25.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶଟିଭି ଦେଖିବା ସମୟରେ ମଝିରେ ମଝିରେ ଏମିତି ନମ୍ବର କାହିଁକି ଆସେ

ଟିଭି ଦେଖିବା ସମୟରେ ମଝିରେ ମଝିରେ ଏମିତି ନମ୍ବର କାହିଁକି ଆସେ

ଭୁବନେଶ୍ୱର: ଆଧାର ସହ ମୋବାଇଲ ନମ୍ବର ଲିଙ୍କ କରିବା, ଆଧାର ସହ ପ୍ୟାନ ଲିଙ୍କ କରିବା ଭଳି କାମ କଣ ପାଇଁ ସରକାର କରିବା ପାଇଁ କହିଥାନ୍ତି । ଏହା ପଛରେ କଣ ସରକାରଙ୍କ ଉଦ୍ଦେଶ୍ୟ । ଯଦି ଦେଖିବା ତେବେ ଏହାର ସିଧା ଉତ୍ତର ହେଉଛି ଏହାଦ୍ୱାରା ଲୋକଙ୍କୁ ଟ୍ରାକ୍ କରାଯାଇପାରିବ । କିଏ କେତେବେଳେ କଣ କରୁଛି, କେଉଁଠି କରୁଛି ଆଉ କିଏ କିଛି ଅପରାଧିକ କାମ କରୁନାହିଁ ତ । ଏହାକୁ ଟ୍ରାକ କରିବା ପାଇଁ ଏତେ କାମ ସରକାର ଆମ ଦ୍ୱାରା କରାଇଥାନ୍ତି । ସରକାର ଚାହାଁନ୍ତି ଯେ କେହି ବି ଏମିତି କିଛି କାମ ନକରୁ ଯାହାଦ୍ୱାରା ସମାଜର କ୍ଷତି ହେବ । ଗୋଟିଏ ଶବ୍ଦରେ କହିଲେ ଟ୍ରାକିଂ । ଆପଣ ଦେଖିଥିବେ, ଟିଭି ଦେଖିବା ସମୟରେ ର‌୍ୟାଣ୍ଡମଲି ଟିଭି ସ୍କ୍ରିନରେ ଏକ ନମ୍ବର ଆସେ ତାହା ମଧ୍ୟ ଟ୍ରାକିଂ ରିଲେଟେଡ ହୋଇଥାଏ ।

ଇଂଟରନେଟ ଆସିବା ପୂର୍ବରୁ ଟିଭି ଥିଲା । ହେଲେ ଇଂଟରନେଟ ଆସିବା ପରେ ଲୋକେ ପାଏରାସି କରିବା ଆରମ୍ଭ କରିଦେଲେ । ଅନେକ ବ୍ୟକ୍ତି ଟିଭି କଣ୍ଟେଣ୍ଟକୁ ଫ୍ରି ରେ ଇଂଟରନେଟରେ ଲାଇଭ ଷ୍ଟ୍ରିମ କରୁଥିଲେ । ନିଜ ୱେବସାଇଟରେ ଅଡିଏନ୍ସ ଗେନ କରି ପଇସା ରୋଜଗାର କରୁଥିଲେ । ଫଳରେ ପ୍ରଡକ୍ସନ କମ୍ପାନୀ ମାନେ କରୁଥିବା ପରିଶ୍ରମ ବୃଥା ହେଉଥିଲା । ଏହାପରେ ଟିଭିରେ କିଛି ମିନିଟ ରେ ର‌୍ୟାଣ୍ଡମ ନମ୍ବର ଆସିବା ପ୍ରଥା ଆରମ୍ଭ ହେଲା । ଆଉ ବର୍ତମାନ ଟାଇମରେ ଯଦି କିଏ ଟିଭି କଣ୍ଟେଣ୍ଟ ଲାଇଭଷ୍ଟ୍ରିମ କରେ, ତେବେ କେତେବେଳେ ସେହି ନମ୍ବର ଅଚାନକ ଆସିଯିବ କାହାକୁ ଜଣାନାହିଁ । ସେହି ନମ୍ବର ଆଧାରରେ ଜଣେ ବ୍ୟକ୍ତି କେଉଁଠୁ କେମିତି ଷ୍ଟ୍ରିମ କରୁଛି ତାହା ଜଣାପଡିଯିବ । ସେହି ନମ୍ବର ଦ୍ୱାରା ସେହି ବ୍ୟକ୍ତି ଟ୍ରାକ କରାଯାଇପାରିବ । ସେହି ନମ୍ବରରେ ଏହା ଜଣାପଡିପାରିବ ଯେ, ଆପଣଙ୍କ ଘରେ କେଉଁ କମ୍ପାନୀର କେବୁଲ ଟିଭି କିମ୍ବା ଡିସ୍ ଲଗାହୋଇଛି । ଆପଣଙ୍କ ନାଁ କଣ, ଘର କେଉଁଠି ସବୁକିଛି ଜଣାପଡିଯିବ । ଏବେ ବି ଏମିତି ଅଛନ୍ତି ଯେଉଁମାନେ ଟିଭି କଣ୍ଟେଣ୍ଟକୁ ଇଲିଗାଲି ଅପଲୋଡ କରିଦିଅନ୍ତି ସେହି ନମ୍ବରକୁ ବ୍ଲର କରି । ହେଲେ ଲାଇଭଷ୍ଟ୍ରିମ ସମୟରେ ସେହି ନମ୍ବରକୁ ବ୍ଲର କରିବା ସେତେ ସହଜ ନୁହେଁ । କାରଣ ସେହି ନମ୍ବର କେତେବେଳେ ବି ଆସିପାରେ । ଆଉ ଯେଉଁମାନେ ଏମିତି କରନ୍ତି ସେମାନେ ଦଣ୍ଡିତ ମଧ୍ୟ ହୁଅନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking