29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶହିଜାବକୁ ବିରୋଧ କରିବାରୁ ମହିଳାମାନଙ୍କୁ ଜେଲରେ ବଳାତ୍କାର ଓ ଯୌନ ଶୋଷଣ

ହିଜାବକୁ ବିରୋଧ କରିବାରୁ ମହିଳାମାନଙ୍କୁ ଜେଲରେ ବଳାତ୍କାର ଓ ଯୌନ ଶୋଷଣ

ନୂଆଦିଲ୍ଲୀ: ଆମନେଷ୍ଟି  ଇଣ୍ଟରନ୍ୟାସନାଲର ଏକ ରିପୋର୍ଟରେ କୁହାଯାଇଛି ଯେ ଇରାନ ସୁରକ୍ଷା ବାହିନୀର ସଦସ୍ୟମାନେ ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ମହିଳାମାନଙ୍କୁ ଗିରଫ କରିଥିଲେ ।  ସେମାନଙ୍କୁ ଜେଲରେ ବଳାତ୍କାର ଓ ଯୌନଶୋଷଣ ପରି ଅତ୍ୟାଚାର କରି ପ୍ରତାଡିତ କରିଛନ୍ତି ।  ଏଥିରେ ମହିଳା, ପୁରୁଷ, ଛୋଟଛୋଟ ପୁଅ ଏବଂ ଝିଅ ଅନ୍ତର୍ଭୁକ୍ତ ।

ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ୨୨ ବର୍ଷିୟ ମହସା ଆମିନୀଙ୍କ ପୋଲିସ୍ ହେପାଜତରେ ମୃତ୍ୟୁ ପରେ ସେପ୍ଟେମ୍ବର ୨୦୨୨ ରେ ଇରାନରେ ବ୍ୟାପକ ବିରୋଧ ଆରମ୍ଭ ହୋଇଥିଲା । ଏହି ସମୟରେ ହଜାର ହଜାର ଲୋକ ରାସ୍ତାରେ ବାହାରି ହିଜାବକୁ ବିରୋଧ କରିଥିଲେ। ଏହି ବିରୋଧ ଧୀରେ ଧୀରେ  ଏକ ବଡ ଆନ୍ଦୋଳନରେ ପରିଣତ ହେଲା । ଏହି ସମୟ ମଧ୍ୟରେ ଇରାନ ପୋଲିସ ହଜାର ହଜାର ଲୋକଙ୍କୁ ଗିରଫ କରିଥିଲା । ଏଥିରେ ମହିଳା ଏବଂ ପୁରୁଷ ଏବଂ ଛୋଟ ପିଲାମାନେ ମଧ୍ୟ ସାମିଲ ହୋଇଥିଲେ | ଏହି ସମୟ ମଧ୍ୟରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନରେ ମଧ୍ୟ ଅନେକ ଲୋକ ପ୍ରାଣ ମଧ୍ୟ ହରାଇଥିଲେ।

ବର୍ତ୍ତମାନ ଏନେଇ ଆମନେଷ୍ଟି  ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ପ୍ରକାଶ ପାଇଛି। ଯେଉଁଥିରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଅଛି ।  ରିପୋର୍ଟ ଅନୁଯାୟୀ ଇରାନ ସୁରକ୍ଷା ବାହିନୀର ସଦସ୍ୟମାନେ ହିଜାବ ବିରୋଧରେ ପ୍ରଦର୍ଶନ କରୁଥିବା ମହିଳାମାନଙ୍କୁ ଜେଲରେ ଅଟକ ରଖିଥିଲେ ଏବଂ  ସେମାନଙ୍କୁ ବଳାତ୍କାର କରିଥିଲେ ଏବଂ ଶାରୀରିକ ନିର୍ଯାତନା ମଧ୍ୟ ଦେଇଥିଲେ । ପୋଲିସର ହେପାଜତରେ ମହିଳାଙ୍କ ସହ ବର୍ବରତାର ସମସ୍ତ ସୀମା ପାର କରିଯାଇଥିଲା । ରିପୋର୍ଟରେ କୁହାଯାଇଛି ଯେ, ଏପରି ୪୫ ଟି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ବିକ୍ଷୋଭକାରୀମାନେ ଗଣଦୁଷ୍କର୍ମ କିମ୍ବା ଯୌନଶୋଷଣର ଶିକାର ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking