31.1 C
Bhubaneswar
Tuesday, April 23, 2024
Homeଖେଳଥାଇଲାଣ୍ଡ୍ ଓପନ୍‌ରୁ ଓହରିଲେ ରାଙ୍କିରେଡ୍ଡୀ-ଶେଟ୍ଟୀ

ଥାଇଲାଣ୍ଡ୍ ଓପନ୍‌ରୁ ଓହରିଲେ ରାଙ୍କିରେଡ୍ଡୀ-ଶେଟ୍ଟୀ

ନୂଆଦିଲ୍ଲୀ: ରବିବାର ବ୍ୟାଙ୍କକ୍‌ଠାରେ ଶେଷ ହୋଇଥିବା ଥୋମାସ୍ କପ୍‌ରେ ଭାରତ ଐତିହାସିକ ସ୍ୱର୍ଣ୍ଣ ପଦକ ଅର୍ଜନ କରିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡୀ-ଚିରାଗ୍ ଶେଟ୍ଟୀ ମଙ୍ଗଳବାରଠାରୁ ଆରମ୍ଭ ହେଉଥିବା ଥାଇଲାଣ୍ଡ୍ ଓପନ୍ ସୁପର୍ ୫୦୦ ଟୁର୍ଣ୍ଣାମେଣ୍ଟ୍‌ରୁ ଓହରିଯାଇଛନ୍ତି । ଥୋମାସ୍ କପ୍‌ରେ ଭାଗନେବା ଅବସରରେ ଚିରାଗ୍ ସାମାନ୍ୟ ଆହତ ହୋଇଥିବାରୁ ଏବେ ସେ ବିଶ୍ରାମ ନେବାକୁ ଉଚିତ ମଣୁଥିବା ନେଇ ସୋମବାର ଭାରତୀୟ ବ୍ୟାଡ୍‌ମିଣ୍ଟନ୍ ସଂଘ (ବାଇ)କୁ ସୂଚନା ଦେଇଛନ୍ତି । ଗତ ଥୋମାସ୍ କପ୍‌ରେ ବିଶ୍ୱର ଏହି ୮ ନମ୍ବର ଯୋଡ଼ି ମାତ୍ର ଗୋଟିଏ ମ୍ୟାଚ୍‌ରେ ହିଁ ପରାଜୟ ବରଣ କରିଛନ୍ତି । ଏହି ଯୋଡ଼ି ଚାଇନିଜ୍ ତାଇପେଇ ବିପକ୍ଷ ମୁକାବିଲାରେ ପରାସ୍ତ ହୋଇଥିଲେ ହେଁ ପରେ ମାଲେସିଆ ବିପକ୍ଷ କ୍ୱାର୍ଟର୍ ଫାଇନାଲ୍ ଓ ଡେନ୍‌ମାର୍କ ବିପକ୍ଷ ସେମିଫାଇନାଲ୍‌ରେ ଦମ୍‌ଦାର ପ୍ରଦର୍ଶନ ମାଧ୍ୟମରେ ଭାରତକୁ ମ୍ୟାଚ୍‌କୁ ଫେରାଇ ଆଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking