27.1 C
Bhubaneswar
Wednesday, June 18, 2025
Homeଦେଶ ବିଦେଶ‘ଅଗ୍ନିପଥ ଆନ୍ଦୋଳନ ହେଉଛି ମୂଲ୍ୟହୀନ ରାଜନୀତି’ : ବାବା ରାମଦେବ

‘ଅଗ୍ନିପଥ ଆନ୍ଦୋଳନ ହେଉଛି ମୂଲ୍ୟହୀନ ରାଜନୀତି’ : ବାବା ରାମଦେବ

ନୂଆଦିଲ୍ଲୀ : ଗୋଟିଏ ପଟେ ଦେଶରେ ଅଗ୍ନିପଥ ନିଆଁର ଥମିବାର ନାଁ ଧରୁନଥିବା ବେଳେ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧରେ ଦେଶବ୍ୟାପି ଚାଲିଥିବା ଜୋରଦାର ଆନ୍ଦୋଳନକୁ ମୂଲ୍ୟହୀନ ରାଜନୀତି କହି ତାଚ୍ଛଲ୍ୟ କରିଛନ୍ତି ଯୋଗଗୁରୁ ବାବା ରାମଦେବ। ଏଥିସହ କିଛି ଲୋକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଶାସନରୁ ହଟାଇବା ପାଇଁ ଦେଶରେ ହିଂସା ଓ ‌ଅଶାନ୍ତିର ପ୍ରଚାର କରୁଥିବା ରାମଦେବ ଅଭିଯୋଗ କରିଛନ୍ତି।

ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି, “ଯଦି ଆନ୍ଦୋଳନକାରୀମାନେ ଯୋଗ କରିଥାଆନ୍ତେ, ତେବେ ସେମାନେ କେବେ ହେଲେ ପୋଡ଼ାଜଳାରେ ସାମିଲ ହୋଇ ନଥାଆନ୍ତେ। ସେମାନେ ନିଶ୍ଚିତ ଭାବେ ଯୋଗର ପ୍ରଦର୍ଶନ କରିଥାଆନ୍ତେ।

ଅଗ୍ନିପଥ ଯୋଜନା ବିରୋଧରେ ଚାଲିଥିବା ଆନ୍ଦୋଳନ ମୂଲ୍ୟହୀନ ରାଜନୀତି। ବିଶେଷ କରି କିଛି ଲୋକ ଦେଶରେ ଅଶାନ୍ତି ସୃଷ୍ଟି କରିବା ପାଇଁ ନିଜର ଏଜେଣ୍ଡାକୁ ଆଗକୁ ଆଣୁଛନ୍ତି। କ୍ଷମତାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ହଟାଇବା ପାଇଁ ସେମାନେ ଚାହୁଁଥିବାରୁ ଏମିତି ଅଶାନ୍ତିର ପ୍ରଚାର କରୁଛନ୍ତି। ରାଜନୀତିରେ ଯୋଗ ରହିବା ଦରକାର। କିନ୍ତୁ ଯୋଗରେ ରାଜନୀତି ରହିବ ଉଚିତ ନୁହେଁ।”

ସୂଚନାନୁଯାୟୀ , ଜୁନ ୧୪ରେ କେନ୍ଦ୍ର ସରକାର ଅଗ୍ନିପଥ ଯୋଜାର ଘୋଷଣା କରିଛନ୍ତି। ଏହି ଯୋଜନା ବଳରେ ଭାରତୀୟ ସେନା ବାହିନୀରେ ଯୁବକମାନଙ୍କୁ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି ମିଳିବ। ଏହି ଶର୍ଟଟର୍ମ ନିଯୁକ୍ତି ବ୍ୟବସ୍ଥାକୁ ବିରୋଧ କରି ଦେଶର ବିଭିନ୍ନ ରାଜ୍ୟରେ ସେନାରେ କାମ କରିବାକୁ ଳକ୍ଷ୍ୟ ରଖିଥିବା ଯୁବକମାନେ ବିକ୍ଷୋଭ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking