37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଶ୍ରଦ୍ଧାଳୁଙ୍କୁ ରାମ ମନ୍ଦିର ଟ୍ରଷ୍ଟର ନିବେଦନ: ୨୨ ଜାନୁଆରିରେ ଅଯୋଧ୍ୟା ଆସନ୍ତୁ ନାହିଁ

ଶ୍ରଦ୍ଧାଳୁଙ୍କୁ ରାମ ମନ୍ଦିର ଟ୍ରଷ୍ଟର ନିବେଦନ: ୨୨ ଜାନୁଆରିରେ ଅଯୋଧ୍ୟା ଆସନ୍ତୁ ନାହିଁ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଭବ୍ୟ ଉଦ୍‌ଘାଟନ ହେବ। ଭଗବାନ ଶ୍ରୀରାମଙ୍କ ମୂର୍ତ୍ତି ଗର୍ଭଗୃହରେ ସ୍ଥାପିତ ହେବା ଦେଖିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଅଯୋଧ୍ୟାରେ ପହଞ୍ଚିବା ସମ୍ଭାବନା ରହିଛି। ଇତିମଧ୍ୟରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଂପାଦକ ଚମ୍ପତ ରାୟ କହିଛନ୍ତି ଯେ ପ୍ରାଣ ପ୍ରତିଷ୍ଠା ସମାରୋହ ୨୨ ଜାନୁଆରୀ ମଧ୍ୟହ୍ନ ୧୨ଟାରେ ହେବ। ଏଥିପାଇଁ ଗର୍ଭଗୃହ ଓ ମୂର୍ତ୍ତି ପ୍ରସ୍ତୁତ ହୋଇ ରହିଛି । ତେବେ ପୂରା ମନ୍ଦିର ନିର୍ମାଣ ପାଇଁ ଆହୁରି ୨ ବର୍ଷ ଲାଗିବ। ଏଭଳି ସ୍ଥିତିରେ ଶ୍ରଦ୍ଧାଳୁମାନେ ୨୨ ଜାନୁଆରିରେ ଅଯୋଧ୍ୟା ଆସିବା ବଦଳରେ ନିଜ ନିଜ ଅଂଚଳର ମନ୍ଦିରରେ ‘ଆନନ୍ଦ ମହୋତ୍ସବ’ରେ ସାମିଲ ହେବାକୁ ସେ କହିଛନ୍ତି।ସୂଚନାଯୋଗ୍ୟ, ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ବୈଦିକ ଅନୁଷ୍ଠାନ ପର୍ବ ୧ ସପ୍ତାହ ପୂର୍ବରୁ ଅର୍ଥାତ ୧୬ ଜାନୁଆରିରେ ଆରମ୍ଭ ହେବ। ଦେଶ ବିଦେଶରୁ ପହଞ୍ଚୁଥିବା ଅତିଥିମାନଙ୍କ ପାଇଁ ଏବେ ଅଯୋଧ୍ୟାରେ ଟେଣ୍ଟ୍‌ ସିଟି ନିର୍ମାଣ କାର୍ଯ୍ୟ ଜାରି ରହିଛି । ୮୦ ହଜାର ଶ୍ରଦ୍ଧାଳୁଙ୍କ ରହିବା ପାଇଁ ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ଜାନୁଆରିରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking