35.1 C
Bhubaneswar
Tuesday, April 23, 2024
Homeଓଡିଶାଓଡ଼ିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ, ରାୟଗଡ ଶାଖାର ବନ୍ଧୁ ମିଳନ

ଓଡ଼ିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ, ରାୟଗଡ ଶାଖାର ବନ୍ଧୁ ମିଳନ

ରାୟଗଡ : ଓଡ଼ିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ, ରାୟଗଡ ଶାଖା ତରଫରୁ ସ୍ଥାନୀୟ ବ୍ରାହ୍ମଣ ସାହି ନିକଟସ୍ଥ ପିଏଚଡ଼ି  ଠାରେ ଥିବା ଵାଲୁଙ୍କେଶ୍ବର ଶିବ ମନ୍ଦିରରେ ଓଡ଼ିଆ ନବବର୍ଷ ଓ ବିଷୁବ ପଣା ସଂକ୍ରାନ୍ତି ଉପଲକ୍ଷେ ରାୟଗଡ ଶାଖାର ସଭାପତି ସରୋଜ କୁମାର ସାହୁଙ୍କ ନେତୃତ୍ୱରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ ବନ୍ଧୁ ମିଳନରେ ରାୟଗଡ ଜିଲ୍ଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ଜିଲ୍ଲା ପ୍ରତିନିଧି ମାନେ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଜିଲ୍ଲା ଗ୍ରନ୍ଥାଗାରିକ ଡମ୍ବୁରୁ ପଣ୍ଡା, ଜେ. କେ. କାଗଜ କଳର ଲୋକ ସମ୍ପର୍କ ଅଧିକାରୀ ସୁନୀଲ କୁମାର ନାଥ, ହରିହର ଖମାରି , ମିଲନ ଲେଙ୍କା, ଉତ୍କଳ ଆଲୁମିନା କମ୍ପାନୀର ଲୋକ ସମ୍ପର୍କ ଯୋଗାଯୋଗ ଅଧିକାରୀ ପିତାମ୍ବର ବେହେରା,ସାମାଜିକ ଦାୟିତ୍ୱ ଅଧିକାରୀ ତନ୍ମୟ ମହାନ୍ତି, ଇମ୍ଫା କମ୍ପାନୀ ଥେରୁବାଲିର ଲୋକ ସମ୍ପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ, ସ୍ଥାନୀୟ ବୁଦ୍ଧିଜିବି ବରିଷ୍ଠ ଓକିଲ ପ୍ରଦୀପ କୁମାର ଦାସ, ବି. କାନ୍ତା ରାଓ, ସଙ୍ଘର ଶୁଭେଛୁ ଭାରତୀୟ ଜନତା ପାର୍ଟିର ନଗର ସଭାପତି ଶ୍ୟାମ କୁମାର ଦାସ, ଭାରତୀୟ ଜନତା ପାର୍ଟିର ଜିଲ୍ଲା ସ୍ଥାୟୀ ନିୟନ୍ତ୍ରିତ ସଦସ୍ୟ ତଥା ଟିକିରି ମଣ୍ଡଳ ପ୍ରଭାରୀ ବିଦ୍ୟା ଭୂଷଣ ପଣ୍ଡା, ଯୋଗ ଦେଇ ଓଡ଼ିଶା ମିଡ଼ିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଶାଖା ଏହିଭଳି ଏକ ନିଆରା ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଥିବାରୁ ଆସୋସିଏସନର କର୍ମକର୍ତ୍ତା ଓ ସମସ୍ତ ସଭ୍ୟଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ।ଏହି ଅବସରରେ ରାୟଗଡ ଶାଖାର ସମ୍ପାଦକ ମନୋଜ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଉପ-ସଭାପତି ଦୀପକ କୁମାର ପଣ୍ଡା, ସହ-ସମ୍ପାଦକ ଶ୍ରୀନିବାସ ବଳିୟାର ସିଂ, ଉପଦେଷ୍ଠା ସାହୁ କୁଲଦୀପ, ବୈକୁଣ୍ଠନାଥ ଦୁରିଆ, ସୁବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking