଆଶାନୁରୂପ ପ୍ରଦର୍ଶନ କରି ଟାଇଟଲ୍ ଜିତିଛନ୍ତି । ଗୁକେଶ ଟୁର୍ଣ୍ଣାମେଣ୍ଟ୍ରେ ୧୪ ପଏଣ୍ଟ୍ ହାସଲ କରି ସପ୍ତମ ସ୍ଥାନରେ ଅଭିଯାନ ଶେଷ କରିଛନ୍ତି । ଗୁକେଶଙ୍କ ବ୍ୟତୀତ ଅନ୍ୟ ଭାରତୀୟ ବିଦିତ୍ ଗୁଜରାତି ୧୧ ପଏଣ୍ଟ୍ ସହ ନବମ ସ୍ଥାନରେ ରହିଛନ୍ତି । ରୁଷର ଇୟାନ୍ ନେପୋମାନିୟାଚଚି ୧୮.୫ ପଏଣ୍ଟ ସହ ପଞ୍ଚମ, ଆମେରିକାର ଲେଭୋନ୍ ଅରୋନିୟନ୍ ୧୭ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଥିଲେ । ଅନୀଶ ଗିରି ୧୩.୫ ପଏଣ୍ଟ ସହ ୮ମ ଏବଂ କ୍ରୋଏସିଆର ଇଭାନ୍ ସାରିକ୍ ୧୦ ପଏଣ୍ଟ ହାସଲ କରି ଅନ୍ତିମ ଦଶମ ସ୍ଥାନରେ ରହିଥିଲେ । କାରୁଆନା ସୁପରବେଟ୍ କ୍ଲାସିକ୍ରେ ବିଜୟ ହାସଲ କରିବା ପରେ ନିଜ ଚମତ୍କାର ପ୍ରଦର୍ଶନ ଜାରି ରଖିବା ସହିତ ୨୭ ପଏଣ୍ଟ ହାସଲ କରି ବିଶ୍ୱ ନଂ.୧ ମ୍ୟାଗ୍ନସ୍ କାର୍ଲସନ୍ଙ୍କ ରେକର୍ଡ ସମକକ୍ଷ ହୋଇଥିଲେ । ସେ ପ୍ରଥମରୁ ହିଁ ଉନ୍ନତ ପ୍ରଦର୍ଶନ କରିଥିଲେ । ଫଳରେ ଦ୍ୱିତୀୟ ସ୍ଥାନରେ ରହିଥିବା ଫ୍ରାନ୍ସର ଅଲିରେଜା ଫିରୋଜା ଏବଂ ମାକ୍ସିମ୍ ବାଚିୟର୍ ତଥା ଆମେରିକାର ୱେସ୍ଲି ସୋ ତାଙ୍କଠାରୁ ୪ ପଏଣ୍ଟ୍ ପଛରେ ରହିଥିଲେ ।