36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶରିସର୍ଟ ଜଳାଶୟରେ ବୁଡ଼ିଗଲେ ୨ ପୁଅ; କ୍ଷତିପୂରଣ ବାବଦକୁ ୧.୯୯ କୋଟି ଟଙ୍କା ପାଇବେ ବାପାମାଆ

ରିସର୍ଟ ଜଳାଶୟରେ ବୁଡ଼ିଗଲେ ୨ ପୁଅ; କ୍ଷତିପୂରଣ ବାବଦକୁ ୧.୯୯ କୋଟି ଟଙ୍କା ପାଇବେ ବାପାମାଆ

କୋଚି: ପୁଣେସ୍ଥିତ ଏକ ଆଡ୍‌ଭେଞ୍ଚର୍‌ ରିସର୍ଟର ଜଳାଶୟରେ ସୁରକ୍ଷା ବ୍ୟବସ୍ଥା ତ୍ରୁଟିଯୋଗଁ ୨ ପୁଅଙ୍କୁ ହରାଇଥିବା ଦମ୍ପତିଙ୍କୁ କ୍ଷତିପୂରଣ ବାବଦକୁ ୧.୯୯ କୋଟି ଟଙ୍କା ଦେବା ପାଇଁ କେରଳ ଅନ୍ତର୍ଗତ କୋଚିସ୍ଥିତ ଏକ ଖାଉଟି ଅଦାଲତ ଆଦେଶ ଦେଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ପୁଣେସ୍ଥିତ ‘ଆଗ୍ରୋ-ଟୁରିଜିମ୍‌ ରିସର୍ଟ’ କରାଣ୍ଡୀ ଉପତ୍ୟକାର ମାଲିକମାନଙ୍କ ନାଁରେ କେରଳର ଅମ୍ବଲ୍ଲୁପୁର ନିବାସୀ ପି. ଭି. ପ୍ରକାଶନ ଓ ତାଙ୍କ ସ୍ତ୍ରୀ ବନଜା ଫାଇଲ୍‌ କରିଥିବା ଅଭିଯୋଗ ଶୁଣାଣି କରି ଏର୍ଣ୍ଣାକୁଲମ୍‌ ଜିଲ୍ଲା ‘କଞ୍ଜୁମର୍‌ ଡିସ୍‌ପ୍ୟୁଟ୍‌ ରିଡ୍ରେସାଲ୍‌ କମିସନ୍’ ଉପରୋକ୍ତ ଆଦେଶ ଜାରି କରିଛନ୍ତି। ୨୦୨୦ ଅକ୍ଟୋବର ୨୫ ତାରିଖରେ ଉକ୍ତ ଜଳାଶୟରେ ଏହି ଦମ୍ପତିଙ୍କ ୩୦ ବର୍ଷିୟ ପୁଅ ମିଧୁନ ପ୍ରକାଶ ଓ ୨୪ ବର୍ଷିୟ ପୁଅ ନିଧିନ ପ୍ରକାଶ ବୁଡ଼ିଯାଇଥିଲେ। ଭାଇ ଓ ନିଜ ସମେତ ଆଉ ୨୨ଜଣଙ୍କ ନିମନ୍ତେ ମିଧୁନ ତା’ପୂର୍ବ ଦିନ ରୁମ୍‌ ବୁକ୍‌ କରିଥିଲେ। ମୃତ ଭାଇଙ୍କ ପିତାମାତା ଅଭିଯୋଗ କରିଥିଲେ ଯେ, ଗାଇଡ୍‌ ସମେତ ଦର୍ଶକମାନଙ୍କ ଲାଗି ସମସ୍ତ ସୁରକ୍ଷା ବ୍ୟବସ୍ଥା ଅଛି ବୋଲି ରିସର୍ଟ ମାଲିକମାନେ ବିଜ୍ଞାପନ ଦେଇଥିଲେ। କିନ୍ତୁ, ଦୁର୍ଘଟଣା ସମୟରେ ସେଠାରେ କ‌ୌଣସି ସୁରକ୍ଷା ବ୍ୟବସ୍ଥା ଥିବା କଥା ଜଣାପଡ଼ିଲା ନାହିଁ। ସୁରକ୍ଷା ସତର୍କ ସୂଚନା, ସାଇନ୍‌ବୋର୍ଡର ଅନୁପସ୍ଥିତି ଓ ଅଚଳ ‘ସିସିଟିଭି’ ଯୋଗୁଁ ସେମାନଙ୍କ ପିଲାଙ୍କର ଅକାଳ ମୃତ୍ୟୁ ଘଟିଲା। ଅବହେଳା କାରଣରୁ ମୃତ୍ୟୁ ଘଟିଥିବା ଅଭିଯୋଗ କରି ରାଜଗଡ଼ ପୁଲିସ ସେ ରିସର୍ଟ ଓ ତା’ର ପରିଚାଳନା ନିର୍ଦେଶକଙ୍କ ନାମରେ ମାମଲା ରୁଜୁକରିଥିଲା। କ୍ଷତିପୂରଣ ବାବଦକୁ ସେ ଦମ୍ପତି ୬ କୋଟି ଟଙ୍କା ଦାବି କରିଥିଲେ। କିନ୍ତୁ, ପରେ ଅର୍ଥରାଶି ହ୍ରାସ କରି ୧.୯୯ କୋଟି ଟଙ୍କା ଦାବି କରିବା ସହିତ ଅଭିଯୋଗ ତାରିଖଠାରୁ ଦାବି ଅର୍ଥରାଶି ଉପରେ ୧୨% ସୁଧ ନେବେ ବୋଲି ସର୍ତ୍ତ ରଖିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking