29.1 C
Bhubaneswar
Saturday, July 27, 2024
Homeଓଡିଶାନାବାଳିକା ବଳାତ୍କାର: ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ

ନାବାଳିକା ବଳାତ୍କାର: ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ

କଟକ:  ମଧୁପାଟଣା ଥାନା ଅଞ୍ଚଳରେ ୪ବର୍ଷ ପୂର୍ବେ ଘଟିଥିବା ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି କଟକ ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ଅଭିଯୁକ୍ତଙ୍କୁ  ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ପ୍ରଦାନ କରିଛନ୍ତି । ଏଥିସହ ଜରିମାନା ରାଶି ୧୦ ହଜାର ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୩ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ମଧୁପାଟଣା ଥାନା ଅଞ୍ଚଳର ନାବାଳିକାଙ୍କ ସମ୍ପର୍କିୟା ଅଜା ଗୋପାଳ ସିଂ ।

ଅପରପକ୍ଷରେ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ନିମନ୍ତେ କଟକ ଜିଲା ଆଇନ ସେବା ପ୍ରାଧିକରଣଙ୍କୁ ବିଚାରପତି ସବିତା ଦାସ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ବିବରଣୀ ଅନୁସାରେ, ଜିଲା ସୁରକ୍ଷା ଅଧିକାରୀ ଓ ଚାଇଲ୍ଡ ଲାଇନ୍‌ର ସଂଯୋଜିକା ୨୦୧୯ ଡିସେମ୍ବର ୧୦ରେ ଉତ୍କଳ ବାଳାଶ୍ରମର ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ବେଳେ ପୀଡ଼ିତା ଜଣକ ବଳାତ୍କାରର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ସେମାନେ ନାବାଳିକାର ମାଆଙ୍କୁ ଏ ବିଷୟରେ କହିବାରୁ ସେ ଜାଣିନଥିବା ପ୍ରକାଶ କରିଥିଲେ । ଅଧିକାରୀମାନେ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରିବା ପରେ ବଳାତ୍କାର କରାଯାଇଥିବା ଡାକ୍ତରୀ ରିପୋର୍ଟରୁ ଜଣାଯାଇଥିଲା ।

ଏହାପରେ ଚାଇଲ୍ଡ ଲାଇନ୍‌ର ସଂଯୋଜକ ନାରାୟଣ ଶୁକ୍ଳା ମଧୁପାଟଣା ଥାନାରେ ଏତଲା ଦେଇଥିଲେ । ଥାନାରେ ଏକ ମାମଲା ରୁଜୁ କରାଯିବା ପରେ ପୁଲିସ ମାମଲାର ତଦନ୍ତ ପରେ ପୋକ୍ସୋ କୋର୍ଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଏମ୍‌.ଏମ୍‌. ବେଗ ମାମଲା ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking