31.1 C
Bhubaneswar
Monday, May 13, 2024
Homeଦେଶ ବିଦେଶଭାରତର ଅଜବ ରେଳ ଷ୍ଟେସନ: ରାଜସ୍ଥାନରେ ଲାଇନ ଲାଗିଲେ ମଧ୍ୟପ୍ରଦେଶରେ ମିଳେ ଟିକେଟ

ଭାରତର ଅଜବ ରେଳ ଷ୍ଟେସନ: ରାଜସ୍ଥାନରେ ଲାଇନ ଲାଗିଲେ ମଧ୍ୟପ୍ରଦେଶରେ ମିଳେ ଟିକେଟ

ନୂଆଦିଲ୍ଲୀ: ଭାରତରେ ଏମିତି ଅନେକ ରୋଚକ ସ୍ଥାନ ରହିଛି, ଯାହା ବିଷୟରେ ଶୁଣିବା ପରେ ଆପଣ ବିଶ୍ୱାସ କରିବେ ନାହିଁ । ଦିଲ୍ଲୀ ଓ ମୁମ୍ବାଇ ରେଳ ରୁଟ ଉପରେ ଏକ ରେଳ  ଷ୍ଟେସନ ଅଛି, ଯାହା ଦୁଇଟି ରାଜ୍ୟରେ ପଡେ । ଏହା ଶୁଣିବା ପରେ ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ , ହେଲେ ଏହା ସତ୍ୟ । ରାଜସ୍ଥାନର ଝାଲାବଡ ଜିଲ୍ଲାରେ ପଡୁଥିବା ଏହି  ଷ୍ଟେସନର ଅଧା ଟ୍ରେନ ଗୋଟିଏ ରାଜ୍ୟରେ ଛିଡା ହୁଏ, ତ ଆଉ ଅଧା ଅନ୍ୟ ରାଜ୍ୟରେ ।
କୋଟା ସଂଭାଗରେ ପଡୁଥିବା ଏହି  ଷ୍ଟେସନର ନାମ ଭବାନୀ ମଣ୍ଡୀ ରେଳ  ଷ୍ଟେସନ । ଯାହା ରାଜସ୍ଥାନ ଓ ମଧ୍ୟପ୍ରଦେଶ ମଧ୍ୟରେ ବାଂଟି ହୋଇ ରହିଛି । ଭାରତରେ ଏଭଳି ରେଳ  ଷ୍ଟେସନ ହେଉଛି ମାତ୍ର ଗୋଟିଏ । ଏମିତି ବିଚିତ୍ର ରେଳ  ଷ୍ଟେସନରେ ଦୁଇ ରାଜ୍ୟର ସଂସ୍କୃତିର ଝଲକ ଦେଖିବାକୁ ମିଳେ । ମଧ୍ୟ ପ୍ରଦେଶ ଓ ରାଜସ୍ଥାନର ସୀମାରେ ଥିବା ଏହି ରେଳ  ଷ୍ଟେସନ ଅନେକାଂଶରେ ହେଉଛି ଟିକିଏ ଖାସ । ଏହାର ସବୁଠୁ ଖାସ କଥା ହେଲା ଯେ, ଏଠାରେ ଲୋକେ ଟିକେଟ ନେବା ପାଇଁ ରାଜସ୍ଥାନରେ ଛିଡା ହୁଅନ୍ତି ଓ ଟିକେଟ ଦେଉଥିବା କ୍ଲର୍କ ମଧ୍ୟପ୍ରଦେଶରେ ବସିଥାଏ । ମଧ୍ୟପ୍ରଦେଶର ଲୋକଙ୍କୁ ପ୍ରତି ଛୋଟ ବଡ କାମ ପାଇଁ ଭବାନୀ ମଣ୍ଡୀ ଷ୍ଟେସନ ଆସିବାକୁ ପଡିଥାଏ । ଏଥିପାଇଁ ଦୁଇ ରାଜ୍ୟର ଲୋକଙ୍କ ମଧ୍ୟରେ ପ୍ରେମ ଓ ସହାନୁଭୂତି ପରିଲକ୍ଷିତ ହୋଇଥାଏ । ରାଜସ୍ଥାନ ସୀମାରେ ଥିବା ଲୋକଙ୍କ ଘର ଆଗର କବାଟ ଭବାନୀ ମଣ୍ଡୀ ପଟକୁ ଖୋଲିଥାଏ । ସେହିଭଳି ପଛ ପଟ କବାଟ ମଧ୍ୟପ୍ରଦେଶର ଭସୌନ୍ଦା ମଣ୍ଡୀରେ ଖୋଲିଥାଏ । ଦୁଇ ରାଜ୍ୟବାସୀଙ୍କ ବଜାର ବି ଗୋଟିଏ । ଦୁଇ ରାଜ୍ୟର ସୀମାବର୍ତୀ ଅଂଚଳ ନିଶା କାରବାର ପାଇଁ କୁଖ୍ୟାତ । ମଧ୍ୟପ୍ରଦେଶରେ ଚୋରି କରି ରାଜସ୍ଥାନକୁ ପଳାନ୍ତି । ସେହିଭଳି ରାଜସ୍ଥାନରେ ଚୋରି କରି ମଧ୍ୟପ୍ରଦେଶକୁ ପଳାନ୍ତି ଚୋର । ସୀମାବର୍ତୀ ଅଂଚଳ ହେବା କାରଣରୁ ଡକାୟିତମାନେ ଏହାର ଫାଇଦା ଉଠାନ୍ତି । ଏଥିପାଇଁ କେବେ କେବେ ଦୁଇ ରାଜ୍ୟର ପୁଲିସଙ୍କ ମଧ୍ୟରେ ଏହାକୁ ନେଇ ବିବାଦ ହୋଇଯାଏ । ଏହି ରେଳ ଷ୍ଟେସନ ନାମରେ ଏକ ଫିଲ୍ମ ବି ନିର୍ମାଣ ହୋଇଛି । ଏହି କମେଡି ଫିଲ୍ମର ନାମ ହେଉଛି ବଭାନୀ ମଣ୍ଡୀ ଟେସନ । ଯାହାକୁ ସଇଦ ଫ୍ୟାଜିନ ହୁସେନ ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ଜୟଦୀପ ଅହ୍ଲାବତ ଭଳି କଳାକାରମାନେ ଅଭିନୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking