27.1 C
Bhubaneswar
Friday, June 13, 2025
Homeଦେଶ ବିଦେଶଆସିଲା ରାମ ପୋଥିନେନୀ-ସଞ୍ଜୟ ଦତ୍ତଙ୍କ ‘ଡବଲ୍‌ ଇସ୍ମାର୍ଟ’ ଟିଜର

ଆସିଲା ରାମ ପୋଥିନେନୀ-ସଞ୍ଜୟ ଦତ୍ତଙ୍କ ‘ଡବଲ୍‌ ଇସ୍ମାର୍ଟ’ ଟିଜର

ମୁମ୍ବାଇ : ଅଭିନେତା ରାମ ପୋଥିନେନୀଙ୍କ ଜନ୍ମଦିନ ଅବସରରେ ତାଙ୍କ ପ୍ରଶଂସକଙ୍କୁ ମିଳିଛି ବଡ଼ ଉପହାର। ବୁଧବାର ରିଲିଜ୍‌ ହୋଇଛି ‘ଡବଲ୍‌ ଇସ୍ମାର୍ଟ’ର ଟିଜର। ଦକ୍ଷିଣ ଭାରତୀୟ ଅଭିନେତା ରାମ ପୋଥିନେନୀ ଓ ସଞ୍ଜୟ ଦତ୍ତଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଡବଲ୍‌ ଇସ୍ମାର୍ଟ’ ଚଳିତ ବର୍ଷ ପ୍ରେକ୍ଷାଳୟକୁ ଆସିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । ଫିଲ୍ମର ସୁଟିଂ ସହ ଜଡ଼ିତ ସୂଚନା ଦେବାପରେ ନିକଟରେ ଏହାର ଟ୍ରେଲରକୁ ନେଇ ବଡ଼ ଅପ୍‌ଡେଟ୍‌ ଦେଇଥିଲେ ନିର୍ମାତା। ଏହି ‘ଡବଲ ଇସ୍ମାର୍ଟ’ ଫିଲ୍ମ, ୨୦୧୯ର ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଇସ୍ମାର୍ଟ ଶଙ୍କର’ର ବହୁପ୍ରତୀକ୍ଷିତ ସିକ୍ଵେଲ। ସେତେବେଳେ ମଧ୍ୟ ଇସ୍ମାର୍ଟ ଶଙ୍କର ଚଳଚିତ୍ରକୁ ଦର୍ଶକମାନେ ବହୁତ ଭଲପାଇବା ଦେଇଥିଲେ ।

ନୂଆ ପୋଷ୍ଟର ଶେୟାର କରି ନିର୍ମାତା ସୂଚନା ଦେଇଥିଲେ ଯେ, ଅଭିନେତାଙ୍କ ଜନ୍ମଦିନରେ ଆସିବ ଫିଲ୍ମର ଟିଜର ଏବଂ ସେ ନିଜ କଥା ରଖି ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ମଧ୍ୟ । ୧ ମିନିଟ୍‌ ୨୬ ସେକେଣ୍ଡର ଭିଡିଓରେ ରାମ ପୋଥିନେନୀ ଓ ସଞ୍ଜୟ ଦତ୍ତଙ୍କ ଦମ୍‌ଦାର୍‌ ଝଲକ୍‌ ଦେଖିବାକୁ ମିଳିଛି। ଶଙ୍କର ଭୂମିକାରେ ନଜର ଆସିଥିବା ରାମ ପୋଥିନେନୀଙ୍କ କିଛି ଫାଇଟ୍‌ ଦୃଶ୍ୟ ମଧ୍ୟ ଦେଖିବାକୁ ମିିଳିଛି।
ଟିଜରରେ ବିଗ୍‌ ବୁଲ୍‌ ସାଜିଥିବା ସଞ୍ଜୟ ଦତ୍ତଙ୍କ ନୂଆ ଅବତାର ଦେଖିବାକୁ ମିଳିଛି। ଶଙ୍କରଙ୍କ ମୁକାବିଲା ବିଗ୍ ବୁଲ୍‌ ଅର୍ଥାତ୍‌ ସଞ୍ଜୟ ଦତ୍ତଙ୍କ ସହ ହେଉଛି। ଟିଜର ସହ ନିର୍ମାତା ଫିଲ୍ମର ନୂଆ ପୋଷ୍ଟର ମଧ୍ୟ ଶେୟାର କରିଛନ୍ତି। ପୋଷ୍ଟରରେ ରାମ ପୋଥିନେନୀ ଓ ସଞ୍ଜୟ ଦତ୍ତଙ୍କ ମୁହଁ ନଜର ଆସିଛି ।

ପୁରୀ ଜଗନ୍ନାଧଙ୍କ ନିର୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ହଲିଉଡ଼ ସିନେମାଟୋଗ୍ରାଫର ଜିୟାନୀ ଜିୟାନେଲୀ ମଧ୍ୟ କାମ କରୁଛନ୍ତି। ଏହି ବିଗ୍‌ ବଜେଟ୍‌ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ରର ଶୁଟିଂ ବର୍ତ୍ତମାନ ମୁମ୍ବଇରେ ଚାଲିଛି। ଯଥା ଶୀଘ୍ର ଚଳଚ୍ଚିତ୍ରକୁ ମୁକ୍ତିଲାଭ କରିବାକୁ ଟିମ୍‌ ଯୋଜନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking