31.1 C
Bhubaneswar
Thursday, July 4, 2024
Homeଦେଶ ବିଦେଶପ୍ରେମ ସମ୍ପର୍କରେ ଶାରୀରିକ ସମ୍ପର୍କକୁ ନେଇ ହୋଇପାରିବନି ବଳାତ୍କାର ଅଭିଯୋଗ: ଆହ୍ଲାବାଦ ହାଇକୋର୍ଟ

ପ୍ରେମ ସମ୍ପର୍କରେ ଶାରୀରିକ ସମ୍ପର୍କକୁ ନେଇ ହୋଇପାରିବନି ବଳାତ୍କାର ଅଭିଯୋଗ: ଆହ୍ଲାବାଦ ହାଇକୋର୍ଟ

ନୂଆଦିଲ୍ଲୀ: ଦୀର୍ଘ ଦିନର ପ୍ରେମ ସମ୍ପର୍କରେ ଶାରୀରିକ ସମ୍ପର୍କ ରୁହେ, ଯଦି ପୁରୁଷ କୌଣସି କାରଣରୁ ଉକ୍ତ ମହିଳାଙ୍କୁ ବିବାହ କରିବାକୁ ମନା କରନ୍ତି ତେବେ ଅଭିଯୁକ୍ତ ବିରୋଧରେ ହୋଇପାରିବନି ବଳାତ୍କାର ଅଭିଯୋଗ । ଏନେଇ ଏକ ମାମଲାର ଶୁଣାଣି କରିଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏହା ଉପରେ ହାଇକୋର୍ଟର ଜଷ୍ଟିସ ଅନିଷ ଗୁପ୍ତା କହିଛନ୍ତି ଯେ ଅଭିଯୁକ୍ତ ଏବଂ ପୀଡିତାଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ସମ୍ପର୍କ ରହିଥିଲା ଏବଂ ପୀଡିତାଙ୍କ ପରିବାର ସଦସ୍ୟ ମଧ୍ୟ ଏହି ସମ୍ପର୍କ ବିଷୟରେ ଅବଗତ ଥିଲେ । ତେଣୁ, ଏପରି ସମ୍ପର୍କ ଭାଙ୍ଗିବା ପରେ ଏହାକୁ ବଳାତ୍କାର ବୋଲି ବିବେଚନା କରାଯାଇପାରିବ ନାହିଁ । କୋର୍ଟ କହିଛନ୍ତି, ଅଭିଯୁକ୍ତ ଏବଂ ପୀଡିତା ପରସ୍ପରକୁ ପନ୍ଦର ବର୍ଷ ପର୍ଯ୍ୟନ୍ତ ଜାଣିଥିଲେ । ଏବଂ ଆଠ ବର୍ଷରୁ ଅଧିକ ସମୟ ଧରି ଶାରୀରିକ ସମ୍ପର୍କ ଥିଲା । ଏଥିରେ ପୀଡିତାଙ୍କ ସମ୍ମତି ଥିଲା ଏବଂ ତାଙ୍କ ଇଚ୍ଛା ବିରୁଦ୍ଧରେ କିଛି ନଥିଲା ।

ଏହି ଘଟଣା ୨୦୦୮ରୁ ଅଟେ । ପରେ ମଧ୍ୟ ସନ୍ଥ କବୀର ନଗାରରେ ରହୁଥିବା ଜଣେ ଝିଅ ଗୋରଖପୁରର ଜିଆଉଲ୍ଲାଙ୍କୁ ଭେଟିଥିଲେ । ଦୁହେଁ ପୀଡିତାଙ୍କ ଭଉଣୀଙ୍କ ବିବାହ ଉତ୍ସବରେ ପରସ୍ପରକୁ ଭେଟିଥିଲେ । ସାକ୍ଷାତ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରିବାର ସଦସ୍ୟଙ୍କ ସହମତିରେ ପରସ୍ପରକୁ ଦେଖା ସାକ୍ଷାତ ବଢିଥିଲା ଓ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢି ଇଠିଥିଲା । ଝିଅର ପରିବାର ଜିଆଉଲ୍ଲା ଉପରେ ବିବାହ ପାଇଁ ଚାପ ପକାଇଲେ । କିନ୍ତୁ ସେ ବିବାହ କରିବାକୁ ମନା କରିଦେଇଥିଲେ । ଏହା ପରେ ନାବାଳିକା ସାନ୍ତ କବୀର ନଗର ପୋଲିସ ଷ୍ଟେସନରେ ଜିଆଉଲ୍ଲାଙ୍କ ବିରୋଧରେ ବଳାତ୍କାର ମାମଲା ଦାୟର କରିଥିଲେ । ତେବେ ବର୍ତ୍ତମାନ ଜିଆଉଲ୍ଲାଙ୍କ ବିରୋଧରେ ହୋଇଥିବା ବଳାତ୍କାର ମାମଲାକୁ ଆହ୍ଲାବାଦ ହାଇକୋର୍ଟ ବାତିଲ କରିଛନ୍ତି । କୋର୍ଟ ସ୍ୱୀକାର କରିଛନ୍ତି ଯେ ଯଦି ଶାରୀରିକ ସମ୍ପର୍କ ଦୀର୍ଘ ସମୟ ଧରି ଚାଲିବ ତେବେ ଏହାକୁ ବଳାତ୍କାରର ଆଭିମୁଖ୍ୟରେ ଅଣାଯାଇପାରିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking