27.1 C
Bhubaneswar
Friday, May 8, 2026
Homeଦେଶ ବିଦେଶବାଂଲାଦେଶରେ ହିଂସା : ୬ ମୃତ

ବାଂଲାଦେଶରେ ହିଂସା : ୬ ମୃତ

ନୂଆଦିଲ୍ଲୀ : ବାଂଲାଦେଶରେ ହିଂସା : ୬ ମୃତ ଓ ୧୨ରୁ ଅଧିକ ଆହତ । ସରକାରୀ ନିଯୁକ୍ତି ସଂରକ୍ଷଣକୁ ନେଇ ହିଂସାକାଣ୍ଡ । ରାସ୍ତାକୁ ଓହ୍ଲାଇ ଜୋରଦାର ବିରୋଧ କରୁଛନ୍ତି ହଜାର ହଜାର ସଂରକ୍ଷଣ ବିରୋଧୀ ଛାତ୍ରଛାତ୍ରୀ। ଫଳରେ ସଂରକ୍ଷଣ ବିରୋଧୀ ଓ ଏହାକୁ ସମର୍ଥକ କରୁଥିବା ଗୋଷ୍ଠୀ ମୁହାଁମୁହିଁ ହେଉଥିବା ବେଳେ ଏହା ଧୀରେ ଧୀରେ ଉଗ୍ର ରୂପ ଧାରଣ କରୁଛି। ଏଥିଯୋଗୁ ସୃଷ୍ଟି ହୋଇଥିବା ହିଂସାକାଣ୍ଡ ଘଟଣାରେ ଏଯାବତ ୬ ଜୀବନ ଗଲାଣି। ମୃତକଙ୍କ ମଧ୍ୟରେ ୩ ଛାତ୍ର ଥିବା ଜଣାଯାଇଛି। ଶହେରୁ ଅଧିକ ବିକ୍ଷୋଭକାରୀ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସ୍ଥିତି କ୍ରମଶଃ ଅଣାୟତ୍ତ ହେଉଥିବା ବେଳେ ବାଂଲାଦେଶର ବିଭିନ୍ନ ସ୍ଥାନରେ ସ୍କୁଲ, କଲେଜ, ମଦ୍ରାସାକୁ ଛୁଟି ଘୋଷଣା କରାଯାଇଛି । ସଂରକ୍ଷଣକୁ ବିରୋଧ କରି ଢାକାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ପ୍ରବଳ ଉତ୍ତେଜନା ଲାଗି ରହିଥିବା ବେଳେ ଶହ ଶହ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସ୍ଥିତି ନିୟନ୍ତୟଣ ପାଇଁ ବ୍ୟାପକ ପୁଲିସ୍‌ ଫୋର୍ସ ସମେତ ସେନାକୁ ମୁତୟନ କରିଛନ୍ତି ବାଂଲାଦେଶ ସରକାର। କେବଳ ଢାକା ନୁହେଁ ଏହି ମାମଲାକୁ ନେଇ ଦେଶର ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ବହୁ ସ୍ଥାନରେ ହିଂସା ଘଟଣା ସାମନାକୁ ଆସୁଥିବା ବେଳେ ଉତ୍ତ୍ୟକ୍ତ ଲୋକେ ବସ୍‌ରେ ବି ନିଆଁ ଲଗାଇ ଦେଉଛନ୍ତି।ବାଂଲାଦେଶ ଶିକ୍ଷା ବିଭାଗ ପକ୍ଷରୁ ବୟାନ ଜାରି କରି କୁହାଯାଇଛି, ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇ ସବୁ ସ୍କୁଲ, କଲେଜ, ମଦସ୍ରା ଓ ପଲିଟେକନିକ କଲେଜକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଉଛି। ଛାତ୍ରଙ୍କ ଅଭିଯୋଗ ଅନୁଯାୟୀ, ବାଂଲାଦେଶରେ ଥିବା ସଂରକ୍ଷଣ ବ୍ୟବସ୍ଥା ହେତୁ ବହୁ ମେଧାବୀ ଛାତ୍ରଛାତ୍ରୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି। ଅପରପକ୍ଷେ, ସଂରକ୍ଷଣ ଆଳରେ କମ୍‌ ମାର୍କ ରଖିଥିବା ଛାତ୍ରଛାତ୍ରୀ ଭଲ ପଦବୀ ପାଇ ପାରୁଛନ୍ତି। ଏହାକୁ ନେଇ କିଛି ଦିନ ହେବ ବାଂଲାଦେଶରେ ଅସନ୍ତୋଷର ଝଡ଼ ମୁଣ୍ଡ ଟେକିଥିବା ବେଳେ ଏହାକୁ ପ୍ରଶମନ କରିବାକୁ ସରକାରୀ ସ୍ତରରେ ତ୍ୱରିତ ପଦକ୍ଷେପ ନିଆଯାଇନି। ଫଳରେ ଏହା ବିସ୍ଫୋରକ ରୂପ ଧାରଣ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking