21.1 C
Bhubaneswar
Tuesday, January 28, 2025
Homeଅପରାଧରାମ ରହିମକୁ ଆଜୀବନ

ରାମ ରହିମକୁ ଆଜୀବନ

ନୂଆଦିଲ୍ଲୀ: ଗୁରୁମିତ ରାମ ରହିମକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ରଣଜିତ ସିଂହ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଏହି କାରାଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇ ସ୍ପେଶାଲ କୋର୍ଟ । ଏହାବ୍ୟତୀତ ଅନ୍ୟ ୪ ଜଣଙ୍କୁ ବି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି । ରାମ ରହିମ ଓ ଅନ୍ୟଙ୍କୁ ୨୦୦ରେ ପୂର୍ବ ଡେରା ପ୍ରବନ୍ଧକ ରଂଜିତ ସିଂହଙ୍କ ହତ୍ୟା ମାମଲାରେ ୮ ଅକ୍ଟୋବରରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଦଣ୍ଡ ଘୋଷଣା ପୂର୍ବରୁ ହରିୟାଣାର ପଂଚକୁଲା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଧାରା ୧୪୪ ଲାଗୁ କରାଯାଇଥିଲା । ଅଗଷ୍ଟ ୨୦୧୭ ହିଂସା ଦୃଷ୍ଟିରେ ରଖି ରାମ ରହିମ ସହ ଜଡିତ କୌଣସି ମାମଲାରେ ଶୁଣାଣି କିମ୍ବା ଦଣ୍ଡ ଶୁଣାଣି ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଏ । ୨୦୧୭ରେ ଦୁଷ୍କର୍ମ ର ଏକ ମାମଲାରେ ରାମ ରହିମକୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ୩୬ ଲୋକ ମୃତ୍ୟୁ ବରଣ କରିଥିଲେ । ଗତ ଶୁଣାଣୀ ମଧ୍ୟରେ ସିବିଆଇ କୋର୍ଟରୁ ଡେରା ୁପ୍ରମୁଖଙ୍କ ପାଇଁ ମୃତ୍ୟୁ ଦଣ୍ଡ ନେଇ ଦାବି କରିଥିଲା । ନିଜେ ରାମ ରହିମ ରୋହତକ ଦେଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହୟା ନେଇ ଗୁହାରି କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking