18.1 C
Bhubaneswar
Friday, December 27, 2024
Homeଓଡିଶାନାବାଳିକାକୁ ବନ୍ଧକ ରଖି ପାଞ୍ଚଦିନ ଧରି ଦୁଷ୍କର୍ମ ଅଭିଯୋଗ

ନାବାଳିକାକୁ ବନ୍ଧକ ରଖି ପାଞ୍ଚଦିନ ଧରି ଦୁଷ୍କର୍ମ ଅଭିଯୋଗ

ମୟୂରଭଞ୍ଜ : ପୁଣି ସାମ୍ନାକୁ ଆସିଛି ଦୁଷ୍କର୍ମ ଭଳି ଏକ ଲଜ୍ୟାଜନକ ଘଟଣା। ନାବାଳିକାକୁ ବନ୍ଧକ ରଖି ଲଗାତାର ଭାବେ ଦୁଷ୍କର୍ମ କରୁଥିଲା ଯୁବକ। ତେବେ ନିଖୋଜ ନାବାଳିକାର ପରିବାର ପକ୍ଷରୁ ଥାନାରେ ଅଭିଯୋଗ ଜଣାଇଥିଲେ ମଧ୍ୟ କର୍ଣ୍ଣପାତ କରିନଥିଲେ ଥାନା ଅଧିକାରୀ। ଓଲଟା ପରିବାର ଲୋକଙ୍କୁ ନିଜ ଉଦ୍ୟମରେ ଖୋଜିବା ପାଇଁ ତାଗିଦ କରିଥିଲେ ଥାନା ଅଧିକାରୀ। ଯାହା ମୋ ସରକାର,5T ହେଉକି ସାମାଜିକଶୃଙ୍ଖଳା ବ୍ୟବସ୍ଥାକୁ ପ୍ରହସନରେ ପରିଣତ କରିଛନ୍ତି ସଂପୃକ୍ତ ଥାନାର କର୍ତ୍ତବ୍ୟରତ ଅଧିକାରୀ। ତେବେ ପିଡିତାର ପରିବାରକୁ ଥାନା ଅଧିକାରୀ ଦେଇଥିବା ଜବାବକୁ ବିଚାର କଲେ ସଂପୃକ୍ତ ଥାନା ଅଧିକାରୀ କାହା ସ୍ୱାର୍ଥ ସୁରକ୍ଷା ପାଇଁ ଖାକି ପୋଷାକ ପିନ୍ଧିଛନ୍ତି। ଯଦି ସାମାଜିକ ଶୃଙ୍ଖଳା ରକ୍ଷା ତାଙ୍କର ନୈତିକଦାୟିତ୍ବ ନୁହେଁ ବୋଲି ଭାବୁଛନ୍ତି, ତେବେ ସେ ପଦରେ ରହି ପଦର ଅମର୍ଯ୍ୟାଦା କାହିଁକି କରୁଛନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠୁଥିବା ଲକ୍ଷ୍ୟ କରାଯାଇଛି। ସେହିପରି ସରକାର ବେଟି ବଚାଓ, ବେଟି ପଢ଼ାଅର ନାରା ଦେଉଥିବା ଏକ୍ଷେତ୍ରରେ ତାହା କେତେ ଯଥାର୍ଥ ବୋଲି ଚର୍ଚ୍ଚା ଜୋର ଧରିଛି।

ଅନ୍ୟପଟେ ମୟୂରଭଞ୍ଜ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଆଦିବାସୀମାନଙ୍କୁ ସୁରକ୍ଷା ଦେବାରେ ବିଫଳ ହୋଇଛି ଜିଲ୍ଲା ପ୍ରଶାସନ। ତେବେ ଏହି ସ୍ପର୍ଶକାତର ଘଟଣାଟି ମୟୂରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ କୁସୁମାଷୋଳ ଗ୍ରାମର। ସ୍ଥାନୀୟ ଗ୍ରାମର ଜନୈକା ନାବାଳିକାକୁ ବନ୍ଧକ ରଖି ପାଞ୍ଚଦିନ ଧରି ଦୁଷ୍କର୍ମ କରିଥିବା ଭଳି ସାଙ୍ଘାତିକ କାଣ୍ଡ ଭିଆଇଛି ଯୁବକ। ସୂଚନା ଅନୁସାରେ ଗତ ୨୫ତାରିଖ ରାତିରେ ଘରେ ବହୁ ଖଜାଖୋଜି ପରେ ଝିଅକୁ ନ ପାଇବାରୁ କୁଆଡେ ନିଖୋଜ ହୋଇଯାଇଥିବା ନେଇ ଚାନ୍ଦୁଆ ଥାନାରେ ପରିବାର ଲୋକେ ଅଭିଯୋଗ କରିବାକୁ ଯାଇଥିଲେ। ହେଲେ ପୋଲିସ ଅଭିଯୋଗକୁନନେଇ ମନା କରିଦେଇ ଘର ତରଫରୁ ଖୋଜାଖୋଜି କରିବାକୁ କହିଥିଲେ। ଅନେକ ଖୋଜିବା ପରେ ଗତକାଲି ନାବାଳିକା ଝିଅକୁ ବାଘୁଆଷୋଳ ପାଣି ଟାଙ୍କି ଉପରେ ନିର୍ବସ୍ତ୍ର ଭାବେ ମୁମୂର୍ଷୁ ଅବସ୍ଥାରେ ପାଇଥିଲେ। ଅସହାୟ ଅବସ୍ଥାରେ ନାବାଳିକା ଜଣକ ପରିବାର ଲୋକଙ୍କୁ ଦୁଷ୍କର୍ମ ହୋଇଥିବା ନେଇ ସୂଚନା ଦେଇଥିଲେ।

ନାବାଳିକାର ଅଭିଯୋଗ ଅନୁସାରେ ରଙ୍ଗାମାଟିଆ ଅଞ୍ଚଳର ମୁନୁ ଚପିଆରଙ୍କ ପୁଅ ବାହାଦୂର ଚାପିଆର(୨୦) ପିଡିତାକୁ ଦୀର୍ଘ ପାଞ୍ଚଦିନ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ କରିଥିଲେ। ଏନେଇ ପୁନଶ୍ଚ ଥାନାରେ ପରିବାର ଲୋକେ ଝିଅ ଦୁଷ୍କର୍ମର ଶିକାର ହୋଇଥିବାର ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରି ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି। ସେପଟେ ପିଡିତା ନାବାଳିକାର ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଜଣାପଡିଛି। ଯଦି ପାଞ୍ଚଦିନ ପୂର୍ବରୁ ପ୍ରଥମ ଲିଖିତ ଅଭିଯୋଗକୁ ଚାନ୍ଦୁଆ ଥାନା ଅଧିକାରୀ ଗ୍ରହଣ କରି ଖୋଜାଖୋଜି କରିଥିଲେ ହୁଏତ ଆଜି ମୋ ଝିଅର ଜୀବନ ଏତେ ସଙ୍କଟାପନ୍ନ ହୋଇନଥାନ୍ତା ବୋଲି ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ତେବେ ନିଜ କର୍ତ୍ତବ୍ୟ ପାଳନରେ ବିଫଳ ଥାନା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking